ଗୁରୁ ପୂର୍ଣ୍ଣିମା ଏବଂ ଧର୍ମପ୍ରାଣା ସରୋଜିନୀ ପରିଡାଙ୍କ ଜୟନ୍ତୀ ପାଳିତ ଭକ୍ତି ସଙ୍ଗୀତ ଆଲବମ୍ ଅକ୍ଷୟ ଭଜନାମୃତ ଉନ୍ମୋଚିତ

blank
କେନ୍ଦ୍ରାପଡ଼ା ୧୦/୭- ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ପବିତ୍ର ଗୁରୁ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲୋକ କବି ଭାବଗ୍ରାହୀ ପରିଡାଙ୍କ ଧର୍ମପତ୍ନୀ ସରୋଜିନୀ ପରିଡାଙ୍କ ୯୧ ତମ ଜୟନ୍ତୀ ଉତ୍ସବ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ଅତିଥି, ପଣ୍ଡିତ ପଦ୍ମନାଭ ଦାଶ ମୁଖ୍ୟ ବକ୍ତା, ବାଣୀବିନୋଦ ସାହିତ୍ୟ ସେବା ନିକେତନର ଉପଦେଷ୍ଟା ତଥା ବିଶିଷ୍ଟ ତବଲା ଗୁରୁ ସମୀରଞନ ଦାସ, ସତୀର୍ଥର ସଭାପତି କବି ଅମର ପ୍ରସାଦ ରାଉତ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଗୁରୁ ପୂର୍ଣ୍ଣିମା ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସରୋଜିନୀ ପରିଡାଙ୍କ ସ୍ମୃତି ଚାରଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆରମ୍ଭରେ ଭଗବାନ ବ୍ୟାସଦେବ, ବିଶ୍ୱଗୁରୁ ଶ୍ରୀକୃଷ୍ଣ, ଦେବ ଦେବ ମହାଦେବ, ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଧ୍ୟାନାନନ୍ଦ ସରସ୍ୱତୀ, ସଦ୍ ଗୁରୁ ସାଇନାଥ ମହାରାଜ, ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭଜନ ସମ୍ରାଟ ଭିକାରୀ ବଳ, ଲୋକ କବି ଭାବଗ୍ରାହୀ ପରିଡା ଏବଂ କବି ପତ୍ନୀ ସରୋଜିନୀ ପରିଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। କଳା ନିକେତନର ଛାତ୍ରଛାତ୍ରୀମାନେ ଗୁରୁ ପୂଜନ, ଗୁରୁ ବନ୍ଦନ କରିବା ସହିତ ଗୁରୁ ଭଜନ ଗାଇଥିଲେ। ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ ପୂର୍ବକ ଦିବ୍ୟ ଜୀବନ ସଂଘର ମହାନ୍ ସନ୍ଥ ସ୍ୱାମୀ ଧ୍ୟାନାନନ୍ଦ ସରସ୍ୱତୀଙ୍କ ସମାଜ ପ୍ରତି ଥିବା ଆଧ୍ୟାତ୍ମିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ମହିୟସୀ ମା ସରୋଜିନୀଙ୍କ ତ୍ୟାଗପୂତ ଜୀବନ ଶୈଳୀ ଏବଂ ଅତିଥି ସେବା ମନୋଭାବ ସମ୍ପର୍କରେ ସୂଚନା ଦେଇଥିଲେ। ନିରୁପମା ଜେନା ସ୍ୱାଗତ ସଙ୍ଗୀତ କ୍ରମରେ ଗୁରୁ ୍ୱନ୍ଦନା ଏବଂ ସରୋଜିନୀଙ୍କ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ। ପରେ ପରେ ଅକ୍ଷୟ ମହାନ୍ତିଙ୍କ ପାଞ୍ଚଗୋଟି କାଳଜୟୀ ଭଜନ ଏବଂ ଭଜନ ସମ୍ରାଟ ଭିକାରୀ ବଳଙ୍କ ଗୋଟିଏ ଭଜନକୁ ନେଇ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀ ଦ୍ୱାରା ନିବେଦିତ ଭକ୍ତି ସଙ୍ଗୀତ ଆଲବମ୍ ଅକ୍ଷୟ ଭଜନାମୃତ ଅତିଥିମାନଙ୍କ କର ଅମଳରେ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରେଡ଼ିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଧୀରାମଣି ପରିଡା, ନୃତ୍ୟ ଗୁରୁ ପ୍ରକାନ୍ତ ମହାରଣା,ନାଟ୍ୟକାର ଭୀମସେନ ପ୍ରଧାନ, କଣ୍ଠଶିଳ୍ପୀ ରାମଚନ୍ଦ୍ର ମଲିକ, ଅଙ୍କିତା ପରିଡା, ଅର୍ଚ୍ଚନା ପରିଡା, ରୂପାଲି ସୂତାର, ଶିକ୍ଷକ ବିଜୟ ଚନ୍ଦ୍ର ଦାସ, ଇଂଜିନିୟର ବିଶ୍ୱଜିତ ପରିଡା, ସୁଶ୍ରୀ ସଙ୍ଗୀତା ଜେନା, କଣ୍ଢେଇ ନାଚ ଗୁରୁ ଫକୀର ଚରଣ ସିଂହ, ଭାଗବତ ଷଡ଼ଙ୍ଗୀ, ତବଲା ବାଦକ ସ୍ମୃତି ରଞ୍ଜନ ବିଶ୍ୱାଳ, ଫଗୁ ଚରଣ ସ୍ୱାଇଁ, ଅମର ବିଶ୍ୱାଳ, କବି ରାମ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଗୁରୁ ପୂର୍ଣ୍ଣିମାରେ ବିଶ୍ୱର ସମସ୍ତ ସଦ ଗୁରୁ ଏବଂ ସରୋଜିନୀ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପ୍ର୍ୱଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ମଦ ମୁକ୍ତ ଓଡିଶା କେବେ !

Thu Jul 10 , 2025
ଗତ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ସରକାର ଗଢିଲେ ଓଡିଶାକୁ ମଦ ମୁକ୍ତ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏଥିପାଇଁ ଭାଜପା ସରକାରକୁ ଆସିବା ପରେ ଓଡିଶାକୁ ନିଶା ମୁକ୍ତ କରିବା ଲାଗି ଯୋଜନା ହେବ ବୋଲି ୨୦୨୪ ଜୁନ ମାସ ୨୬ ରେ ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଥିଲେ। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading