ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ

ପଟ୍ଟାମୁଣ୍ଡାଇ ୨୩/୧୨- ପଟ୍ଟାମୁଣ୍ଡାଇ ନିକଟସ୍ଥ ଅରୁଆ ହରିହରାନନ୍ଦ ବାଳାଶ୍ରମର ୨୧ତମ ବାର୍ଷିକ ଉତ୍ସବ (ସ୍ପନ୍ଦନ) ଅନୁଷ୍ଠିତ ହୋଇଯାଇଛି । ବାଳାଶ୍ରମ ପ୍ରତିଷ୍ଠାତା ମହାନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଉପସ୍ଥିତି ଉତ୍ସବର ଗାରିମା ବୃଦ୍ଧି କରିଥିବା ବେଳେ ବାଳାଶ୍ରମ ଅଧ୍ୟକ୍ଷ ଡ଼ ମଳୟ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସିଏମଡି ଓଡ଼ିଶା ରାଜ୍ୟ ପୋଲିସ, ଗୃହ ଏବଂ ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟ ଦର୍ଶୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜର ଅବହେଳିତ ଗରିବ ଅନାଥ ଛାତ୍ରୀଛାତ୍ରଙ୍କ ପାଇଁ ମାଗଣାରେ ଆବାସିକ ଉଚ୍ଚଶିକ୍ଷା ଯୋଗାଇ ଦେଇଥିବା ହରିହରାନନ୍ଦ ବାଳାଶ୍ରମ ଅନନ୍ୟ ବୋଲି ମତ ପ୍ରକାଶ କରିଥିଲେ । ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ମୁଖ୍ୟ କାର୍ମିକ ଅଧିକାରୀ ସାଗରିକା ପଟ୍ଟନାୟକ,ସଲାମ ଜୀବନ ପରିଚାଳନା ନିର୍ଦ୍ଦେଶକ ଡ଼ ଇମ୍ରାନ ଅଲ୍ଲୀ, ଅକ୍ଷମତା ଅନ୍ତର୍ଭୁକ୍ତି ବିଶେଷଜ୍ଞ ଡ଼ ସ୍ମୃତି ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପରମହଂସ ପ୍ରଜ୍ଞାନାନନ୍ଦ ଓ ଅତିଥିମାନେ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ପରମହଂସ ପ୍ରଜ୍ଞାନାନନ୍ଦ ଛାତ୍ରୀଛାତ୍ରମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଏଇ ଅବସରରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଳା ଓ ବିଜ୍ଞାନ ପ୍ରଦର୍ଶନୀକୁ ଅତିଥିମାନେ ପରିଦର୍ଶନ କରିଥିଲେ। ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ସୁଗୀତାନନ୍ଦ ଗିରି, ପ୍ରଜ୍ଞାନ ମିଶନର ସମ୍ପାଦକ ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ଗିରିଙ୍କ ସମେତ ବହୁ ସନ୍ନ୍ୟାସୀନୀ/ସନ୍ୟାସୀ ମାନ୍ୟଗଣ୍ୟ ବ୍ୟକ୍ତି ଶିକ୍ଷୟତ୍ରୀ/ ଶିକ୍ଷକ ଓ ଛାତ୍ରୀଛାତ୍ରଯୋଗ ଦେଇଥିଲେ ।
