ଭାରତରେ ମହିଳାଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ କଡ଼ା ଆଇନକାନୁନ ରହିଛି

ପଟ୍ଟାମୁଣ୍ଡାଇ କୋର୍ଟରେ ଆନ୍ତର୍ଯ୍ୟତିକ ମହିଳା ଦିବସ

 

blank
ପଟ୍ଟାମୁଣ୍ଡାଇ ୮/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବିଶ୍ୱ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଏବଂ ସଶକ୍ତିକରଣ ବିଷୟରେ ସଚେତନ କରିବା ପାଇଁ ଏକ ଆଇନ ସଚେତନା କର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ସଭିଲ କୋଟ୍ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନସେବା ଅଧ୍ୟକ୍ଷ ଏଡିଜେ ବିଦ୍ୟାଧର ପୃଷ୍ଠିଙ୍କ ନିର୍ଦ୍ଦେଶ କ୍ରମେ ସଭାପତି ସିନିଅର ସିଭିଲ ଜଜ୍ ଅପୂର୍ବା ଚୌଧୁରୀ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ ଯୋଗ ଦେଇ ମଣିଷ ଜାତିର ଅନ୍ୟତମ ପ୍ରମୁଖ ଅଙ୍ଗ ମହିଳା ହୋଇଥିବା ବେଳେ ଦିନକୁ ଦିନ ମହିଳା ହିଂସା ବୃଦ୍ଧି ପାଉଛି । ପ୍ରତିଦିନ ନାବାଳିକା ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର, ବଳାତ୍କାର, ନିର୍ଯାତନା ସଂକ୍ରାନ୍ତ ଖବର ଏହାର ପ୍ରମାଣ ପାଇଁ ଯଥେଷ୍ଟ। ନିଜର ଆତ୍ମରକ୍ଷା ପାଇଁ ମହିଳାମାନେ ନିଜେ ପ୍ରସ୍ତୁତ ହେବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। ଏନେଇ ରହିଥିବା ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ନିତାନ୍ତ ଜରୁରୀ। ଭାରତରେ ମହିଳାଙ୍କ ସୁରକ୍ଷା ଆଜିମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ କଡ଼ା ଆଇନକାନୁନ ରହିଛି ବୋଲି କହିବା ସହିତ ବିଭିନ୍ନ ସମସ୍ୟା ତାର ଆଇନଗତ ସମାଧାନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ସରକାରୀ ଆଇନଜୀବୀ ଧୀରେନ୍ଦ୍ରନାଥ ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରି ମହିଳାମାନଙ୍କ ପ୍ରତି ପୁରୁଷମାନଙ୍କ ଦୃଷ୍ଟିଭଙ୍ଗିରେ ପରିବର୍ତନ ଆସିଲେ ମହିଳା ମାନଙ୍କ ସମସ୍ୟା ହ୍ରାସ ପାଇବା ସହିତ ଦେଶ ଓ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ । ଓକିଲ ସଂଘ ଉପ ସଭାପତି ସୁରେଶ କୁମାର ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର କୁମାର ଦାଶ ଯୋଗ ଦେଇ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପୁରୁଷମାନଙ୍କ ସମକକ୍ଷ ହୋଇ ପାରିଛନ୍ତି ବୋଲି ମତ ପ୍ରକାଶ କରି ମହିଳାଙ୍କ ବିକାଶ ବିନା ଦେଶ ବିକାଶ ସ୍ୱପ୍ନ ଅଧୁରା ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ରିଟେନର ଗୀତାଞ୍ଜଳୀ ପୃଷ୍ଟି ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଡ଼ଭୋକେଟ ଶିଶିର କୁମାର ମାଲିକ, କୁମାର ସତ୍ୟରଞ୍ଜନ ନାୟକ, ଅପର୍ଣ୍ଣା ସାମଲ, ମୋହନ ଚରଣ ଦାସ ପ୍ରଭୁତି ପରିଚାଳନା କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ଅଙ୍ଗନବାଡି ଆଶା, ସ୍ୱାସ୍ଥ୍ୟ କର୍ମୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଯୋଗ ଦେଇଥିଲେ ।

Next Post

୨ କୋଟି ୮୩ଲକ୍ଷ ଟଙ୍କା ବ୍ୟୟ ରେ ୧୫/ଏ କେନାଲ କଂକ୍ରିଟ କରଣ ଶିଳାନ୍ୟାସ କଲେ ବିଧାୟକ

Sun Mar 8 , 2026
ପଟ୍ଟାମୁଣ୍ଡାଇ ତା ୮/୩-ପଟ୍ଟାମୁଣ୍ଡାଇ ଅଂଚଳର କୃଷକମାନଙ୍କୁ ଉତ୍ତମ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ପଟ୍ଟାମୁଣ୍ଡାଇ ସହର ଉପକଣ୍ଠ ଆହାର କେନ୍ଦ୍ର ସମ୍ମୁଖରେ ୧୫/ଏ କେନାଲ କଂକ୍ରିଟ କରଣର ଆଜି ଶୁଭ ଶିଳାନ୍ୟାସ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ କେନାଲ କଂକ୍ରିଟ କରଣ କାର୍ଯ୍ୟର ଶୁଭ ଶିଳାନ୍ୟାସ କରି ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନଙ୍କୁ ଉତ୍ତମ ଜଳସେଚନ ସୁବିଧା ଯୋଗାଇବା ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading