କଲଭଟ୍ଟ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

blank
ପଟ୍ଟାମୁଣ୍ଡାଇ ୧୭/୬ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମଦନପୁର ସିଂହପ୍ରହର ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସିଂହପ୍ରହର ଗାଁର ଗ୍ରାମର ଅଭୟ ନାଥ (୪୫)ର ମୃତ ଦେହ ସଂସାରଫଳ ବଙ୍ଗାଳିପଡା କଲଭର୍ଟ ନିକଟରୁ ପୋଲିସ ଉଦ୍ଧାର କରିଛି । ଖବରପାଇ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ଘଟଣା ସ୍ଥଳରେ ପହଁଚିଥିଲେ । ମାତ୍ର ଅଭୟଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପଇଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ସନ୍ଦେହଜନକ ମୃତ୍ୟୁ ଘଟଣାରୁ ପର୍ଦ୍ଧା ହଟାଇବା ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରି ଥାନା କେଶ ୯/୨୦୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟେବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।

blank
ସଂସାରଫଳ ବଙ୍ଗାଳିପଡ଼ା କଲଭଟ ନିକଟରେ ଏକ ଯୁବକଙ୍କ ମୃତ ଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଏହି ଖବର ମିଳିବା ପରେ ଘଟଣାସ୍ଥଳକୁ ଲୋକମାନଙ୍କ ସୁଅ ଛୁଟି ଥିଲା । ଖବର ପାଇ ଗ୍ରାମଂଚଳ ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳେ ପହଁଚି ମୃତଦେହ ଜବତ କରଥିଲେ । ମୃତ ଯୁବକ ଜଣଙ୍କ ମଦନପୁର ସିଂହପ୍ରହର ଗ୍ରାମର ଅଭୟ ହୋଇଥିବା ବେଳେ ପୋଲିସ ଉପସ୍ଥିତିରେଙ୍କ ବାପା ଅର୍ଜୁନ ନାଥ ନିଜ ପୁଅର ଶବ ଚିହ୍ନଟ କରିଥିଲେ । ତେବେ ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର ଓ ଆଇଆଇସି ଶ୍ରୀକାନ୍ତ ବାରିକ ସହ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଥିଲେ । ସାଇଣ୍ଟିଫିକ ଟିମ ଉକ୍ତ କଲଭଟ ନିକଟରେ ପଡିଥିବା ମଦ ବୋତଲ ପ୍ଲାଷ୍ଟିକ ଗ୍ଲାସ ସହ ତାଙ୍କ ଅଂଟାରୁ ମଦ ଭର୍ତି ଥିବା ବୋତଲ ଜବତ କରିଥିଲୋ । ମଦ୍ୟ ପାନ କାରଣରୁ ନିଶାଶକ୍ତ ଅବସ୍ଥାରେ କଲଭର୍ଟ ତଳକୁ ବେକ ମୋଡି ପଡିଯିବାରୁ ଅଭୟର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇ ଥିଲା । ତେବେ ଶବ ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମର ତଦନ୍ତ ରିପୋର୍ଟରୁ ଏହି ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟିବ ବୋଲି ସାଧାରଣରେ ଆଶା ପ୍ରକାଶ କରାଯାଉଛି ।ପୋଲିସ ଏକ ଅପମୃତ୍ୟୁ ମାମଲା ୯/୧୭-୬-୨୦୨୬ ରୁଜୁ କରି ଶବବ୍ୟେବଛେଦ ପାଇଁ ଆଳି ଡାକ୍ତରଖାନା ପଠାଇଛି ।  ପୋଲିସ ସୁଚନା ଅନୁଯାଇ ମୃତକ ଅଭୟଙ୍କ ପତ୍ନୀ ପ୍ରାୟ ୫ ବର୍ଷ ହେଲା ତାଙ୍କୁ ଛାଡ଼ି ଅନ୍ୟତ୍ର ରହୁଛନ୍ତି । ଫଳରେ ସେ ଅଧିକାଂଶ ସମୟରେ ମଦ ପିଇ ନିଶାରେ ରହୁଥିବା ତାଙ୍କ ବାପା ଅର୍ଜୁନ ନାଥ ଜଣାଇଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।

Next Post

ସୁନାଚେନ ଛିଣ୍ଡାଇ ମାମଲାରେ ୨ଗିରଫ ସୁନାଚେନ ଜବତ

Wed Jun 17 , 2026
କେନ୍ଦ୍ରାପଡ଼ା,୧୭ା୬:ସଦର ଥାନା ଅଧିନ ବାହାକଣ୍ଡିଆ ଘାଟଗଡା ନିକଟରେ ଗତ ୧୧ତାରିଖରେ ଏକ ଦମ୍ପତ୍ତିଙ୍କ ଠାରୁ ସୁନାଚେନ ଲୁଟ ହୋଇଥିବା ମାମଲାରେ ସଦର ଥାନା ପୋଲିସ ୨ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏକ ସୁନାଚେନ ଜବିତ କରିଛି। ସେହି ଲୁଟେରା ଅଭିଯୁକ୍ତ ୨ଜଣ ହେଉଛନ୍ତି ଡେରାବିଶ ଥାନା ଅଧିନ ମନ୍ତ୍ରୀପଡା ଗ୍ରାମର ଅଲେଖ ସିଂଙ୍କ ପୁଅ ମହେଶ୍ୱର ସିଂ(୨୩) ଓ ଢେଙ୍କାନାଳ ଜିଲ୍ଲାର ଭୁବନ ଥାନା ଅଧିନ ମାର୍ଥାପୁର ଗ୍ରାମର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading