ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ମହାସମାରୋହରେ ପାଳିତ

ପଟ୍ଟାମୁଣ୍ଡାଇ ୨୨/୧୨ – ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ତରଫରୁ ଜାତୀୟ ଗଣିତ ଦିବସ ୨୦୨୫ ଓ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କର ୧୩୮ ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ସଭାରେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଶ୍ରୀନିବାସ ରାମାନୁଜନ ହେଉଛନ୍ତି ଜଣେ ଭାରତୀୟ ଗଣିତଜ୍ଞ ଯିଏ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ବିନା ଗଣିତ କ୍ଷେତ୍ରରେ ନିଜର ଦୁର୍ମୂଲ୍ୟ ଅବଦାନ ପାଇଁ ପ୍ରସିଦ୍ଧ ।ହାଇପର ଜୋମଟ୍ରେିକ୍ ସିରିଜ୍, ରିମେନ୍ ସିରିଜ୍, ଇଲପ୍ଟିକ୍ ଇଣ୍ଟିଗ୍ରାଲ, ଥିଓରୀ ଅଫ୍ ଡାଇଭରଜେଣ୍ଟ୍ ସିରିଜ୍, ଫଙ୍କଶନାଲ ଇକ୍ୟୁଶନ ଅଫ୍ ଜେଟା ଫଙ୍କଶନ, ନମ୍ବର ଥିଓରୀ ଏବଂ ଇନଫାନାଇଟ୍ ସିରିଜ୍, ପାଇ ମୂଲ୍ୟ ଦଶମିକର ହିସାବ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସଫଳତା ରାମାନୁଜନ ହାସଲ କରିପାରିଥିଲେ ବୋଲି ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ବୁଝାଇ କହିଥିଲେ । ରସାୟନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରାକ ଐତିହାସିକ ଯୁଗରୁ ଏପର୍ଯ୍ୟନ୍ତ ବିଶ୍ୱଦରବାରରେ ଭାରତୀୟମାନଙ୍କ ଗଣିତର ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ । ଆକ୍ୟୁଏସି ସଂଯୋଜକ ଶୁବାଶିଷ ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଦୈନଦିନ ଜୀବନରେ ଗଣିତର ପ୍ରୟୋଗ ଉପରେ ଆଲୋକପାତ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ ସାହୁ ଗାଣିତିକ ରାମାନୁଜନ ଙ୍କର ଜୀବନୀ ଓ ତାଙ୍କର ଗଣିତ ପ୍ରତିଭା ଅଦିତ୍ୱୀୟ ବୋଲି ବିଶ୍ଳେଷଣ କରିଥିଲେ । ଶେଷରେ ଗଣିତ ସମ୍ମାନର ତୃତୀୟ ବର୍ଷ ଛାତ୍ର ଅଭିଜିତ ସ୍ୱାଇଁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରୀ ଛାତ୍ର ଏବଂ ମହାବିଦ୍ୟାଳୟର ଅଧ୍ୟାପିକା/ଅଧ୍ୟାପକ ମାନେ ଯୋଗଦେଇଥିଲେ ।
