ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଚଷମା ବଣ୍ଟନ

blank
କେନ୍ଦ୍ରାପଡ଼ା,୪ା୮ :ଜାତୀୟ ଶିକ୍ଷାନୀତି -୨୦୨୦ର ୫ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନରତ ସ୍ୱଳ୍ପ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବଳଦେବ ହାଇସ୍କୁଲ ପରିସରରେ ଏକ ଚଷମା ବଣ୍ଟନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜକ ରାଜଲକ୍ଷ୍ମୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଶ୍ମିତା ତ୍ରିପାଠୀ ମୁଖ୍ୟଅତିଥି ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ବିଶିଷ୍ଟ ଅତିଥି ଏବଂ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ବଳଦେବ ପ୍ରସାଦ ଜେନା, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ରଞ୍ଜନ କୁମାର ରାଉତ, ବଳଦେବ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରୁବିନା ପ୍ରଧାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିମାନେ କହିଥିଲେ ଯେ ସରକାରଙ୍କ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାରେ ବିଦ୍ୟାଳୟରେ ଅଧ୍ୟୟନରତ ଦୃଷ୍ଟି ବାଧିତ ଏବଂ ସ୍ୱଳ୍ପ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟିଶକ୍ତି ବୃଦ୍ଧି ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ଯୋଜନା ଛାତ୍ରଛାତ୍ରୀମାନଙ୍କ ପାଇଁ ବହୁମୂଲ୍ୟ ଯୋଜନା ଭାବେ ଲୋକାଭିମୁଖୀ ହୋଇପାରିଛି। ପୂର୍ବରୁ ଅନୁଷ୍ଠିତ ଚକ୍ଷୁ ପରୀକ୍ଷା ଶିବିରରେ ଚକ୍ଷୁ ପରୀକ୍ଷା କରିବା ପରେ ଚଷମା ପାଇବାକୁ ଯୋଗ୍ୟ ବିବେଚିତ ବିଭିନ୍ନ କ୍ଲଷ୍ଟର ଅଧିନରେ ଥିବା ବିଦ୍ୟାଳୟ ଗୁଡିକରୁ ୧୬୦ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଆଜିର ଏହି ଶିବିରରେ ଅତିଥିମାନେ ଚଷମା ପ୍ରଦାନ କରିଥିଲେ। ଶେଷରେ ମଣ୍ଡଳ ସ୍ୱତନ୍ତ୍ର ଶିକ୍ଷକ ହିମାଂଶୁ ଶେଖର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷା ସ୍ୱେଛାସେବୀ ଆଶିଷ କୁମାର ସ୍ୱାଇଁ, ଅଭିଜିତ ଥାଟୋଇ ଓ କିର୍ତ୍ତିଲତା ଉପାଧ୍ୟାୟ ପ୍ରମୁଖ ସହଯୋଗ କରିଥିଲେ।

Next Post

ଦଶିପୁର ଗ୍ରାମପଞ୍ଚାୟତରେ ମିନି ଧାନମଣ୍ଡି ଖୋଲିବାକୁ ଦାବି

Mon Aug 4 , 2025
କେନ୍ଦ୍ରାପଡ଼ା,୪ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନଦୀନାଳ ଘେରା ଦଶିପୁର ଗ୍ରାମପଞ୍ଚାୟତରେ ଚାଷୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ମିନି ଧାନମଣ୍ଡି ଖୋଲିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲା ସଦର ମହକୁମାସ୍ଥିତ ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ଦାବି କରାଯାଇଛି। ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଆଳି ବ୍ଲକର ଦଶିପୁର ପଞ୍ଚାୟତ ହେଉଛି ଏକ ନଦୀନାଳ ଘେରା ପଞ୍ଚାୟତ। […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading