
ପଟ୍ଟାମୁଣ୍ଡାଇ ତା ୪/୭-ପ୍ରତ୍ୟେକ ବିଦ୍ୟାଳୟରେ ପାଳିତ ହେଉଥିବା ବିଭିନ୍ନ ଦିବସର ଗୁରୁତ୍ୱ ରହିଥିବାରୁ ଏହି ଦିବସ ଗୁଡ଼ିକ ଆମ ପିଲାଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇ ଥାଏ। ଆମ ବିଦ୍ୟାଳୟ ଆମ ଦିବସ ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି କବି ଅନ୍ତର୍ଯ୍ୟାମୀ ବେଜଙ୍କ ଲିଖିତ ପ୍ରଥମ କବିତା ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟ ଉଚ୍ଚ ଶିକ୍ଷା, ଭାଷା ସାହିତ୍ୟ ସଂସ୍ମୃତି ଏବଂ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରକାଶ କରିଛନ୍ତି ଦେଇଛନ୍ତି। ଭୁବନେଶ୍ୱରର ଠାରେ ବରିଷ୍ଠ ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜନଗର ପୁର୍ବତନ ବିଧାୟକ ଅଲେଖ କୁମାର ଜେନା ସମ୍ମାନିତଅତିଥି ଭାବେ ଯୋଗ ଦେଇଥିବାବେଳେ କବି ସୁବାସ ଚନ୍ଦ୍ର ନାୟକ, କବି ଗୋଲକ ନାୟକ, ନାରାୟଣ ପ୍ରସାଦ ରାଉଳ, ଲଛମନ ବେଜ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶତୃଘ୍ନ ସିଂହ, ବନମାଳୀ ମହାପାତ୍ର, ନିରଞ୍ଜନ ମିଶ୍ର ପ୍ରମୁଖ ବହୁ କବି ସାହିତ୍ୟିକ ଯୋଗ ଦେଇଥିଲେ।
