ମନରେଗା ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମ ବାଦ ଦିଆଯିବା ଯୋଗୁଁ ଜିଲ୍ଲା କଂଗ୍ରେସର ବିକ୍ଷୋଭ

blank
କେନ୍ଦ୍ରାପଡ଼ା,୨୨ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଦୁର୍ବଳ କରି କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଏବଂ ଗ୍ରାମୀଣ ବାସିନ୍ଦାଙ୍କ ନିଯୁକ୍ତିର ଆଇନଗତ ଅଧିକାରକୁ ଉଚ୍ଛେଦ କରିବାର କଥିତ ଷଡ଼ଯନ୍ତ୍ରର ପ୍ରତିବାଦରେ କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିରେ ବାହାରି କର୍ମୀମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀଙ୍କ ଏକ ଶୋଭାଯାତ୍ରା ବାହାରି କେନ୍ଦ୍ରାପଡା  ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ଦୃଢ ସମାଲୋଚନା କରିଥିଲେ।ଦେଶର ବେକାର ଯୁବକଯୁବତୀ ଓ ସାଧାରଣ ଲୋକଙ୍କର ଆତ୍ମ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ପ୍ରଣୟନ ହୋଇଥିବା “ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା” (MGNRGS)ରେ ଲୋକଙ୍କୁ ବର୍ଷରେ ଏକଶହ ଦିନ କର୍ମ ଯୋଗାଇ ଦେବାର ବ୍ୟବସ୍ଥା ଥିବା ବେଳେ ସରକାର ଅଦ୍ୟାବଧି ବର୍ଷକରେ ଏକଶହ ଦିନ କର୍ମ ଯୋଗାଇବାରେ ବିଫଳ ହୋଇଛନ୍ତି। ଏଥିସହିତ କାମ ଯୋଗାଇ ନପାରିଲେ ବେକାରୀ ଭତ୍ତା ଦେବା ପାଇଁ ସରକାର ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପୂର୍ଣ୍ଣ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଆଜି ବିଜେପି ସରକାର ଅତ୍ୟନ୍ତ ନିର୍ଲ୍ଲଜ ଭାବରେ ବର୍ଷକୁ ୧୨୫ଦିନ କାମ ଯୋଗାଇ ଦେବାର ମିଥ୍ୟା ପ୍ରଲୋଭନ ଦେଖାଇ ବିଶ୍ୱ ପୂଜିତ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ବିକୃତ ମାନସିକତାର ପରିଚୟ ଦେଇଛି ବୋଲି କଂଗ୍ରେସ କହିଛି। ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ଅସମ୍ମାନିତ କରିଥିବାରୁ ଦେଶର ଜନସାଧାରଣଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି।

ଏହି ପ୍ରତିବାଦ ବିକ୍ଷୋଭରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ରତିକାନ୍ତ କାନୁନଗୋ, ଅଶୋକ କୁମାର ପ୍ରତିହାରୀ, ବିଭ୍ରାଂଶୁ ଲେଙ୍କା,ବିଭୁଭୂଷଣ ମହାପାତ୍ର, ରବିନାରାୟଣ ବେହେରା, ମଙ୍ଗୁଳି ଚରଣ ବେହେରା, ବାବୁରାମ ଜେନା, ଭାଗିରଥୀ ଜେନା, ଅଶୋକ ମୋହନ ଜେନା, ବସନ୍ତ କୁମାର ସେଠୀ, ବିଧାନ ଚନ୍ଦ୍ର ସାମଲ, ନିରଞ୍ଜନ ରାଉତ, ସସ୍ମିତା ପଣ୍ଡା, ପ୍ରମିଳା ସାହୁ, ମାନଗୋବିନ୍ଦ ଦାସ, ନିଳମଣୀ ସେଠୀ, ଜଗନ୍ନାଥ ସେଠୀ, ଦର୍ପନାରାୟଣ ସାହୁ, ରଙ୍ଗଲାଲ ମଲ୍ଲିକ, ପ୍ରଦୀପ କୁମାର ରାଉତ, ପ୍ରମିଳା ମଲ୍ଲିକ, ପ୍ରଭାକର ସାହୁ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Next Post

ଶ୍ରୀନିବାସ ରାମାନୁଜନ ଗାଣିତ ବିଷୟରେ ଅଦ୍ୱିତୀୟ ଅବଦାନ ଛାଡି ଯାଇଛନ୍ତି

Tue Dec 23 , 2025
ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ଗଣିତ ଦିବସ ପାଳିତ ପଟ୍ଟାମୁଣ୍ଡାଇ ୨୩/୧୨ – ଭାରତର ପ୍ରଖ୍ୟାତ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ପଟ୍ଟାମୁଣ୍ଡାଇ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସୋମବାର ଜାତୀୟ ଗଣିତ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ବିଦ୍ୟାମନ୍ଦିରର ସହପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଅୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଚୀ ନନ୍ଦନ ଦାସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading