ମାଇଁ ଏନସିସି ଆଲୁମିନି ଆସୋସିଏସନର ପ୍ରତିଷ୍ଠା ଦିବସ

blank
କେନ୍ଦ୍ରାପଡ଼ା,୯ା୪: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାଇଁ ଏନସିସି ଆଲୁମିନି ଆସୋସିଏସନର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ଓଡିଶାର ସୁନାମଧନ୍ୟ ସମାଜସେବୀ ତଥା ଶବର ଶେଷ ସାଥି ରୂପେ ପରିଚିତ ଗଗନ କୁମାର ପାଇଟାଳ, ସମାଜସେବୀ ତଥା ରୋଗୀର ଶେଷ ସାଥି ରୂପେ ପରିଚତ ଲଳିତ କୁମାର ରାୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରାପଡାରୁ ସୁଦୂର କେଉଁଝର ଜିଲ୍ଲାର ବାଂଶପାଳ ବ୍ଲକରେ ପହଞ୍ଚି ‘ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ’କାର୍ଯ୍ୟକ୍ରମରେ ୪୫୦ରୁ ଉର୍ଦ୍ଧ୍ୱ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କୁ ପୁରୁଣା ବସ୍ତ୍ର, ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ମାନସ ରଞ୍ଜନ ବାରିକ, ଶ୍ରୀକାନ୍ତ ପୋଥାଳ, ସଭାପତି ପ୍ରଭାସିନୀ ସାହୁ, ଅନୁପ କୁମାର ରାଉତ, ରାଜକିଶୋର ଖୁଣ୍ଟିଆ, କିଶୋର କୁମାର ନାଥ, ଦେବପ୍ରସନ୍ନ ସ୍ୱାଇଁ, ଋତୁପ୍ରଭା ସାମଲ, ସୁଶ୍ରୀ ସଂଗୀତା ଦାସ, ସବ୍ୟସାଚୀ ମହାରଣା, ଦେବାଶିଷ ପରିଡା, ବିଜୟଲକ୍ଷ୍ମୀ ଦାସ, ବର୍ଷାପ୍ରିୟଦର୍ଶିନୀ ମିଶ୍ର, ମହମ୍ମଦ ନୁରଉଦ୍ଦିନ ଖାନ, ବିକାଶ ପରିଡା, ବିଭୁତି ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସଦସ୍ୟମାନେ ମା’ତାରିଣୀଙ୍କୁ ଦର୍ଶନ କରି ଆସୋସିଏସନ ଓ ସମାଜର ମଙ୍ଗଳ ନିମନ୍ତେ ସମୁହ ପ୍ରାର୍ଥନା ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଆସୋସିଏସନର ଏହିସବୁ ସମାଜସେବାମୂଲକ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଏନସିସି ବାଳକ ଓ ବାଳିକା ବିଭାଗର କ୍ୟାଡେଟଙ୍କ ସମେତ ଜନସାଧାରଣ ସହଯୋଗ କରିଆସୁଥିବାରୁ ସେମାନଙ୍କୁ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କୃତଜ୍ଞତା ଅର୍ପଣ କରିଥିଲେ।

Next Post

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପଟ୍ଟାମୁଣ୍ଡାଇ ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Thu Apr 10 , 2025
ପଟ୍ଟାମୁଣ୍ଡାଇ ୧୦/୪ – କେନ୍ଦ୍ରାପଡା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନଗର ପଂଚାୟତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସାଂସଦ ପଣ୍ଡା ହେଲିକପଟର ଯୋଗେ ବନ୍ତୋ ପଡିଆରେ ଅବତରଣ କରିଥିଲେ । ତାଙ୍କୁ ଭାଜପା ନେତା କର୍ମକର୍ତର୍ା ମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ଶୋଭାଯାତ୍ରାରେ ଚନ୍ଦନନଗର ପଦ୍ମଲୋଚନ ବିଦ୍ୟାପୀଠକୁ ନେଇଥିଲେ । ସେଠାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading