କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ସୈନିକ ସଂଘ ସଂଗଠନ ଦ୍ୱାରା କାରଗିଲ ବିଜୟ ଦିବସ ପାଳନ

blank
କେନ୍ଦ୍ରାପଡା ୨୬/୭- କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ସୈନିକ ସଂଘ ଦ୍ୱାରା ତିନିମୁହାଣ ଛକ ସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ପରିସରରେ ୨୬ ତମ କାରଗିଲ ବିଜୟ ଦିବସ ପାଳନ କରାଯାଇ ଅଛି। ଏହି ଅବସର ରେ ପୂର୍ବତନ ସୈନିକ ସଂଘର ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ରଙ୍କ ଅଧକ୍ଷତାରେ ଅମର ଯବାନ ସହିଦ ସ୍ତମ୍ବ ପରିସରରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉପସଭାପତି କୈଳାସ ଚନ୍ଦ୍ର ରାଉତ ଏବଂ କ୍ୟାପଟେନ ବାନାମ୍ବର ସ୍ୱାଇଁ ମିଳିତ ଭାବେ ଦିପ ପ୍ରଜ୍ୱଳନ ଏବଂ ପୁଷ୍ପର (ରିତ୍‌) ଅର୍ପଣ କରି କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞଳୀ ଅର୍ପଣ କରିଥିଲେ। ଏହି ଅବସର ରେ ସଂଗଠନର ସହସମ୍ପାଦକ ସର୍ଜେଣ୍ଟ ଅକ୍ଷୟ କୁମାର ସାହୁ, ବରିଷ୍ଠ ସଦସ୍ୟ ଆଡଭୋକେଟ ମହେଶ୍ୱର କର, କ୍ୟାପଟେନ ଅଭୟ କୁମାର ଲେଙ୍କା, ସୁବେଦାର ବିଚିତ୍ର କୁମାର ନାୟକ, ହାବିଲଦାର ସୁସାନ୍ତ କୁମାର ସ୍ୱାଇଁ, ହାବିଲଦାର ଅମୂଲ୍ୟ କୁମାର ବାରିକ,ସୁବେଦାର ଗୌରାଙ୍ଗ ଚରଣ ସ୍ୱାଇଁ, ଜଗନ୍ନାଥ ନାୟକ, ନରୋତ୍ତମ ମହାପାତ୍ର, ବିଶ୍ୱରଞ୍ଜନ ପଟ୍ଟନାୟକ, ଅମର କୁମାର ନାୟକ, ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁ, ଏମ ସି ଜେନା, ପ୍ରଫୁଲ୍ଲ କୁମାର ଉପାଧ୍ୟାୟ, ହୃଷିକେଶ ସୁତାର ସହିଦ ସ୍ତମ୍ବରେ ପୁଷ୍ପାଞ୍ଜଳୀଦେଇ ସାଲ୍ୟୁଟ ପ୍ରଦାନ କରିଥିଲେ। ଏହାପରେ ସହିଦମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା। ନିରବ ପାର୍ଥନା ପରେ କାରଗିଲ ଯୁଦ୍ଧର ଭାଗ ନେଇ ଥିବା ସଦସ୍ୟମାନେ କାରଗିଲ ଯୁଦ୍ଧ ବିଷୟରେ ମନ୍ତବ୍ୟ ଦେଇ ଥିଲେ। କାରଗିଲ ଯୁଦ୍ଧରରେ ଭାଗ ନେଇଥିବା ସଦସ୍ୟ କ୍ୟାପଟେନ ବାନାମ୍ବର ସ୍ୱାଇଁ ଏବଂ ଲେଫ୍ଟନାଣ୍ଟ ବ୍ରଜ କିଶୋର ସାହୁଙ୍କୁ କାରଗିଲ ଯୁଦ୍ଧରେ ଭାଗ ନେଇ ଥିବରୁ ପୂର୍ବତନ ସୈନିକ ସଂଘ ଦ୍ୱାରା ସମ୍ୱର୍ଦ୍ଧନା କରାଯାଇଥିଲା। ଏହି ଅବସରରେ ସଂଗଠନ ପାଇଁ ଉତ୍କୃଷ୍ଟ କାର୍ଯ୍ୟ କରିଥିବାରୁ ଭେଟେରାନ ବିଶ୍ୱରଞ୍ଜନ ପଟ୍ଟନାୟକଙ୍କୁ ସାଧାରଣ ସମ୍ପାଦକ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ କାରଗିଲ ବୀର ଯବାନ ଅମର ରହେ, ବନ୍ଦେ ମାତରମ୍‌, ଭାରତ ମାତାର ଜୟ ର ଉଦବୋଧ କରାଯାଇ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିରତି ପ୍ରଦାନ କରିଥିଲେ।

Next Post

ମାର୍ଶାଘାଇରେ ଜିଲ୍ଲାପାଳଙ୍କ ବନ୍ୟା ପ୍ରସ୍ତୁତି ସମୀକ୍ଷା

Sun Jul 27 , 2025
କେନ୍ଦ୍ରାପଡ଼ା,୨୭ା୭ :ଜିଲ୍ଲାପାଳ ରଘୁରାମ ଆର୍ ଆୟାର ରବିବାର ମାର୍ଶାଘାଇରେ ଲୁଣା ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିବା ସହ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଉମେଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଥିଲେ। ମାର୍ଶାଘାଇ ଜଳସମ୍ପଦ କାର୍ଯ୍ୟାଳୟ ନିକଟରେ ବନ୍ୟା ସୁରକ୍ଷା ନଦୀବନ୍ଧ ଯାଞ୍ଚ କରିଥିଲେ। ଜଳସମ୍ପଦ ବିଭାଗର ଏହି ବନ୍ଧକୁ ଜିରୋ ପଏଣ୍ଟ ଠାରୁ ଜମ୍ଭୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading