ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ବୋମା ଆକ୍ରମଣ ଧମକ , କାର୍ଯ୍ୟାନୁଷ୍ଠାନ ପାଇଁ ବଳଦେବସେନା ପକ୍ଷରୁ ଏସପିଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୧୯ା୧:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଓ ଶ୍ରୀଲଛମନଜୀଉଙ୍କ ମନ୍ଦିର ଉପରେ ବୋମା ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଗମ୍ଭୀର ଘଟଣାକୁ ନେଇ ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଘଟଣା ସମ୍ପର୍କରେ ସାଇବର ୟୁନିଟକୁ ସୂଚିତ କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ମନ୍ଦିର ଫାଣ୍ଡିରେ ଅଧିକ ସଂଖ୍ୟକ ଆରକ୍ଷୀ ବଳଙ୍କୁ ନିୟୋଜିତ କରାଯିବ ବୋଲି ମଧ୍ୟ ଏସପି ଆଶ୍ୱାସନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ନିଶ୍ଚିତ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଏପରି ଧମକମୂଳକ ମନ୍ତବ୍ୟ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ବଳଦେବ ସେନା ସଭାପତି ପପୁନ୍ କୁମାର ସ୍ୱାଇଁ, ସମ୍ପାଦକ ଅମର କୁମାର ବାରିକ, ଉପଦେଷ୍ଟା ନିରଞ୍ଜନ ମେକାପ, ଆଶିଷ ପ୍ରଧାନ, ଆଶୁତୋଷ ପଣ୍ଡା ଓ ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ଗୋଷ୍ଠୀ ତତ୍ୱ ହେଉଛି ବସ୍ତୁର ଭୌତିକ ଗୁଣ ପ୍ରତିସମତାର ଗାଣିତିକ ପ୍ରୟୋଗ

Tue Jan 20 , 2026
ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୨୦/୧ – ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ପକ୍ଷରୁ ଗୋଷ୍ଠୀ ତତ୍ୱ ଏବଂ ଏହାର ପ୍ରୟୋଗ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର କଲେଜ ସ୍ମାଟ କ୍ସସରୁମରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପୌରହିତ୍ୟ ଓ ଗଣିତ ବିଭାଗ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଲେଜ ପୁରାତନ ଛାତ୍ର ତଥା ଦାଣ୍ଡିସାହି ବ୍ରହ୍ମଣୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading