ମୂର୍ଚ୍ଛନା ଓ ଓକା ପକ୍ଷରୁ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୯ା୬ : ଓଡିଶାର ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ପକ୍ଷରୁ ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ରାଜ୍ୟ ସ୍ତରୀୟ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବସନ୍ତ କୁମାର ଦାସ ସଭାପତିତ୍ୱ କରି ରଜମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମାଜସେବୀ ଓ ଶିକ୍ଷାବିତ୍ ଶଶଧର ପଣ୍ଡା ମୁଖ୍ୟବକ୍ତା ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡକ୍ଟର ତ୍ରିଲୋଚନ ବରାଳ ଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଶ୍ରୀମନ୍ଦିର ସେବାୟତ ଶିବନାରାୟଣ ପୂଜାପଣ୍ଡା, ଗୋଟିପୁଅ ନୃତ୍ୟଗୁରୁ ମାଗୁଣୀ ଜେନା, ନିର୍ଦ୍ଦେଶକ ରଙ୍ଗଶାଳା ପୁରୀର ବିକ୍ରମ କୁମାର ସାହୁ, ସାମ୍ୱାଦିକ ସର୍ବେଶ୍ୱର ଜେନା ପ୍ରମୁଖ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କଳାକାର କବି ସମାଜସେବୀ ମାନଙ୍କୁ ,ଶ୍ରୀକ୍ଷେତ୍ର ଧାମ ସମ୍ମାନ, ଓଡ଼ିଶା ଗୌରବ ସମ୍ମାନ ପ୍ରଦାନ କରିଥିଲେ। ଅପରାହ୍ନରେ ଫେଷ୍ଟିଭାଲ ନିର୍ଦ୍ଦେଶକ ମୋନାଲିସା ଷଡ଼ଙ୍ଗୀ ଓ ପ୍ରଦୀପ କୁମାର ବିହାରୀଙ୍କ ପରିଚାଳନାରେ ରଜ ପ୍ରତିଯୋଗିତା କରାଯାଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ବସନ୍ତ କୁମାର ଦାସ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ରଜ କୁଇନ ଆୱାର୍ଡ଼ ପ୍ରଦାନ କରିଥିଲେ। ସୁଶାନ୍ତ କୁମାର ପରିଡ଼ା,ବିଜୟ କେତନ ସାହୁ, ଅନିଲ କୁମାର ବାରିକ, ଅମିତ କୁମାର ପ୍ରଧାନ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Next Post

କେନ୍ଦ୍ରାପଡ଼ା ଜିଲ୍ଲାକୁ ଏକ ଆଦର୍ଶ ଜିଲ୍ଲା ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ

Mon Jun 9 , 2025
ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମ ସମୀକ୍ଷା କେନ୍ଦ୍ରାପଡ଼ା, ୯/୬ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ଘୋଷଣା କରିଛନ୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading