କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

ନଭେମ୍ବର ୫ତାରିଖରେ କେନ୍ଦ୍ରାପଡା ବାଲିଯାତ୍ରା

blank
କେନ୍ଦ୍ରାପଡା ୨୪/୮- କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶିବାନନ୍ଦ ଆଶ୍ରମ ଗରାପୁରଠାରେ ବାଲିଯାତ୍ରା କମିଟିର ସଭାପତିବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍‌କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାଲିଯାତ୍ରା କମିଟିର ସଭ୍ୟ ସ୍ୱର୍ଗତ ଉମାକାନ୍ତ ଓ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ଦେହାନ୍ତରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପୂର୍ବ ବର୍ଷ ବାଲିଯାତ୍ରା ସମ୍ପର୍କରେ ସଭାପତି ଶ୍ରୀଯୁକ୍ତ ଦାଶ ଓ ସମ୍ପାଦକ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ୨୦୨୪ମସିହା ବାଲିଯାତ୍ରାର ଆୟ ବ୍ୟୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପସ୍ଥାପନ କରିଥିଲେ । ଉପସଭାପତି ଅଭିମନ୍ୟୁ ଗୋଚ୍ଛାୟତ, ପତ୍ରିକା ମୁଖ୍ୟ ସମ୍ପାଦକ କବି କରିଷ୍କର ଦାସ ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ସଭ୍ୟ ଶ୍ରୀଧର କୁମାର ମହାନ୍ତି, ଟୁଟୁ ଗେରୁ, ଶ୍ରୀଧର ଭୋଳ, ପଞ୍ଚାନନ ଗେରୁ, ରବିନ୍ଦ୍ର କୁମାର ସାହୁ, ପୀତବାସ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ପ୍ରଶନ୍ନ କୁମାର ପ୍ରତିହାରୀ, ସେକ ସମସେର, କୈଳାସ ଚନ୍ଦ୍ର ଗେରୁ, ସେକ ବିଦୁ, ମାସିଦ ଖାଁ, ସତ୍ୟବ୍ରତ ସିହ, ରାମଚନ୍ଦ୍ର ବାରିକ, ସେକ ଫାରନ, ଗୋଲଖ ପରିଡା ସମେତ ଶତାଧିକ ସଭ୍ୟ ସଭ୍ୟା ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଚଳିତ ବର୍ଷ ବାଲିଯାତ୍ରାକୁ ସଫଳ ରୁପାୟନ ନିମନ୍ତେ ମତ ପୋଷଣ କରିଥିଲେ । ବାଲିଯାତ୍ରା ମହୋତ୍ସବର ମୁଖପତ୍ର “ସ୍ମୃତିର ବୋଇତ” ପତ୍ରିକା ସରସ ସୁନ୍ଦର କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ଏଥି ନିମନ୍ତେ ସେପ୍ଟେମ୍ବର ମାସ ୧୦ତାରୀକ ମଧ୍ୟରେ କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଦର୍ଶନୀୟ ସ୍ଥାନ ସମ୍ପର୍କରେ ପ୍ରବନ୍ଧ, କବିତା ଓ ଗଳ୍ପ ପଠାଇବାକୁ ସାହିତିକମାନଙ୍କୁ ଅନୁରୋଧ କରାଗଲା । ଚଳିତ ବର୍ଷ ବାଲିଯାତ୍ରାକୁ ଆକର୍ଷଣୀୟ କରିବା ନିମନ୍ତେ ନୁଆ ନୁଆ ଷ୍ଟଲ, ରାମଦୋଳୀ,ମିନାବଜାର, ଚିତ୍‌ାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ଦାୟିତ୍ୱ ବଣ୍ଟନ କରାଗଲା । କେନ୍ଦ୍ରାପଡା ଜିଲ୍ଲା ଭାଇଚାରାର ଗଣପର୍ବକୁ ଆହୁରି ଚତାକର୍ଷକ କରିବାକୁ ସ୍ଥିର ହେଲା । ଶେଷରେ ସହକାରୀ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Next Post

ସାପ କାମୁଡାରେ ଶିଶୁ କନ୍ୟା ମୃତ, ମା’ଗୁରୁତର

Sun Aug 24 , 2025
କେନ୍ଦ୍ରାପଡ଼ା,୨୪ା୮:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚକ୍ରୋଡ଼ା ଗ୍ରାମପଞ୍ଚାୟତର ଅର୍ଶୋକା ଗ୍ରାମରେ ସାପ କାମୁଡ଼ାରେ ଜଣେ ୨ ବର୍ଷର ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଶିଶୁର ମା’ ଗୁରୁତର ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଅର୍ଶୋକା ଗ୍ରାମର ଫକୀର ଜେନା ତାଙ୍କ ପତ୍ନୀ ଗୀତାଞ୍ଜଳୀ ଓ ୨ ବର୍ଷର ଶିଶୁ କନ୍ୟା ରାଜଶ୍ରୀ ରାତି ପ୍ରାୟ ୧୦ଟାରେ ଖାଇ ସାରି ଶୋଇଥିଲେ। […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading