୧୮ରେ ଗୁରୁ ଗର୍ଜ୍ଜନ କରିବେ ମିଳିତ ମଞ୍ଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘ

blank
କେନ୍ଦ୍ରାପଡ଼ା,୧୩ା୯:ମିଳିତ ମଞ୍ଚ ଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘ,କେନ୍ଦ୍ରାପଡା ସଂଗଠନ କେନ୍ଦ୍ରାପଡା ଜିଲ୍ଲାର ମାଧ୍ୟମିକ ସରକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ୪ଦଫା ଦାବି ପୁରଣ ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଜିଲ୍ଲାପାଳ ରଘୁରାମ ଆର.ଆୟାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସ୍ୱାଗତିକା ସ୍ୱାଇଁ, ଦିପ୍ତୀ ନାୟକ ଓ ଶୁଭସ୍ମିତା ତ୍ରିପାଠୀଙ୍କୁ ଜିଲ୍ଲା ମିଳିତ ମଞ୍ଚ ଏନପିଏସ ସଙ୍ଘ ପକ୍ଷରୁ କର୍ମକର୍ତ୍ତା ଓ ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଶିକ୍ଷକମାନଙ୍କ ଚାକିରୀ ଆରମ୍ଭରେ ହୋଇଥିବା ୬ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରୀ ସହିତ ଗଣନା କରିବା,ବାକିଥିବା ୬ଗୋଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବା, ସରକାରୀ ମାଧ୍ୟମିକ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କର କ୍ୟାଡର ପୁନର୍ଗଠନ କରିବା, ଚାକିରୀ ଆରମ୍ଭରୁ ୨୮ଶହ ଗ୍ରେଡପେ ପରିବତ୍ତର୍ତ୍ତେ ୪୨ଶହ ଓ ୪୨ଶହ ପାଉଥିବା ଶିକ୍ଷକମାନଙ୍କୁ ୪୬ଶହ ଗ୍ରେଡପେ ପ୍ରଦାନ ଏବଂ ୨୦୧୬ବ୍ୟାଚର ନିୟମିତ ହୋଇଥିବା ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବକେୟା ପାଉଣା ପ୍ରଦାନ କରିବା ପ୍ରଭୃତି ଦାବି ରହିଛି। ଆସନ୍ତା ୭ଦିନ ମଧ୍ୟରେ ଯଦି ଦାବି ଗୁଡିକ ପୁରଣ କରାନଯାଏ ତେବେ ଆସନ୍ତା ୧୮ତାରିଖରେ ସଙ୍ଘର ଶିକ୍ଷକ,ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରାଯିବ ବୋଲି ଜିଲ୍ଲା ମିଳିତ ମଞ୍ଚଏନପିଏସ ମାଧ୍ୟମିକ ଶିକ୍ଷକ ସଙ୍ଘର ଆବାହକ ମହେଶ୍ୱର ସାହୁ, ସୁଭ୍ରଜ କୁମାର ବରାଳ, ହେମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ଦାସ, ନିର୍ମଳ କୁମାର ସ୍ୱାଇଁ, ରଞ୍ଜନ କୁମାର ମଲ୍ଲିକ, କଲ୍ୟାଣୀ ସ୍ୱାଇଁ, ମାଧୁରୀ ଭଦ୍ର, ସ୍ୱାଗତିକା ମହାନ୍ତି, ସନ୍ଧ୍ୟା କାନୁନଗୋ, ରଶ୍ମୀତା ଦାସ, ପ୍ରତାପ କୁମାର ସାମଲ, ଲାଲବାବୁ ଖାଁ, ଦେବେନ୍ଦ୍ର ପଣ୍ଡା, ସବନମ୍ ଆରା, ସେକ ସନୱାର,ମୂରଲୀଧର ଦାସ, ସତ୍ୟାନନ୍ଦ ବେଜ, ଆଶୁତୋଷ ମହାନ୍ତି, ଶୁଭେନ୍ଦୁ ନାୟକ, କେଦାରନାଥ ଦାସ, ଅପରାଜିତା ପାତ୍ର, ଶୁଭଲକ୍ଷ୍ମୀ ସାମଲ, ଶୁଭାଶିଷ ଗୋଛାୟତ, ଜ୍ୟୋତିର୍ମୟୀ ନାୟକ, ସପନ କୁମାର ବେହେରା, ସୁଧାଂଶୁ କୁମାର ଷଡଙ୍ଗୀ, ସ୍ନିଗ୍ଧା ସୁଚରିତା ମଲ୍ଲିକ, ଗଜେନ୍ଦ୍ର ପ୍ରସାଦ ସେଠୀ, ଶିବ ପ୍ରସାଦ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରି ମିଳିତ ଭାବେ ଚେତାବନୀ ଦେଇଛନ୍ତି।

Next Post

କେନ୍ଦ୍ରାପଡ଼ାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Sun Sep 14 , 2025
କେନ୍ଦ୍ରାପଡ଼ା,୧୪ା୯: ଆସନ୍ତା ୧୭ ସେପ୍ଟମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଏହି ଉପଲକ୍ଷେ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ଼ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡ଼ିଏମଓ଼ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading