
ପଟ୍ଟାମୁଣ୍ଡାଇ ୧୨/୩ ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ଅଳପୁଆ ମୁଖ୍ୟ ରାସ୍ତା କଡ଼ରେ ଥିବା ମଦ ଦୋକାନ ନେଇ ଉପୁଜିଛି ସମସ୍ୟା । ଦିନକୁ ଦିନ ଚୋରି ଡକାୟତି ପରି ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ମଦ ଦୋକାନ ଅନତି ଦୂରରେ ବହୁ ଶିକ୍ଷାନୁଷ୍ଠାନ ସମେତ ଦକ୍ତରଖାନା ରହିଛି।ଏଠାରେ ମଦ ଦୋକାନ ଖୋଲାଯିବା ଫଲରେ ପ୍ରତିଦିନ ମଦୁଆମାନେ ଏହି ପରିବେଶକୁ ଦୂଷିତ କରିବା ସହ ମହିଳାମାନଙ୍କ ପ୍ରତି ଅସଦାଚରଣ କରୁଛନ୍ତି । ସ୍କୁଲ କଲେଜ ରହିଥିବାରୁ ପିଲାମାନେ ମଧ୍ୟ ବିଗିଡିବାର ସମ୍ଭାବନା ଅଧିକା ରହିଛି।ତେଣୁ ଏହି ମଦ ଦୋକାନକୁ ଅନ୍ୟତ୍ର ଖୋଲିବା ନେଇ ଗ୍ରାମବାସୀ କେନ୍ଦ୍ରାପଡା ଜିଲାପାଳଙ୍କୁ ଭେଟି ଦାବି କରିଛନ୍ତି ।
ସୂଚନା ଅନୁସାରେ, ଏହି ଅଳପୁଆ ରାସ୍ତା ମଦ ଦୋକାନ ନିକଟରେ ଅଳପୁଆ ଉଚ୍ଚ ବିଦ୍ୟାଳୟ, କାଶୀନାଥ ମହାବିଦ୍ୟାଳୟ ଓ ବ୍ରାହ୍ମଣୀ ମହାବିଦ୍ୟାଳୟକୁ ଶହ ଶହ ଛାତ୍ରୀଛାତ୍ର ଉକ୍ତ ରାସ୍ତା ଦେଇ ଯିବଆସିବା କରନ୍ତି । ଅଳପୁଆ ପଂଚାୟତ,ରାଜସ୍ୱ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟକେନ୍ଦ୍ର କୁ ଏହା ମୁଖ୍ୟରାସ୍ତା ରହିଛି । ଏହି ରାସ୍ତା ଦେଇ ଝିଅ, ବୋହୁ, ମହିଳା, ବରିଷ୍ଠନାଗରିକ ଯିବାଆସିବା କରିଥିବା ବେଳେ ଅସାଜିକତତ୍ୱଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ମହିଳା, ଯୁବତୀମାନେ ଅସୁରକ୍ଷିତ ମଣୁଛନ୍ତି । ସନ୍ଧ୍ୟା ହେଲେ ମଦ୍ୟପାନ କରି ଗାଳିଗୁଲଜ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ମଦ ପାଇଁ ଭିଡ ଜମାଇବା ସହ ରାସ୍ତା ଉପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ।ଆଖପାଖ ପଂଚୟତର ଯୁବକ ରୋଜଗାର କରୁଥିବା ସବୁକିଛି ମଦ ଦୋକାନରେ ଯାଉଥିବାର ମହିଳା ମାନେ ଅଭିଯୋଗ କରିଛନ୍ତି ।ତେବେ ଏ ମଦବୋକାନ ସ୍ତାନାନ୍ତର ସମ୍ପର୍କରେ ଅତିତରେ କେନ୍ଦ୍ରାପଡା ଜିଲାପାଳଙ୍କୁ ଅଭିଯୋଗ କରାଯାଇଥିଲା । ଏଥିରେ କୌଣସି କାର୍ଯ୍ୟନୁଷ୍ଠାନ ନିଆନଯିବାରୁ ଗୁରୁବାର ଅଳପୁଆ ସରପଂଚ ପଦ୍ମିନୀ ବେହେରା, ସମିତି ସଭ୍ୟ ରାମଚନ୍ଦ୍ର ସେଠି, ପ୍ରମୋଦ ନାୟକ, ଆଦିତ୍ୟ ରାଉତ, ଧର୍ମେନ୍ଦ୍ର ଜେନା, ଶ୍ରୀମନ୍ତ ଜେନା, ଚନ୍ଦନ ନାୟକ, ଜାନକୀ ସାମଲ, କବିତା ସାମଲ, ଅମିତା ନାୟକ, ସଂଯୁକ୍ତା ଧଳ ପ୍ରମୁଖ କେଦ୍ରାପଡ଼ା ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ମଦଦୋକାନ ସ୍ତାନାନ୍ତର ପାଇଁ ଦାବି ଜଣାଇଛନ୍ତି ।
