
ପଟ୍ଟାମୁଣ୍ଡାଇ ୨୫/୯- ଗଣ ପର୍ବ ଦଶହରା ପୂର୍ବରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବିପୁଳ ପରିମାଣ ବାଣ ଜବତ କରିଛି। ଅବାଧରେ ବେଆଇନ ବାଣ ରଖି ବ୍ୟବସାୟ କରୁଥିବା ଅଭିଯୋଗରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବାଣ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ।
ଆଗକୁ ଦଶହରା, ଦୀପାବଳୀ ଲାଗି ବିପୁଳ ପରିମାଣର ବାଣ ବ୍ୟବସାୟ ଲାଗି ଆସିଥିବା ପୋଲିସ ଜାଣିବାକୁ ପାଇଥିଲା । ଏଥିନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଏକ ଟିମ ସହିତ ଗୁରୁବାର ପୋଖରୀଆପଡା ଗ୍ରାମର ସଞ୍ଜୟ ଦାସଙ୍କ ଘରେ ଚଢାଉକରି ବେଆଇନ ବାଣ ଜବତ କରିଛନ୍ତି । ଜବତ ବାଣର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏନେଇ କେସ ନଂ ୩୦୮/୨୦୨୫ରେଏକ ମାମଲା ରୁଜୁ କରିଛି ।
