୨୩ ଟି ମାମଲାର ଶୁଣାଣି ୬ ଟିର ଆପୋଷ ସମାଧାନ

କେନ୍ଦ୍ରାପଡ଼ାରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୨୪ା୯:କେନ୍ଦ୍ରାପଡ଼ା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଏକ ଶିବିର ଅଦାଲତ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମହିଳା ଆୟୋଗ ଅଧ୍ୟକ୍ଷା ଶୋଭନା ମହାନ୍ତି ଓ ସଦସ୍ୟା ଡ. କଳ୍ପନା ମଲ୍ଲିକ ଯୋଗଦେଇ ମହିଳା କମିଶନ ପକ୍ଷରୁ ପୂର୍ବରୁ ନୋଟିସ କରାଯାଇଥିବା ବିଭିନ୍ନ ମାମଲାର ଶୁଣାଶି କରାଯାଇଥିଲା। ଏଥିରେ ରେଜିଷ୍ଟ୍ରାର ସୁଶୀଲ କୁମାର ରାୟ, କାଉନସିଲର ବନ୍ଦନା ମହାନ୍ତି ଓ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଶୁଣାଣିରେ ସହାୟତା କରିଥିଲେ। ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ଓ ସଦସ୍ୟା ଡ. ମଲ୍ଲିକ ମାମଲା ଦାୟର କରିଥିବା ମହିଳା ଓ ଅପରପକ୍ଷର ସ୍ୱାମୀ,ଶଶୁର, ଶାଶୁ ପ୍ରଭୃତିଙ୍କୁ ଜଣ ଜଣ କରି ଶୁଣିବା ପରେ ସେମାନଙ୍କୁ ପରିବାର ଓ ସମ୍ପର୍କର ପରିଭାଷା ଉପରେ ର୍ ବୁଝାଶୁଝା କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି କହିଥିଲେ ଜୀବନ ହେଉଛି ମୂଲ୍ୟବାନ। ଆତ୍ମହତ୍ୟା ସମାଧାନର ପନ୍ଥାନୁହେଁ। ତ୍ୟାଗ ତଥା ପାରସ୍ପରିକ ବିଶ୍ୱାସ ଓ ସହଭାଗିତା ଯୋଗୁଁ ସମାଜରେ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ। ଏହି ଦାୟୀତ୍ୱ ସମାଜର ପ୍ରତ୍ୟେକ ବର୍ଗର ଲୋକମାନେ ନେବାର ଆବଶ୍ୟକତା ରହିଛି। ଏଦିଗରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଏହି ଶିବିର ଅଦାଲତରେ ୪୧ ଟି ମାମଲାର ଶୁଣାଣି ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୩ ଟି ମାମଲାର ଶୁଣାଣି ହୋଇଥିଲା। ଏଥିରୁ ୬ଟି ମାମଲାର ଆପୋଷ ସମାଧାନ ହୋଇଥିବା ବେଳେ ୫ଟି ମାମଲାର ତଦନ୍ତ ନିମନ୍ତେ ପୋଲିସ ପ୍ରଶାସନକୁ ପଠାଯାଇଥିଲା । ସେହିପରି ଅନ୍ୟ ୨ଟି ମାମଲାକୁ ମହିଳା ସୁରକ୍ଷା ଅଧିକାରୀଙ୍କ ନିକଟକୁ ଘରୋଇ ହିଂସା ଆଇନରେ କେସ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଗୋଟିଏ କେସ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ନିକଟକୁ ପଠାଯାଇଛି। ଅବଶିଷ୍ଟ ୯ ଟି ମାମଲାର ପୁନର୍ବାର ଶୁଣାଣି ନିମନ୍ତେ ନୋଟିସ ପ୍ରେରଣ କରିବାକୁ ଆଦେଶ ଦିଆଯାଇଛି। ଶିବିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର ମଲ୍ଲିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

୫୦ ଗ୍ରାମର ବ୍ରାଉନ ସୁଗାର ଜବତ , ଜଣେ ଗିରଫ

Wed Sep 24 , 2025
ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହ ଘଟଣାରେ ସମ୍ପୃକ୍ତ ନିମପୁର ଗ୍ରାମର ରାଜେଶ ସେଠୀ (୨୫)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ତାଙ୍କୁ ବୁଧବାର ସଂନ୍ଧ୍ୟାରେ କୋଟ ଚାଲାଣ କରାଯାଇଛି । ଗିରଫ ରାଜେଶର ଜାମିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading