ରାହୁଲଗାନ୍ଧୀଙ୍କ ଭୂବନେଶ୍ୱର ଗସ୍ତକୁ ନେଇ କେନ୍ଦ୍ରାପଡା କଂଗ୍ରେସର ପ୍ରସ୍ତୁତି , ଜୁଲାଇ ୧୧ରେ ଯିବେ ତିନିହଜାରରୁ ଉର୍ଦ୍ଧ କର୍ମୀ

blank
କେନ୍ଦ୍ରାପଡା ୭/୭- ସମ୍ବିଧାନ ବଞ୍ଚାଅ ସମାବେଶ ଓ ନ୍ୟାୟବାଦୀ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରବେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୧ ସମାବେଶରେ ଭାରତବର୍ଷର ଯୁବମାନସର ପ୍ରତୀକ ଲୋକସଭାର ବିପକ୍ଷ ନେତା ରାହୁଲୁ ଗାନ୍ଧୀ, ନିଖୀଳଭାରତ କଂଗ୍ରେସ କମିଟି ସଭାପତି ରାଜ୍ୟସଭାର ବିପକ୍ଷ ଦଳର ନେତା ମଲିକାର୍ଜୁନ ଖଡଗେ ଓ ସଂଗଠନ ସାଧାରଣ ସଂପାଦକ କେ.ସି.ବେନୁ ଗୋପାଲଜୀ ଯୋଗଦେବେ । ଉକ୍ତ ପ୍ରସ୍ତୁତି ବୈଠକରେ ନିଖିଳ ଭାରତର କଂଗ୍ରେସ କମିଟି ସାଧାରଣ ସଂପାଦକ ଓଡିଶା ସଂଗଠନ ପ୍ରଭାରୀ ଅଜୟ କୁମାର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ଉକ୍ତ ସମାବେଶରେ ଅଧିକରୁ ଅଧିକ ସଂଖ୍ୟରେ ଯୁବକ ଯୋଗଦେବାପାଇଁ ଆହ୍ୱାନ ଦେଇଥିଲେ । ଓଡିଶାରେ ଘଟୁଥିବା ନାରୀ ନିର୍ଯ୍ୟତନା ଆଇନ ଶୃଙ୍ଖଳାର ଅବଗତି, ବେକାରୀ, ନିଖୋଜ ଥିବା ଶିଶୁ ଯୁବତୀ ମାନଙ୍କୁ ଉଦ୍ଧାର ପାଇଂ ସରକାରଙ୍କ ପଦେକ୍ଷପନିତୀକୁ ଘୋର ନିନ୍ଦା କରିଥିଲେ । କଂଗ୍ରେସ ରାଜ୍ୟର ବିରୋଧି ଦଳର କାର୍ଯ୍ୟ କରୁ ଥିଲେ ମଧ୍ୟ କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠଠା, କେନ୍ଦ୍ରାପଡା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଓ ବେକାରୀ ସମସ୍ୟାର ସମାଧାନ ପାଇଂ ଦୃଷ୍ଟି ଦେବାପାଇଁ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ସସ୍ମିତା ବେହେରା, ଚିନ୍ମୟ ବେହୁରା, ଡ.ଦେବସ୍ମିତା ଶର୍ମା, ହଳଧର ସେଠୀ, ଡ. ସିପ୍ରା ମଲ୍ଲିକ, ରତିକାନ୍ତ କନୁନଗୋ, ଅଶୋକ ପ୍ରତିହାରୀ, ବିଭ୍ରାଶୁଂଶେଖର ଲେଙ୍କା, ମହମଦ୍‌୍ ଆକବର ଲଲ୍ଲୀ, ଫକିର ଚରଣ ଖଟୁଆ, ଯୁବ କଂଗ୍ରେସ ସମ୍ରାଟ କେଶରୀ ଜେନା, ସତ୍ୟପ୍ରିୟ ସାମଲ, ରତିକାନ୍ତ ବେହେରା, ଉମେଶ ପାଢୀ, ଛାତ୍ର କଂଗ୍ରେସ ସଭାପତି ଦିବ୍ୟରଂଜନ ରାଉତ, ମଳୟ ଦାସ, ସର୍ବେଶ୍ୱର ସେଠୀ, ସୟଦ ଅବଦୁଲ, ସଞ୍ଜୟ ରାଉତ, ମଙ୍ଗୁଳି ଚରଣ ବେହେରା, ଜୋତିରଞ୍ଜନ ପରିଡା, ବିଜୟ ପଣ୍ଡା, ରବିନାରାୟଣ ବେହେରା, ଉମେଶ ତ୍ରିପାଠୀ, ଭାଗିରଥି ଜେନା, ମାନଗୋବିନ୍ଦ ଦାସ , ସତ୍ୟ ରଞ୍ଜନ ପରିଡା, ରସ୍ମିତା ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, କୁନି ଦିଦି, ନୀରଞ୍ଜନ ରାଉତ, ଭାରତୀ କାନୁନଗୋ, ସଂଧ୍ୟାରଣୀ ରାଉତ, ରମାକାନ୍ତ ଦାସ, ନଳୀନି ମହାନ୍ତି, ଅନନ୍ତ ପାତ୍ର, ଭ୍ରମରବର ରାଉତ, ହରିଶ ପଟ୍ଟନାୟକ, ହିମାଂଶୁ ନନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ବ୍ଲକ ଓ ୨ଟି ମୁନିସିପାଲଟି ଅଞ୍ଚଳରୁ ଭୁବନେଶ୍ୱର ସମାବେଶ ତିନି ହଜାରରୁ ଉୁର୍ଦ୍ଧ କର୍ମୀ ଯୋଗ ଦେବାର ନିଷ୍ପତ୍ତି ହୋଇଥିଲା ।

Next Post

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର,୧୨୩ ଅଭିଯୋଗ ପଞ୍ଜିକୃତ

Mon Jul 7 , 2025
କେନ୍ଦ୍ରାପଡ଼ା,୭ା୭:କେନ୍ଦ୍ରାପଡା ପୈାରସଂସ୍ଥା ଟାଉନ ହଲରେ ସୋମବାର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ ୧୨୩ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୧୨ ଟି ବ୍ୟକ୍ତିଗତ ହୋଇଥିବା ବେଳେ୧୧ଟି ସାମୂହିକ ଅଭିଯୋଗ ଥିଲା। ଅଭିଯୋଗ ଶୁଣାଣୀରେ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୋଟ ୩୭ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ଶୁଣାଣୀରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading