କେନ୍ଦ୍ରାପଡା ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

1

blank
କେନ୍ଦ୍ରାପଡ଼ା,୨୫ା୮:ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ସମାଜସେବା କାର୍ଯ୍ୟରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ଆଉ ଏକ ସୁନ୍ଦର ପଦକ୍ଷେପ ଆଗକୁ ନେଉଛି। ଲଗାତର କିଛି ବର୍ଷ ହେବ ‘ହର ଘର ପୈାଦ୍ଧା’ କାର୍ଯ୍ୟକ୍ରମ ଦ୍ୱାରା ମାଇଁ ଏନସିସି ଆଲୁମନି ଆସୋସିଏସନ ବହୁତ ସୁନାମ ଓ ସଫଳତା ଅର୍ଜ୍ଜନ କରିଛି। ଚଳିତ ବର୍ଷ ୩ଲକ୍ଷରୁ ଉର୍ଦ୍ଧ୍ୱ ଗଛ ଲାଗି ପାରିଛି। ପୂର୍ବ ଭଳି ଏବର୍ଷ ମଧ୍ୟ ମାଇଁ ଏନସିସି ଆଲୁମନି ଆସୋସିଏସନ କେନ୍ଦ୍ରାପଡା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଛନ୍ତି। ଏଥିରେ ଆସୋସିଏସନର ସଦସ୍ୟ ଓ ସଦସ୍ୟାମାନେ ବହୁମାତ୍ରାରେ ଯୋଗଦେଇଥିଲେ। ଏହି ମହତ କାର୍ଯ୍ୟରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଓ ଅନ୍ୟ ପ୍ରାଧ୍ୟାପକ ମାନେ ଯଥା ରମାନାଥ ମହାନ୍ତି, ଅଶୋକ ଦାସ, ରଞ୍ଜିତ ଦାସ ଓ ଏନସିସି ବାଳକ ବିଭାଗର ଏ.ଏନ.ଓ. ଲେଫ୍ଟନାଣ୍ଟରଜନିକାନ୍ତ ତ୍ରିପାଠୀଙ୍କ ସହ ବରେଣ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ଉପସ୍ଥିତ ଥିଲେ। ବର୍ତ୍ତମାନ ସମୟର ଏନସିସି ଛାତ୍ରଛାତ୍ରୀ ଜୁନିଅର ଅଣ୍ଡର ଅଫିସର ରେସମା ପରୱିନ, ଦିପିକା ଜୋଜ, ସର୍ଜେଣ୍ଟ ଚିକୁନ ବିଶ୍ୱାଳ, ପ୍ରଜ୍ଞାଶ୍ରୀ ଲେଙ୍କା, ସିନିଅର ଅଣ୍ଡର ଅଫିସର ଜ୍ୟୋତିରଞ୍ଜନ ମଲ୍ଲିକ, ସୁବ୍ରତ କୁମାର କୁଣ୍ଡ, ମାନସ କୁମାର ତରାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହିପରି ଭାବେ ସମସ୍ତେ ମିଳିତ ଭାବେ କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମ୍ପର୍ଣ୍ଣ କରିଥିଲେ। ଚଳିତ ବର୍ଷ ସ୍ୱାଧୀନତା ଦିବସରେ ଭାଗନେଇଥିବା କୃତି ସଦସ୍ୟ ଓ ସଦସ୍ୟାମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଆଗାମୀ ଦିନରେ ଏମିତି ନୂତନ ଜନହିତକାରୀ କାର୍ଯ୍ୟ ଜାରିରହିବ ବୋଲି ଜଣାଇଛନ୍ତି।

One thought on “କେନ୍ଦ୍ରାପଡା ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

Comments are closed.

Next Post

ରାସ୍ତାରେ ଲହଡି ଭାଙ୍ଗୁଛି ପାଣି ,ଯାତାୟତରେ ବାଧା ,

Mon Aug 25 , 2025
ପୋଖରୀଆପଡା କେନାଲ ପୁନଃ ରୁଦ୍ଧାର ଜରୁରୀ  ସବୁ ଦେଖି ଚୁପ ପ୍ରଶାସନ ପଟ୍ଟାମୁଣ୍ଡାଇ ୨୫/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଦୈନିକ ବର୍ଷା ଯୋଗୁ ସହରରେ ପାଣି, କାଦୁଅ ଭରି ରହିଛି। ଜଳନଷ୍କାସନ ପଥ ଜବରଦଖଲ ହୋଇଥିବାରୁ ଡ୍ରେନ୍ ପୋତି ହୋଇ ଦୂଷିତ ମଇଳା ପାଣି ରାସ୍ତାରେ ବହିଚାଲୁଛି । ରାସ୍ତାରେ ବର୍ଷା ପାଣି ଜମିରହିବାରୁ ଗାଡି ମୋଟର ଚାଲି ଗାଢ ସୃଷ୍ଠି ହେଉଛି ।ତେବେ ସବୁଠାରୁ ଚିନ୍ତାର ବିଷୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading