
କେନ୍ଦ୍ରାପଡ଼ା,୩୧ା୩: କଂସାର ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନଶିକ୍ଷକ ଶ୍ରୀ ରାଉଳ ଗତ ୨୦୨୧ମସିହାରେ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ। ତାଙ୍କର କାର୍ଯ୍ୟଦକ୍ଷତା, ନିଷ୍ଠା ଓ ସମୟାନୁବର୍ତ୍ତିତା ପାଇଁ ସେ ସମସ୍ତ ଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଶ୍ରୀ ରାଉଳଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଛ, ଉତ୍ତରୀୟ ଓ ଶାଲ, କଲମ ପଦାନ ପୂର୍ବକ ସମ୍ବର୍ଦ୍ଧିନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଦିଲ୍ଲିପ କୁମାର ଦାସ, ରଞ୍ଜନ କୁମାର ଦାସ, ଭକ୍ତିଲତା ମହାରଣା, ପୂର୍ଣ୍ଣମା ପ୍ରିୟଦର୍ଶିନୀ ଚୈାଧୁରୀ, ସରିତା ସାହାଣୀ, ମନୋଜ ସାହୁ, ବିଭୁ ପ୍ରସାଦ ଆଚାର୍ଯ୍ୟ, ଜ୍ଞାନରଞ୍ଜନ ରାଉତ, ନିର୍ମଳ ଖଟୁଆ, ଆଶୁତୋଷ ବେହେରା, ରଶ୍ମିତା ଦାସ, କୈାଶଲ୍ୟା ନାୟକ, ଅପର୍ଣ୍ଣା ରଥ, ଜୟନ୍ତୀ ବେହେରା, ଜାନକୀ ଜେନା, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ ଶ୍ରୀ ରାଉଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।
