
ପଟ୍ଟାମୁଣ୍ଡାଇ୧/୨- ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାର ବିଭିନ୍ନ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏଥିନେଇ ପଟ୍ଟାମୁଣ୍ଡାଇ ୩୧ ପଂଚାୟତକୁ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ମେଗା ଜଳପ୍ରକଳ୍ପ ନର୍ମାଣକାର୍ଯ୍ୟ ଜାରି ରହିଛି । ଏଥିନେଇ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର କାମ କରୁଥିବା ଠିକା ସଂସ୍ଥାର ମନମୁଖୀ କାମ ଯୋଗୁଁ ଏହି ପାଣି ପାଇପ ଗୁଡ଼ିକ କେଉଁଠି ନର୍ଦ୍ଦମା ଭିତରେ ପକାଯାଉଛି ତ ଆଉ କେଉଁଠି ସେପଟିକ ନାଳ ଭିତରୁ ଯାଇ ଘରେ ପଶୁଛି। ଅନେକ ପାଇପ ଲାଇନ୍ ଭୂତଳ ନର୍ଦ୍ଦମା ଦେଇ ଯାଉଥିବାରୁ ବିଭିନ୍ନ ପଂଚାୟତରେ ଅସନ୍ତୋଷ ବଢ଼ିଛି।

ପଟ୍ଟାମୁଣ୍ଡାଇ ବ୍ଲକର ୨୦ଟି ପଂଚାୟତର ଶତାଧିକ ଗାଁକୁ ବିଶୁଦ୍ଧ ପାଇପ ପାଣି ଯୋଗାଇଦେବା ଲକ୍ଷ୍ୟରେ ବାଛରା ଠାରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଉଥିବା ବେଳେ ଏଥିପାଇଁ ବ୍ରାହ୍ମଣୀ ଜଳକୁ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି। ଏହି ମେଗା ପ୍ରକଳ୍ପକୁ ଲଷ୍ମୀ କନଷ୍ଟ୍ରସନର ପ୍ରୋଜେକ୍ଟ ଠିକା ସଂସ୍ଥା କାମ ହାତେଇଥିବା ବେଳେ ୨୦ପଂଚାୟତକୁ ପାଇପ ବିଛାଇବା କାମ ଆରମ୍ଭ କରିଛି। ମାତ୍ର ଠିକା ସଂସ୍ଥାର ମନମୁଖୀ କାମ ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ରବିବାର ଖଡିଅଂଟା ଗ୍ରାମରେ ପାଇପ ବିଛା ଯାଉଥିବା ବେଳେ ପାଇପ୍ ଗୁଡିକ ନର୍ଦ୍ଦମା ପାଣି ନୟନଜୋରି ଭିତରରେ ଦେଇ ପକାଯାଉଥିଲା । ନର୍ଦ୍ଦମା ଭିତରେ ଅତି ବିପଦଜନକ ଭାବରେ ପାଇପ୍ ଗୁଡ଼ିକ ପଡୁଥିବାରୁ ପାନୀୟ ଜଳ ପ୍ରଦୂଷଣ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଲୋକେ ବିରୋଧ କରିଥିଲେ । ମାତ୍ର ଠିକା ସଂସ୍ଥାର ସୁପରଭାଇଜର ଓ କର୍ମଚାରୀ ଭୁଖେପ ନକରି ତରତରହୋଇ କାମସାରି ବାକୁ ଚେଷ୍ଠା କରିଥିଲେ । ମାତ୍ର ପାନୀୟ ଜଳ ପାଇପର ପାଣି ପ୍ରଦୂଷିତ ହୋଇ ଧନଜୀବନ କ୍ଷତି ହେବାର ଆଶଙ୍କା ଥିବାରୁ ଗ୍ରମାବସୀ ଗ୍ରାମ୍ୟଜଳଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀଙ୍କୁ ଜଣାଇବା ସହ ସ୍ୱତନ୍ତ୍ର ଅନୁଧ୍ୟାନ କରି ନର୍ଦ୍ଧମାନାଳ ମଧ୍ୟରେ ଥିବା ପାଇପ୍ ଲାଇନ୍ ଗୁଡ଼ିକୁ ତୁରନ୍ତ ବଦଳାଇବାକୁ ଦାବି ହୋଇଛି। ତେବେ ସଂସ୍ଥା ପକ୍ଷରୁ ଜେସିବି ଯୋଗେ ବିଭିନ୍ନ ଗ୍ରାମରେ ପାଇପ ବିଛା ଯାଉଥିବା ବେଳେ ଗ୍ରାମ୍ୟ ରାସ୍ତାରେ ଯିବା ଆସିବା କରିବା ବର୍ତମାନ ସବୁଠୁ ବଡ଼ ସମସ୍ୟା ହୋଇଛି। ପ୍ରତି ଗାଁରେ ସିମେଂଟ କଂକ୍ରିଟ ରାସ୍ତା ଭାଙ୍ଗି ପାଇପ ବିଛାଯିବାକୁ ନେଇ ଅସନ୍ତୋଷ ବଢୁଛି। ଉକ୍ତ ସଂସ୍ଥା ଦ୍ୱାରା ରାସ୍ତା ଖୋଳାଯାଇ ପାଇପ ବିଛା ସରିବା ପରେ ମରାମତି କରାଯାଉ ନ ଥିବା ଅଭିଯୋଗ ହୋଇଛି। ମାଟି ରାସ୍ତାକୁ ଠିକ ଢଙ୍ଗରେ ବନ୍ଦ କରିଦେଉଥିଲେ ମଧ୍ୟ କଂକ୍ରିଟ ରାସ୍ତାକୁ ନଷ୍ଟ କରାଯାଉଥିବା ସ୍ଥାନୀୟ ବାସିନ୍ଦା ଶୁକାନ୍ତ ସାମଲ, ଅଶୋକ ମହାନ୍ତି , ଶୁଭେନ୍ଦୁ ମହାନ୍ତି, କାଳନ୍ଦି ମଲିକ, ଅଜୟ ନାୟକ, ସରୋଜ ରାଉତ ପ୍ରମୁଖ କହିଛନ୍ତି। ଅନ୍ୟପକ୍ଷରେ ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ସୁଦୃଢ ଏବଂ କ୍ରିୟାଶୀଳ କରାଯିବା ନେଇ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମେଗା ପାନୀୟଜଳ ପ୍ରକଳ୍ପକୁ ନେଇ ଶନିବାର ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ଏକ ଅଧିବେଶନ ଆହ୍ୱାନ କରାଯାଇଥିଲା । ସେଥିରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପଂଚାୟତ ସରପଂଚ ଓ ସମିତି ସଭ୍ୟ ଓ ଲଷ୍ମୀ କନଷ୍ଟ୍ରସନର ପ୍ରକଳ୍ପ ମ୍ୟାନେଜର ଯୋଗ ଦେଇ ଆଲୋଚନା କରଥିବା ବେଳେ ସରପଂଚ ମାନେ ରାସ୍ତା ଖୋଳାଯାଉଥିବା ଓ ପାଇପ ବିଛାଯିବା ପରେ ଠିକାଦାର ରାସ୍ତା ମରାମତି ନକରିବା , ଭୂପୃଷ୍ଠରୁ ୩ ଫୁଟ ଗଭୀରରେ ପାଇପ ବିଛାଯିବା ପାଇଁ ଅଟକଳ ଥିବା ବେଳେ ଠିକାଦାର ମାତ୍ର ୧ଫୁଟ, ଦେଢ ଫୁଟ ଗଭୀରରେ ପାଇପ ବିଛାଇବା, ନୟନଜୋରି ନର୍ଦ୍ଧମା ପାଣିରେ ପାଇପ ବିଛାକୁ ଅଭିଯୋଗ କରାଯିବା ସହିତ ନିର୍ମାଣ ଦାୟିତ୍ୱରେ କମ୍ପାନୀ ଅଧିକାରୀଙ୍କ ଗର୍ଜି ଥିଲେ । ଏଥିନେଇ ରାଜନଗର ଓ କେନ୍ଦ୍ରାପଡା ବିଧାୟକ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥାର କର୍ମକର୍ତାଙ୍କୁ କଡା ନିର୍ଦେଶ ଦେବା ସହ ଆକଳନ ଅନୁଯାୟୀ ସଠିକ ଢଙ୍ଗରେ ଖୁବଶିଘ୍ର କାମ ସାରିବାକୁ କହିଥିଲେ ।
