କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ

blank
କେନ୍ଦ୍ରାପଡ଼ା,୯ା୩:କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ଅଷ୍ଟମ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ଆଳି ବିଧାୟକ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲାପାଳ ରଘୁରାମ ଆର.ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଜିଲ୍ଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ସମେତ ଲାଇନ୍‌ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦର ବିଭିନ୍ନ ପ୍ରକଳ୍ପ ଗୁଡିକ ଅର୍ଥ ଅଭାବରୁ କାର୍ଯ୍ୟକାରୀ ହୋଇପାରୁନଥିବା ଏବଂ କାର୍ଯ୍ୟାନ୍ୱୟନ ହୋଇପାରୁନଥିବା ପ୍ରକଳ୍ପ ଗୁଡିକର ନାମ ବଦଳା ଯାଉନଥିବାରୁ ବିଧାୟକ ଓ ଜିଲ୍ଲାପରିଷଦ ସଭ୍ୟସଭ୍ୟାମାନେ କ୍ଷୋଭ ପ୍ରକାଶ କରିଥିଲେ। ୬ନମ୍ବର ଜୋନ ଅନ୍ତର୍ଗତ ମାଗୁରାଗଣ୍ଡପାଟଣା ଆଦିବାସୀ ପଡାରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି ସେଠାରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ପୂର୍ବରୁ ତାଙ୍କ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥିଲେ। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସେଠାରେ ବୋରିଂ, ବିଦ୍ୟୁତକରଣ ଏବଂ ପମ୍ପ୍ ହାଉସ ନିର୍ମାଣ କାର୍ଯ୍ୟ ଜିଲ୍ଲା ପରିଷଦ ପାଣ୍ଠିରୁ ୯ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ୬ମାସ ପୂର୍ବରୁ ଶେଷ ହୋଇଥିବା ବେଳେ ପାଇପଲାଇନ ବିଛା ହେଉନଥିବାରୁ ଅଦ୍ୟାବଧି ସେହି ପ୍ରକଳ୍ପଟି କାର୍ଯ୍ୟକାରୀ ହୋଇପାରିନଥିବା ସଭ୍ୟା ଶ୍ରୀମତୀ ମହାନ୍ତି ଅଭିଯୋଗ କରିଥିଲେ। ଫଳରେ ମାଗୁରାଗଣ୍ଡପାଟଣା ଆଦିବାସୀ ବସ୍ତି ସମେତ ଗୋବିନ୍ଦଜୀଉ ପାଟଣା ଗ୍ରାମବାସୀମାନେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏନେଇ ଆବଶ୍ୟକ ଅର୍ଥ ମଞ୍ଜୁର କରାଯିବାକୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଓ କେନ୍ଦ୍ରାପଡା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆସନ୍ତା ଗ୍ରୀଷ୍ମପ୍ରବାହ ପୂର୍ବରୁ ଏହି ପ୍ରକଳ୍ପର କାର୍ଯ୍ୟକ୍ଷମ କରାଯିବାକୁ ସେ ଦାବି କରିଥିଲେ। ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Next Post

ମଣ୍ଡିରେ ଧାନ ସଂଗ୍ରହ ପାଇଁ ସମୀକ୍ଷା ବୈଠକ

Tue Mar 10 , 2026
କେନ୍ଦ୍ରାପଡ଼ା,୧୦ା୩:ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦୨୫–୨୬ ଖରିଫ ବର୍ଷର ଧାନ ସଂଗ୍ରହ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୋଟ ୧୬,୧୨,୦୦୦ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଥିବା ବେଳେ ଆଜି ସୁଦ୍ଧା ୧୨, ୬୧, ୪୭୩ କୁଇଣ୍ଟାଲ ଧାନ କ୍ରୟ କରାଯାଇଛି। ଏପର୍ଯ୍ୟନ୍ତ ଜିଲ୍ଲାର ୩୭,୩୯୯ ଜଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading