ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୨୧ା୮: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶ ପଞ୍ଚାୟତ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଗୁରୁବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆଳି ବ୍ଲକର ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଅରେହିକଣା, ଚଣ୍ଡିଆଗଡି, ମାଣିକପାଟଣା, ସିଙ୍ଗିରି, ସହିରା, ବାଟିପଡା, ସାନମଙ୍ଗ, ନୂଆପଡା, ପାତ୍ରପୁର ଏବଂ ନରେନ୍ଦ୍ରପୁର ପ୍ରଭୃତିକୁ ନେଇ ଦଶ ପଞ୍ଚାୟତ ବିକାଶ ପରିଷଦ ଗଠନ କରାଯାଇଛି। ଏହି ପଞ୍ଚାୟତ ଗୁଡିକର ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ରାହ୍ମଣୀ ନଦୀର ଜଳ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ନଦୀରେ କୁମ୍ଭୀରଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଚାଷୀମାନେ ଭୟଭିତ ଅବସ୍ଥାରେ ଦିନ କାଟୁଛନ୍ତି। କାରଣ ଚାଷୀମାନେ ନଦୀକୂଳରେ ଚାଷ କାର୍ଯ୍ୟ କରୁଥିବା ବେଳେ ନଦୀରୁ କୁମ୍ଭୀର ଆସି ଚାଷୀଙ୍କୁ ନଦୀ ଭିତରକୁ ଟାଣି ନେଉଛନ୍ତି। କୁମ୍ଭୀର ଆକ୍ରମଣରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯିବା କଥା ତାହା ନିଆଯାଉ ନାହିଁ। ଯାହାଫଳରେ ଅନେକ ସମୟରେ କୁମ୍ଭୀର ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଘଟୁଛି। ଏହି ଅଞ୍ଚଳର ଅନ୍ୟ ଏକ ସମସ୍ୟା ହେଉଛି ବାରମ୍ବାର ବିଦ୍ୟୁତ କାଟ। ୨୪ଘଣ୍ଟାରୁ ଲୋକମାନେ ମାତ୍ର ୧୨ଘଣ୍ଟା ବିଦ୍ୟୁତ ପାଉଛନ୍ତି। ବିଦ୍ୟୁତ ଭିତ୍ତିଭୂମି ଅଭାବରୁ ଏହି ସମସ୍ୟା ସୃଷ୍ଟି ହେଉଛି। ତେଣୁ ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରାଯାଉ। ଏହି ଅଞ୍ଚଳରେ କେନ୍ଦ୍ରୀୟ ଜଳଜୀବନ ମିଶନ ଯୋଜନାରେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା। ହେଲେ ଏହି ପ୍ରକଳ୍ପ ଏବେ ଅଧାପନ୍ତରିଆ ଭାବେ ପଡି ରହିଛି। ପ୍ରକଳ୍ପର ଠିକା ନେଇଥିବା ସଂସ୍ଥା ଏଲ ଆଣ୍ଡ ଟି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବାରୁ ପ୍ରକଳ୍ପଟି ଶେଷ ହୋଇପାରୁନାହିଁ। ଫଳରେ ଖରାଦିନେ ଲୋକମାନେ ପାନୀୟଜଳ ସଙ୍କଟରେ ପଡୁଛନ୍ତି। ତେଣୁ ଏହି ପ୍ରକଳ୍ପକୁ ତୁରନ୍ତ ଶେଷ କରିବା ପାଇଁ ଚାଷୀମାନେ ନିବେଦନ କରିଛନ୍ତି। ଏହି ଅଞ୍ଚଳର ଚଣ୍ଡିଆଗଡି, ସିଙ୍ଗିରୀ, ପାତ୍ରପୁର, ବାଟିପଡା, ମାଣିକପାଟଣା ଓ ସହିରା ପ୍ରମୁଖ ପଞ୍ଚାୟତର ଚାଷ ଜମିରେ ବର୍ଷାଜଳ ଜମି ରହୁଛି। ରମ୍ଭିଲା ସ୍ଲୁଇସଗେଟ ଅଚଳ ହୋଇଯାଇଥିବାରୁ ଚାଷଜମିରୁ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ। ଫଳରେ ଚାଷକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସେହିପରି ବ୍ଲକ ପ୍ରଶାସନର ଚରମ ଅବହେଳା ଯୋଗୁଁ ଏହି ପଞ୍ଚାୟତ ଗୁଡିକୁ ଭଲ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ତେଣୁ ପଞ୍ଚାୟତବାସୀମାନେ ଗମନାଗମନ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗୋଳଗଣ୍ଡ ନଦୀବନ୍ଧ ଠାରୁ ଦିଗୋଛିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବା ପାଇଁ ପ୍ରସ୍ତାବ ରହିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ବୈମାତୃକ ମନୋଭାବ ପାଇଁ ଏହା ଶୀତଳଭଣ୍ଡାରରେ ପଡିରହିଛି। ଏହିସବୁ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ପରିଷଦର ସଭାପତି ବ୍ରଜସୁନ୍ଦର ଭୂୟାଁ, ସାଧାରଣ ସମ୍ପାଦକ ସୁମନ୍ତ ରାଉତ, ଉପସଭାପତି ସୁମନ୍ତ ଦାସ,ଯୁଗ୍ମସମ୍ପାଦକ ଗୋଲେଖ ଚନ୍ଦ୍ର ସାହୁ, ଭରତ ଚନ୍ଦ୍ର ସାହୁ, ରବିନ୍ଦ୍ର କୁମାର ସାହୁ, ସୁଧିର ଚନ୍ଦ୍ର ମହାନ୍ତି, ସହିରା ସରପଞ୍ଚହେମନ୍ତ ମହାନ୍ତି, ଅର୍ଜ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ସ୍ୱୟଂ ସହାୟୀକା ମହିଳା କରୁଛନ୍ତି ସୁଧ କାରବାର. ଦିଗହରା ଜୀବିକା ମିଶନ . ୨୫ ଶହ ଗୋଷ୍ଠିରୁ ୩୯ ଟି ଉଦ୍ୟେଗ , କୋଟିକୋଟି ଟଙ୍କା ହୋଇଛି ବ୍ୟାଙ୍କ ରୁଣ ,ସୁଧ କରବାର ପାଇଁ ବଢୁଛି ମାମଲା

Thu Aug 21 , 2025
ପଟ୍ଟାମୁଣ୍ଡାଇ ୧୯/୮ -ଗ୍ରାମାଂଚଳ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରାଇବା ଲକ୍ଷରେ ସରକାର ମିଶନ ଶକ୍ତି ଓ ଜୀବିକା ମିଶନ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପ୍ରୋତ୍ସାହିତ କରିବା ହେଉ କିମ୍ବା ସୁଭଦ୍ରା ଯୋଜନା ଜରିଆରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଲକ୍ଷପତି ଦିଦି କରିବା ଲକ୍ଷ୍ୟ ହେଉ, ମହିଳା ସଶକ୍ତିକରଣ ଅଭିଯାନରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଦିଗରେ ଓଡ଼ିଶା ସରକାର କାର୍ଯ୍ୟକ୍ରମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading