ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍‌ଭେନ୍‌ସନ୍

blank
କେନ୍ଦ୍ରାପଡା,୩୧ା୮: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନ୍‌ଭେନ୍‌ସନ୍ ଦୁହୁରିଆ ସ୍ଥିତ ଓଷ୍ଟା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟାର ସଭାପତି ଅଶୋକ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ସମନ୍ୱୟ ସମିତିର ଆବାହକ ଭଗବାନ ସାହୁ କନ୍‌ଭେନସନ୍‌ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ଓଷ୍ଟାର ସମ୍ପାଦକ ଶିକ୍ଷକ ନେତା ପ୍ରଣବ କୁମାର ଜେନା ଆନ୍ଦୋଳନର ସ୍ଥିତି, ସମନ୍ୱୟ ସମିତିର ରଣକୌଶଳ ଓ ସରକାରଙ୍କର ଆଭିମୂଖ୍ୟ ପ୍ରସଂଙ୍ଗରେ ବିସ୍ତୁତ ଆଲୋଚନା କରିବା ସହିତ ଆସନ୍ତା ସେପ୍ଟେମ୍ବର ୫,୬ ଓ ୭ତାରିଖ ତିନି ଦିନ ଧରି ଆହୁତ ମହାସାବେଶକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକାର୍ଯ୍ୟ କାରିଣୀ ସଦସ୍ୟ ଅଶୋକ କୁମାର ମହାପାତ୍ର, ଅଲୋଷ୍ଟାର ରାଜ୍ୟ ଉପସଭାପତି ଧନେଶ୍ୱର ପାତ୍ର, ଅଲୋଷ୍ଟା ଜିଲ୍ଲା ସଂପାଦକ ଅଶୋକ କୁମାର ସାହୁ, ଜିଲ୍ଲା ସଭାପତି କରୁଣା କର ଭଳ, ମଦ୍ରାସା ଜିଲ୍ଲା ସଂଘ ଶିକ୍ଷକ ନେତା ଏମଡି ନିସିମୁଦ୍ଦିନ, ସେକ ଏମଡି ହାରୁକ, ସେକ କମଲ ଉଦ୍ଦିନ, କେନ୍ଦ୍ରାପଡା ଜିଲ୍ଲା ଓଷ୍ଟା ଯୁଗ୍ମ ସଂପାଦକ ଟିଟିକାନ୍ତ ନାୟକ, ଜିଲ୍ଲା କାର୍ଯ୍ୟକାରି ସଦସ୍ୟ ମଧୁଚ୍ଛନ୍ଦା ଶର୍ମା, ବ୍ଲକ ଓଷ୍ଟା ସଂପାଦକ ଗଗନ ବିହାରୀ ସୂତାର, ନାରାୟଣ ପଣ୍ଡା , ରଘୁ ନାଥ ଦାସ, ସମିରଣ ମଣ୍ଡଳ, ଅକ୍ଷୟ କୁମାର ମହାନ୍ତି, ବ୍‌କ ଓଷ୍ଟା ସଭାପତି ତପନ କୁମାର ଦାସ, ପିତବାସ ପଣ୍ଡା, ନିମାଇ ଚରଣ ରାଉତ, ଶିକ୍ଷକ ନେତା ଚିତ୍ତୋରଞ୍ଜନ କବି, ରାଜକିଶୋର ନାୟକ, ବିଜୟ କୁମାର ପାତ୍ର, ମାନସ ରଞ୍ଜନ ମିଶ୍ର, କାଳନ୍ଦି ଚରଣ ମଲ୍ଲିକ, ପ୍ରଦୀପ କୁମାର ତ୍ରିପାଠୀ, ପ୍ରଶାନ୍ତ କୁମାର ଦାସ, ଶାନ୍ତନୁ କୁମାର ବିଶ୍ୱାଳ ପ୍ରମୁଖ ଶିକ୍ଷକ ନେତାମାନେ ଆସନ୍ତା ପବିତ୍ର ଗୁରୁ ଦିବସ ଅବସରରେ ଆୟୋଜିତ ମହା ସମାବେଶକୁ ସଫଳ କରିବାକୁ ଶପଥ ନେବା ସହ ସୁଚିନ୍ତିତ ପ୍ରସ୍ତାବ ଦେଇଥିଲେ । ସେମାନଙ୍କ ଦାବି ଗୁଡିକ ହେଉଛି ଅଣଅନୁଦାନ ପ୍ରାପ୍ତ୧୯୪ ବିଦ୍ୟାଳୟ ସମେତ ମହାବିଦ୍ୟାଳୟର ଅନୁଦାନରୁ ବଞ୍ଚିତ ଶିକ୍ଷକ ଓ କର୍ମଚାରୀଙ୍କୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀମାନଙ୍କୁ ଚାକିରୀ ସର୍ତ୍ତାବଳୀ ସହ ପେନ୍‌ସନ୍ ପ୍ରଦାନ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ଗ୍ରେଡ୍ ପେରେ ଥିବା ଅସଂଗତି ଦ୍ୱରୀକରଣ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକ, ଶିକ୍ଷିକା ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହ ବରିଷ୍ଠତା ପ୍ରଦାନ କରିବା । କେନ୍ଦ୍ରାପଡା ଜିଲ୍ଲାରୁ ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତିର ଆହ୍ୱାନରେ ଆହୁତ ମହା ସମାବେଶରେ ପବିତ୍ର ଗୁରୁ ଦିବସରେ ୧୫ଶହରୁ ଉର୍ଦ୍ଧ ଶିକ୍ଷକ, ଶିକ୍ଷିକା ଓ କର୍ମଚାରୀମାନେ ଯୋଗଦେବା ପାଇଁ ଆହ୍ୱାନ ଦେଇଛନ୍ତି । ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାସ ଏହି କନ୍‌ଭେନ୍‌ସନ୍ ଯୋଗଦେଇ ଶିକ୍ଷକମାନଙ୍କୁ ସର୍ମଥନ ଦେଇଛନ୍ତି ।

Next Post

ଜାତୀୟ କ୍ରୀଡା ଦିବସ ଅବସରରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ

Sun Aug 31 , 2025
କେନ୍ଦ୍ରାପଡ଼ା, ୩୧ା୮: ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ତଥା ଜାତୀୟ କ୍ରୀଡା ଦିବସ ଅବସରରେ ରବିବାର ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ପକ୍ଷରୁ ସାଇକେଲ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନୁଆ ବସଷ୍ଟାଣ୍ଡରୁ ଏହି ସାଇକେଲ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ସମାପ୍ତ ହୋଇଥିଲା । ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ସାଇକେଲ ସଚେତନତା ଶୋଭାଯାତ୍ରାର ଶୁଭାରମ୍ବ କରିଥିଲେ। ଅନ୍ୟମାନଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading