ଗରାପୁର ସାଇ ମନ୍ଦିର ରେ ଗୁରୁପୂର୍ଣ୍ଣିମା ଉତ୍ସବ


କେନ୍ଦ୍ରାପଡା ୨୯/୭ : କେନ୍ଦ୍ରାପଡା ର ଗରାପୁର ସ୍ଥିତ ସାଇମନ୍ଦିର ରେ ମହାସମାରୋହ ରେ ଗୁରୁପୂର୍ଣ୍ଣମୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରାତଃ ସମୟରେ କଳସାଧିବାସ, ଶାନ୍ତିହୋମ ଅନୁଷ୍ଠିତ ହେବା ପରେ ମହାଅଭିଷେକ ଓ ଆରତୀ ଅନୁଷ୍ଠିତ ହୋଇଥିଲା । ବିଜ୍ଞ ପୁରୋହିତମାନେ ଯଜ୍ଞନୁଷ୍ଠାନ କରାଇଥିଲେ । ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆୟାର, ଶ୍ରୀମତୀ ଆୟାର, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଶ୍ରୀମତୀ କାନୁନଗୋ, ଡାକ୍ତର ସୁନାକାର ସାମଲ, ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ଲିଳିତା ଦାସ, ବିଜେପି ନେତା ସୁନାକାର ବେହେରା, ମହିଳା କମିଶନ ସଭ୍ୟା କଳ୍ପନା ମଲ୍ଲିକ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, କ୍ଷୀରୋଦ ଦାସ, ଗଣେଶ ସାମଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟ ତରଫରୁ ପୂର୍ବତନ ସାଂସଦ ଅର୍ଚନା ନାୟକ, ବିକ୍ରମାଦିତ୍ୟ ସାହୁ, ଅଭୟ ରାଉତ, ମୃଣାଳକାନ୍ତ ନାୟକ, ଚିନ୍ମୟ ମହାନ୍ତି, ତନ୍ମୟ ପଲେଇ, ମାନସ ଧଳ, ଅମିତ ପାଇକରାୟ, ବାପି ଚୌଧୁରୀ, କାଳି ପ୍ରସାଦ ମହାରଣା, ଚିତ୍ତ ରଞ୍ଜନ ଧଳ, ଦୀପକ ଦାଶ, ପତିତପାବନ ବାରିକ, ନିରଞ୍ଜନ ସାହୁ, ଦୀପକ ରଞ୍ଜନ ବେହେରା ନିହାରିକା ଅପା, ରେଖା ଅପା, ମାନସୀ ଅପା ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁସଂଖ୍ୟା ରେ ଭକ୍ତ ଯୋଗ ଦେଇଥିଲେ । ଏହା ପରେ ତତ୍ପରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Next Post

ପୋଇଲୋ ୟୁପିସ୍କୁଲରେ ବଡ ଅଘଟଣ ଅଳ୍ପକେ ଟଳିଲା

Wed Jul 29 , 2026
  ବିଶାଳ ବରଗଛର ଡାଳଭାଙ୍ଗି ବିଦ୍ୟୁତ ତାର ଛିଡିଲା,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ପ୍ରଶାସନର ଅବହେଳା ନେଇ ଉଠିଲା ପ୍ରଶ୍ନ କେନ୍ଦ୍ରାପଡ଼ା,୨୯ା୭:କେନ୍ଦ୍ରାପଡ଼ା ବ୍ଲକ ଅଧିନ ଭାଗବତପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୋଇଲୋ ୟୁପି ସ୍କୁଲ ସମ୍ମୁଖରେ ଥିବା ଏକ ବିପଦଜନକ ବରଗଛର ବିଶାଳ ଡାଳ ବୁଧବାର ହଠାତ୍ ଭାଙ୍ଗି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଡାଳଟି ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବାରୁ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡିଯାଇଥିଲା। ଘଟଣାରେ କେତେକ ଛାତ୍ରଛାତ୍ରୀ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading