ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ , ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ଆଲୋଚନାଚକ୍ର

blank
ପଟ୍ଟାମୁଣ୍ଡାଇ ୨୭/୧୧- ପଟ୍ଟାମୁଣ୍ଡାଇ କଲେଜ ଓଡିଶା ଭାଷା ସାହିତ୍ୟ ବିଭାଗ ପକ୍ଷରୁ ଏକ ବିଂଶ ଶତାବ୍ଦୀରେ ଓଡ଼ିଆ ଲୋକନାଟକର ଚର୍ଚ୍ଚା ଶୀର୍ଷକ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଜବାହରଲାଲ ନେହେରୁ କଲେଜ ପ୍ରାଧ୍ୟାପକ ଡ଼ ନିଖିଳେଶ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଲୋକ ନାଟକର ଚର୍ଚ୍ଚା ସମ୍ପର୍କରେ ବିସ୍ତୃତ ଆଲୋଚନା କରି କହିଥିଲେ ଗୋଟିଏ ଦେଶ ବା ଜାତିର ସାଂସ୍କୃତିକ ଇତିହାସ ଅନୁଧ୍ୟାନ କରିବାକୁ ହେଲେ ତାହାର ଲୋକସଂସ୍କୃତିର ପର୍ଯ୍ୟାଲୋଚନା ଏକାନ୍ତ ଆବଶ୍ୟକ । ଯେକୌଣସି ସାହିତ୍ୟର ଆଦ୍ୟ ଉତ୍ସ ତାହାର ଲୋକସାହିତ୍ୟରେ ନିହିତ ଥିବା ପରି ଗୋଟିଏ ସଂସ୍କୃତିର ଆଦ୍ୟ ସତା ତାହାର ଲୋକସଂସ୍କୃତି ମଧ୍ୟରେ ଲୁକ୍କାୟିତ ହୋଇ ରହିଥାଏ ।ଲୋକ ସଂସ୍କୃତିର ଏକ ବିଶିଷ୍ଟ ବିଭାଗ ରୂପେ ଲୋକସାହିତ୍ୟ ସ୍ୱୀକୃତ। ଲୋକଗୀତ, ଲୋକକଥା, ଲୋକଉକ୍ତି ପରି ଲୋକନାଟକ ହେଉଛି ଲୋକସାହିତ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଉପସ୍ଥିତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋକପାତ କରିଥିଲୋ ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ପ୍ରମୋଦ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ବିଭିନ୍ନ ଲୋକନାଟକ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଚିନ୍ମୟ ସାମଲ ଧନ୍ୟବାଦ େଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ସାଗ୍ନୀକା ଧଳ ଓ ସ୍ମିତା ନାୟକ ପରିଚାଳନା କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ କଲେଜର ବହୁ ଅଧ୍ୟାପିକା ଅଧ୍ୟାପକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Next Post

କେନ୍ଦ୍ରାପଡା ଜିଲ୍ଲାର ୫ ଗୋଶାଳାକୁ ୧୨ଲକ୍ଷ ଆର୍ଥିକ ଅନୁଦାନ

Thu Nov 27 , 2025
କେନ୍ଦ୍ରାପଡ଼ା, ୨୭ା୧୧: କେନ୍ଦ୍ରାପଡ଼ା ଜିଲ୍ଲାର ୫ଟି ଗୋଶାଳାକୁ ସରକାର ୧୨ଲକ୍ଷ ୨୦ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି। ଏହି ଗୋଶାଳା ଗୁଡିକ ହେଉଛି ଜିଲ୍ଲାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ଗତେଶ୍ୱର ଗୋଶାଳା ଓ ପୋଇପାଟର ଆପୁଆ, ଗରଦପୁର ବ୍ଲକର କୋରୁଆସ୍ଥିତ ଓଁ ଆକୁଳ ପରଂବ୍ରହ୍ମ, ଡେରାବିଶ ବ୍ଲକ ଅନ୍ତର୍ଗତ ନିଳିକଣାର ସିଦ୍ଧ ବଳଦେବଜୀଉ, ରାଜନଗର ଘଡିଆମାଳର କାମଧେନୁ ଗୋଶାଳା ପ୍ରଭୃତି। କେନ୍ଦ୍ରାପଡା ଜିଲ୍ଲା ପ୍ରାଣୀ ଚିକିତ୍ସା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading