
ପଟ୍ଟାମୁଣ୍ଡାଇ ୨୦/୬ – ରାଜ୍ୟର ନୂତନ ଭାଜପା ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୪ଦିନ ଓ ବିଭିନ୍ନ ପଂଚାୟତରେ ୩ଦିନ ଧରି ସରକାରଙ୍କ ପୂର୍ତି ଉତ୍ସବ ପାଳିତ ହେବାକୁ ଥିଲା । ମାତ୍ର ଶନିବାର ପଟ୍ଟାମୁଣ୍ଡାଇ ଅଂଚଳର ୩୧ ଟା ପଂଚାୟତ ମଧ୍ୟରୁ ମାତ୍ର ୭ଟି ପଂଚାୟତରେ ଦୁଇ ବର୍ଷ ପୂର୍ତି ପାଳନ ହେଉଥିବା ଏବିଡିଓ ନନ୍ଦିନ ସତପଥୀ ପ୍ରକାଶ କରିଛନ୍ତି । ହେଲେ ଅନ୍ୟ କେତେକ ପଂଚାୟତର ସରପଂଚ ମାନେ ତିଖିରି ସରପଂଚ ଚାମେଲି ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିବାଦରେ ଥିବା ଦେଖିବାକୁ ମିଳିଥିଲା ।ତେବେ ପଟ୍ଟାମୁଣ୍ଡାଇ ବ୍ଲକରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମକୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ସରକାରଙ୍କ ଏହି ଉତ୍ସବ ପାଳନକୁ ଜନ ବିରୋଧୀ ଓ ଆଡମ୍ବରପୂର୍ଣ୍ଣ ବୋଲି କୁହାଯାଇଛି ।
ଜିଲା କଂଗ୍ରେସ ସଂଗଠକ ଉପସଭାପତି ସତ୍ୟ ପ୍ରୀୟ ସାମଲ, ବିଜେଡି ନଗର ସଭାପତି ଖଗେଶ୍ୱର ଲେଙ୍କା, ପୂର୍ବତନ କାଉନସିଲର ମଳୟ ମଲିକ କୁହନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଉଦାହରଣ ସ୍ୱରୂପ ମହାକାଳପଡା ସଂରପଂଚଙ୍କ ଉପରେ ଆକ୍ରମଣକୁ ନେଇ ପାରିବା । ଏଥିନେଇ ସରପଂଚମାନେ ରାଜରାସ୍ତାରେ ପ୍ରତିବାଦ କରୁଛନ୍ତି । ସରକାର ଉତ୍ସବ ପାଳନରେ ବ୍ୟସ୍ତ ଥିବା ବେଳେ ବାର୍ଦ୍ଧକ୍ୟ ଭତା ଭଳି ମୌଳିକ ସହାୟତା ମଧ୍ୟ ଲୋକଙ୍କ ନିକଟରେ ଠିକ୍ ଭାବେ ପହଁଚି ପାରୁନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି । ବ୍ଲକରେ ଅୟୋଜିତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଶନିବାର କୃଷି ସମ୍ବାଦ କାର୍ଯ୍ୟକ୍ରମ ନେ ଆଲୋଚନା କାରାଯାଇଥିଲା । ମାତ୍ର ବ୍ଲକ କୃଷୀ ବିଭାଗ ଚାଷୀଙ୍କ ପାଇଁ କାଳ ସାଜିଛି। କୃଷି କାର୍ଯ୍ୟ ପ୍ରାରମ୍ଭ ହୋଇଥିଲଲେ ମଧ୍ୟ ଚାଷୀଙ୍କ ପାଖରେ ବିହନ ନ ପହଁଚିବା କୃଷକମାନଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ସରକାର ନିଜର ଦୁଇ ବର୍ଷର ସଫଳତା କହି ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ର ଚାଲୁ ରଖିବାକୁ ସେମାନେ ଜନ ବିରୋଧୀ’ ଓ ‘ଆଡମ୍ବରପୂର୍ଣ୍ଣ’ ବୋଲି ସେମାନେ କହିବା ସହିତ ଏହାକୁ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିଛନ୍ତି ।
