ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ପରିଷଦ ବୈଠକ

ପଞ୍ଚାୟତ ନିର୍ବାଚନ, ଶିଳ୍ପ ପ୍ରତିଷ୍ଠା, ମହାକାଳପଡା କନ୍ଧା ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ସି.ପି.ଆଇ.ର ଆନ୍ଦୋଳନ ଡାକରା

blank

କେନ୍ଦ୍ରାପଡ଼ା,୨୨ା୩:ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପରିବର୍ଦ୍ଧିତ ଜିଲ୍ଲା ପରିଷଦ ବୈଠକ ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସି.ପି.ଆଇ. ସହସମ୍ପାଦକ ସାଥି ଆଦିକନ୍ଦ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ପାର୍ଟିର ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ସାଥି ସୋମନାଥ ପାତ୍ର, କଟକ ବଡ ଡାକ୍ତରଖାନାରେ ପ୍ରାଣହରାଇଥିବା ୧୪ଜଣ ଓ ଇରାନ ଯୁଦ୍ଧରେ ନିହତ ଜନସାଧାରଣଙ୍କ ପାଇଁ ଦୁଇ ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଜିଲ୍ଲା ସମ୍ପାଦକ ବିକାଶ ଚନ୍ଦ୍ର ବେହୁରା ବିଗତ ଦିନ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ। ସି.ପି.ଆଇ. ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସାଥି ରମଣୀରଞ୍ଜନ ରାଉତରାୟ ଓ ସାଥି ବାବାଜୀ ଧଳ ରାଜନୈତିକ ଆଲୋଚନା ଆରମ୍ଭ କରି ବର୍ତ୍ତମାନ ବିଶ୍ୱରେ ସାମ୍ରାଜ୍ୟବାଦୀ ଦେଶମାନେ ଯେଭଳି ଭେନେଜୁଆଲର ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ବାନ୍ଧି ନେବା ପରେ ଇସ୍ରାଏଲ- ଆମେରିକା ଇରାନ ଉପରେ ଆକ୍ରମଣ କଲେ ଏବଂ ଭାରତର ପ୍ରଧାନମନ୍ତ୍ରୀ ଇସ୍ରାଏଲ ଗସ୍ତର ପରଦିନ ଆକ୍ରମଣ ଘଟଣା ଭାରତର ସାମ୍ରାଜ୍ୟବାଦୀଙ୍କ ପ୍ରତି ସମର୍ଥନ ବୋଲି ଅଭିହିତ କରିବା ସହ ଦେଶର ବର୍ତ୍ତମାନ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଆଦିର ଦରଦାମ ବୃଦ୍ଧି ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ଆହ୍ୱାନ ଦେଇଥିଲେ। ଏଥିସହିତ ପଞ୍ଚାୟତ ନିର୍ବାଚନ, ଶିଳ୍ପ ପ୍ରତିଷ୍ଠା ଓ ମହାକାଳପଡା କନ୍ଧା ଚାଷୀଙ୍କୁ ଜମି ପଟ୍ଟା ପ୍ରଦାନ ନିମନ୍ତେ ସି.ପି.ଆଇ. ବ୍ୟାପକ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିଲେ। ବୈଠକରେ ସହସମ୍ପାଦକ ସଭ୍ୟସଂଗ୍ରହ ମାର୍ଚ୍ଚମାସ ୨୪ତାରିଖ ମଧ୍ୟରେ ଶେଷ କରିବାକୁ କହିବା ସହ ମାର୍ଚ୍ଚ ୨୩ତାରିଖରେ ଶହୀଦ ଭଗତ ସିଂଙ୍କ ଶହୀଦ ଦିବସକୁ ସାଂପ୍ରଦାୟିକ ବିରୋଧି ଦିବସ ଭାବେ ଜିଲ୍ଲାରେ ବ୍ୟାପକ ଭାବେ ପାଳନ କରାଯିବାକୁ ଆହ୍ୱାନ ଦେଇଥିଲେ। ପରେ ସାଂଗଠନିକ ଆଲୋଚନାରେ ଅପ୍ରେଲ ୧ତାରିଖରୁ ୩୦ତାରିଖ ମଧ୍ୟରେ ଗଣପାଣ୍ଠି ଆଦାୟ, ଅପ୍ରେଲ ୬ତାରିଖରେ ଭୁବନେଶ୍ୱର ବିସ୍ଥାପନ ବିରୋଧୀ ସମାବେଶ ଉପରେ ଅଧ୍ୟାପକ ଅଜୟ ସାମଲ ଓ ଶ୍ରୀଚରଣ ସାମଲ ଆଲୋଚନା କରିଥିଲେ। ସାଥି ସୁହାନା ବେଗମ ଓ ସାଥି ରଞ୍ଜନ ମଲ୍ଲିକ ବିଶ୍ୱ ଶ୍ରମିକ ଦିବସ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସତ୍ୟାନନ୍ଦ ଜେନା, ଡ. ରମେଶ ଚନ୍ଦ୍ର ନାୟକ, ବସନ୍ତ କୁମାର ସାହୁ, ନିରଞ୍ଜନ ପରିଡା, ସୁଶାନ୍ତ କୁମାର ନାୟକ, ହରେକୃଷ୍ଣ ମାଝୀ, ଅଭୟ କୁମାର ଦାସ, ଅମରେନ୍ଦ୍ର ଦାସ, ପ୍ରଦୀପ ବେହେରା ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

ଲେଖାଲେଖି ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା , କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ଉଦଯାପିତ

Sun Mar 22 , 2026
ଗାଳ୍ପିକା ମାନସୀ ଦାସ ପାଇଲେ ପ୍ରଥମ କେନ୍ଦ୍ରାପଡା ସାହିତ୍ୟ ଉତ୍ସବ ସମ୍ମାନ କେନ୍ଦ୍ରାପଡ଼ା,୨୨ା୩:କାଳେ କାଳେ ନିର୍ମଳ ନିର୍ଜନତା ଭିତରେ ସାହିତ୍ୟ ନିଜ ଉପଯୋଗୀ ପଥ ବାଛି ନେଇଛି। ଯାହାକି ଏକ ବୌଦ୍ଧିକ ଆବେଗକୁ ସମୃଦ୍ଧ କରିଆସିଛି। ତେଣୁ କୁହାଯାଇ ପାରେ ସାହିତ୍ୟ ବା ଲେଖାଲେଖି ସମ୍ପୂର୍ଣ୍ଣ ଭାବେ ଏକ ଆଧ୍ୟାତ୍ମିକ ପ୍ରକ୍ରିୟା। ଏଥିରେ ଲେଖକର ଭୂମିକା ଗୌଣ ବୋଲି କେନ୍ଦ୍ରାପଡା ସାହିତ୍ୟ ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading