ଚୋରାମଦ ଜବତ,୬ ଗିରଫ

blank
କେନ୍ଦ୍ରାପଡ଼ା,୬ା୯:ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ରାଜନଗର ଓ ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଗୋବିନ୍ଦପୁର ଗ୍ରାମର ଅନିରୁଦ୍ଧ ମଳିକ(୪୧)ଙ୍କ ଠାରୁ ୧୮ ଲିଟର ବିଦେଶୀ ମଦ, ସୌମ୍ୟରଞ୍ଜନ ପାତ୍ର(୨୧)ଙ୍କ ଠାରୁ ୨୧ ଲିଟର ଦେଶୀ ମଦ, ଏକଲାପୁର ଗ୍ରାମର ସଞ୍ଜୟ ରାଉତ(୪୫)ଙ୍କ ଠାରୁ ୩୬ ଲିଟର ବିଦେଶୀ ମଦ, ବେଣାକନ୍ଦା ଗ୍ରାମର ନାଡୁଗୋପାଳ ମଣ୍ଡଳ(୫୨)ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, କଂସାର ଗ୍ରାମର ମଧୁସୂଦନ ପାଲ(୪୫)ଙ୍କ ଠାରୁ ୨୫ ଲିଟର ବିଦେଶୀ ମଦ ଓ ସୁଧିର ରାଉତ(୪୩)ଙ୍କ ଠାରୁ ୧୩ଲିଟର ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୪୫ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ ଓ ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ନାୟକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Next Post

ବ୍ରାହ୍ମଣୀ ନଦୀରେ ୪ର୍ଥ ବନ୍ୟା ; ବ୍ୟାପକ ଅଂଚଳ ଜଳମଗ୍ନ, ସିଂହଗାଁ ବାହ୍ୟଜଗତରୁ ବିଛିନ୍ନ, ରୁଆ ବିଲରେ ବେକେ ପାଣି

Sat Sep 6 , 2025
ପଟ୍ଟାମୁଣ୍ଡାଇ ୬/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ୧୪ଟି ପଂଚାୟତ ପୌରାଂଚଳର ପ୍ରାୟ ୧୧ଟି ଓାର୍ଡରେ ବାରମ୍ବାର ବନ୍ୟା ଆସି ଲୋକେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ଚଳିତବର୍ଷ ଗତ ୨ମାସ ଭିତରେ ୪ ଥର ବନ୍ୟା ଜଳ ପ୍ରବେଶ କରି ପ୍ରାୟ ୭୦ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଥିବା ବେଳେ ସହସହ ହେକ୍ଟର ଚାଷଜମୀ ନଷ୍ଠ ହୋଇଯାଇଛି । ବ୍ରାହ୍ମଣୀରେ […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading