ଶିକ୍ଷକ ଅଭାବ, ସ୍କୁଲ୍ ଆଗରେ ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରତିବାଦ : ଫେରାଇଲେ ୟୁନିଫର୍ମ , ଖାଇଲେନି ମଧ୍ୟାହ୍ନ ଭୋଜନ

blank

ପେଟ୍ଟାମୁଣ୍ଡାଇ ୧୧/୨– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କଖାରୁଣୀ ୟୁଜି ୟୁପି ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଦେଖାଦେଇଛି। ବିଦ୍ୟାଳୟରେ ପ୍ରାୟ ୩୫୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ୪ ଜଣ ଶିକ୍ଷକ ରହିଛନ୍ତି। ନିୟମ ଅନୁସାରେ ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ପରିଚାଳନା ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟ ତିନି ଜଣ ଶିକ୍ଷକ ଶିକ୍ଷାଦାନ କରାଇବା ଅସମ୍ଭବ ହୋଇପଡିଛି। ଯାହାକୁ ନେଇ ବୁଧବାର ଛାତ୍ରୀଛାତ୍ର ନିଆରା ପ୍ରତିବାଦ କରିଛନ୍ତି ।ସ୍କୁଲରେ ଶିକ୍ଷକ ଅଭାବ ଏବଂ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରୀ ସହାୟତା ପରିବର୍ତେ ଶିକ୍ଷକ ଯୋଗାଇଦେବାକୁ ଦାବି କରି ମାଗଣା ୟୁନିଫର୍ମ ଫେରାଇବା ସହିତ ମଧ୍ୟାହ୍ନ ଭୋଜନ ଗ୍ରହଣ ନକରି ବାହାରେ ପ୍ରତିବାଦରେ କରିଛନ୍ତି । ଶିକ୍ଷକ ନିଯୁକ୍ତି ମିଳୁନଥିବାରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଥିବା ଅଭୀଭାବକମାନେ ଅଭିଯୋଗ ଉଠାଇଛନ୍ତି ।

ସରକାରୀ ପ୍ରଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ଯୋଜନା ଆଳରେ ରାଜକୋଷରୁ ଅର୍ଥ ଖର୍ଚ୍ଚ ହେଉଛି । ହେଲେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢିବା ପାଇଁ ଯାହା ନିହାତି ଜରୁରୀ, ତାହା ନାହିଁ । କଖାରୁଣୀ ୟୁଜି ୟୁପି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଅନୁପାତରେ, ୧୧ ଜଣ ଶିକ୍ଷକ ଆବଶ୍ୟକ କରୁଛି । ହେଲେ ୮ଟି ଶ୍ରେଣୀରେ ପାଠ ପଢାଉଛନ୍ତି ମାତ୍ର ୪ଜଣ ଶିକ୍ଷକ । ସରକାରୀ ନିୟମ ଅନୁସାରେ, ପ୍ରତି ୩୦ ଜଣ ପିଲାରେ ଜଣେ ଲେଖାଏଁ ଶିକ୍ଷକ ରହିବା କଥା । ହେଲେ ଏଠାରେ ପାଖାପାଖି ୯୦ ପିଲାଙ୍କ ପାଇଁ ଅଛନ୍ତି ଜଣେ ଶିକ୍ଷକ । ୩ ଜଣଙ୍କ ସ୍ଥାନରେ କାମ ଚଳାଇ ନେଇଛନ୍ତି ଜଣେ ଶିକ୍ଷକ । ୭ଟି ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨ଜଣ ଶିକ୍ଷୟିତ୍ରୀ ଛୁଟିରେ ଯାଇଛନ୍ତି । ଜଣେ ଶିକ୍ଷକ ସିଆରସିସି ଭାବେ ପଦୋନ୍ନତି ପାଇ ଚାଲିଯାଇଛନ୍ତି । ବିଦ୍ୟାଳୟରେ ଶିକ୍ଷକ ମରୁଡି ଯୋଗୁଁ ଚିନ୍ତାରେ ପଡିଛନ୍ତି ଛାତ୍ରୀ ଛାତ୍ର ଓ ଅଭିଭାବକ । ଯେଉଁ ଶିକ୍ଷକମାନେ ଏଠାରୁ ବଦଳି ହୋଇଯାଇଛନ୍ତି ସେମାନଙ୍କ ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀମାନେ ପୂର୍ବରୁ ଶିକ୍ଷା ବିଭାଗକୁ  ଅନୁରୋଧ କରିଥିଲେ। ହେଲେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ନୂତନ ଶିକ୍ଷକଙ୍କୁ ନିଯୁକ୍ତି ନ ମିଳିବାରୁ ବୁଧବାର ଅଭିଭାବକ ଓ ଛାତ୍ରୀଛାତ୍ର  ବିଦ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଛାତ୍ରୀଛାତ୍ରମାନେ ବିଦ୍ୟାଳୟରେ ୟୁନିଫର୍ମ ଫେରାଇବା ସହ ଆମକୁ ଶିକ୍ଷକ ଦିଅ ଓ ତୁମ ମଧ୍ୟହ୍ନ ଖାଇବା ବନ୍ଦ କର ବୋଲି କହି ବାହାରେ ବସି ରହିଥିଲେ । ଅପରାହ୍ନ ୩ଟା ପର୍ଯ୍ୟନ୍ତ ପିଲା ମାନେ ବାହାରେ ପ୍ରତିବାଦ କରିଥିଲେ ମଧ୍ୟ ଜିଲା ଶିକ୍ଷାଧିକାରୀ କି ବ୍ଲକ ଶିକ୍ଷାଧିକାରୀ କେହି ପ୍ରତିବାଦ ସ୍ଥଳରେ ପହଁଚି ନଥିଲେ । ଫଳରେ ଅଭିଭାବକ ଓ ଛାତ୍ରୀଛାତ୍ରମାନେ ଅପରାହ୍ନରେ ପ୍ରତିବାଦ ସ୍ଥାନରୁ ଉଠିଯାଇଥିବା ବେଳେ ଶିକ୍ଷକ ନିଯୁକ୍ତି ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରିରହିବ ବୋଲି ଅଭିଭାବକମାନେ କହିଥିଲେ । ସରକାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତିଭୂମି ସୃଷ୍ଟି କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଓ ଶିକ୍ଷାରେ ଗୁଣବତା ଆଣିବା ଏବଂ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ଜାତୀୟ ଶିକ୍ଷା ନୀତି ୨୦୨୦  ସରକାରଙ୍କ ଏକ ପ୍ରହସନ ବୋଲି ଅଭିଭାବକ ମାନେ ମତ ପ୍ରକାଶ କରିଥିଲେ ।

Next Post

टीचर की कमी, स्टूडेंट्स ने स्कूल के सामने किया प्रोटेस्ट, यूनिफॉर्म लौटाई, मिड-डे मील नहीं खाया

Wed Feb 11 , 2026
केंद्रापड़ा जिले के पट्टामुंन्डाई ब्लॉक काखरूनी UG UP स्कूल में लंबे समय से टीचर की कमी है। स्कूल में करीब 350 स्टूडेंट्स पढ़ते हैं, लेकिन टीचर सिर्फ चार हैं। नियमों के मुताबिक, प्रिंसिपल मिड-डे मील मैनेजमेंट और दूसरे सरकारी कामों में बिज़ी रहते हैं, जिससे बाकी तीन टीचरों के लिए […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading