ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ

blank

ପଟ୍ଟାମୁଣ୍ଡାଇ ତା ୨୩ /୪- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ତିନିଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି। ଉଦଯାପନୀ ଅବସରରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କଲେଜ ପୁରାତନ ଛାତ୍ରଛାତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, “ଆଜିର ଛାତ୍ରମାନେ ହିଁ ଆସନ୍ତାକାଲିର ଜନନାୟକ, ତେଣୁ ପ୍ରତି କ୍ଷଣ ନିଜକୁ ସଠିକ୍ ପଥରେ ଆଗକୁ ଆଣିବା ଆବଶ୍ୟକ।” ଏହା ସହତ ଛାତ୍ରୀଛାତ୍ରଙ୍କୁ ନିଜ ଲକ୍ଷ୍ୟ ପ୍ରତି ସଚେତନ ଓ ଶୃଙ୍ଖଳାବଦ୍ଧ ରହିବାକୁ ସେ ପରାମର୍ଶ ଦେଇଥିଲେ।
ପଟ୍ଟାମୁଣ୍ଡାଇ କଲେଜ ପୁରାତନ ଛାତ୍ର ସଂସଦ ସଭାପତି ରଶ୍ମି ରଞ୍ଜନ ପ୍ରଧାନ ଉଦଯାପନୀ ଉତ୍ସବରେ ପୌରହିତ୍ୟ କରି ସମସ୍ତ ବାଧା ଓ ପ୍ରତିବନ୍ଧକକୁ ଏଡାଇ ୩ ଦିନ ବ୍ୟାପି ମହାଆଡମ୍ବରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସମସ୍ତ ଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ସାଧୁବାଦ ଜଣାଇବା ସହିତ କଲେଜ ବିକାଶକୁ କଣ୍ଠରୋଧ କରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭଣ୍ଡୁର ପାଇଁ ହୀନ ଉଦ୍ୟମ କରିଥିବା ଚକ୍ରାନ୍ତକାରୀ ଗୋଷ୍ଠୀକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ବୋଲି ପ୍ରକାଶ କରିଥିଲେ । ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇବାସୀଙ୍କ ହୃଦସ୍ପନ୍ଦନ ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତୀ ସମସ୍ତ ବାଧା ପ୍ରତି ବନ୍ଧକ ଓ ଅପପ୍ରଚାରକୁ ଏଡାଇ ସଫଳତାର ସହିତ ଅନୁଷ୍ଠିତ ହୋଇ ଯାଇଥିବାରୁ ଏ ମାଟିର ଗୌରବ ଓ ସ୍ୱାଭିମାନ ଅକ୍ଷୁର୍ଣ୍ଣ ରହିଥିବାରୁ ପଟ୍ଟାମୁଣ୍ଡାଇବାସୀ ଓ ପୁରାତନ ଛାତ୍ର ସଂସଦ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କୁ ସାଧୁବାଦ ଦେବା ସହିତ ପଟ୍ଟାମୁଣ୍ଡାଇ କଲେଜ ବିକାଶ ପାଇଁ ତାଙ୍କର ନିରନ୍ତର ପ୍ରୟାସ ଓ ସହଯୋଗ ଜାରି ରହିବ ବୋଲି ପ୍ରକାଶ କରିଥିଲେ । ପୁରାତନ ଛାତ୍ର ଗାଳ୍ପିକ ପ୍ରାଧ୍ୟାପକ ଡ଼ ନୀଳମଣି ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଟ୍ଟାମୁଣ୍ଡାଇ କଲେଜ ମା ପରି ସ୍ନେହ ମମତା ଦେଇ ସମାଜରେ ପ୍ରତିଷ୍ଠିତ ହେବାର ସୁଯୋଗ ଦେଇଥିବାରୁ ସମସ୍ତ ମତଭେଦ ଭୁଲି ସମସ୍ତ ପୁରାତନ ଛାତ୍ରଛାତ୍ରୀ ମାନେ ମା କୋଳକୁ ଫେରି ଆସିବାକୁ କବିତା ମାଧ୍ୟମରେ ଅପିଲ କରିଥିଲେ । ପୁରାତନ ଛାତ୍ର ସଂସଦ ସମ୍ପାଦକ ନିଶିକାନ୍ତ ପ୍ରଧାନ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ଦାଶ ପ୍ରମୋଦ ସାହୁ ଅମରେଶ ପାତ୍ର ଓ ରବୀନ୍ଦ୍ର ବିଶ୍ୱାଳ ଭାଷଣ ଦେଇ କଲେଜ ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ । ପୁରାତନ ଛାତ୍ର ରମେଶ ଦେ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ମୁଖ୍ୟଅତିଥି ଆଇ ଆଇ ସି ଶ୍ରୀମତୀ ପାତ୍ର, କଲେଜ ଅଧକ୍ଷ ଶ୍ରୀ ପାତ୍ର ପୁରାତନଛାତ୍ର ପୂର୍ବତନ ବିଧାୟକ କିଶୋର ତରାଇ, ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀ ପ୍ରଧାନ ସମ୍ପାଦକ ଶ୍ରୀ ପ୍ରଧାନ ଯୁଗ୍ମସମ୍ପାଦକ ଶ୍ରୀ ଦାଶ, କୋଷାଧକ୍ଷ ଶୁଭଦୀପ ଗୁପ୍ତା, ପୁରାତନ ଛାତ୍ର ଗାଳ୍ପିକ ପ୍ରଦୀପ ନାୟକ, କିଶୋର ସ୍ୱାଇଁ ରବୀନ୍ଦ୍ର ବିଶ୍ୱାଳ ଉପେନ୍ଦ୍ର ନାୟକ, ରମେଶ ଦେ, ସୁଶାନ୍ତ ଦାଶ ପ୍ରମୋଦ ସାହୁ ନଟବର ସେଠୀ, ମିଟୁ ମନୋଜ ନାୟକ ଶିଶିର ମଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାରଥିଲା । ପୁରାତନ ଛାତ୍ର ରମେଶ ଦେ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ପ୍ରମୋଦ ସାହୁ ଧନ୍ୟବାଦ ଦେଇଥିଲେ । ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆରମ୍ଭରେ ସ୍ୱାଗତ ସଂଗୀତ ସହ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ୩ ଦିନ ବ୍ୟାପି ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ କଲେଜର ପୂର୍ବତନ ଅଧ୍ୟକ୍ଷ, ଅଧ୍ୟାପକ ଓ ବର୍ତମାନର ଅଧ୍ୟାପକ ଅଧ୍ୟାପିକା ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Next Post

ଭରତପୁର ମା’ ଦକ୍ଷିଣକାଳୀ ମନ୍ଦିରରୁ ଚୋରି

Fri Apr 24 , 2026
କେନ୍ଦ୍ରାପଡ଼ା,୨୪ା୪:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ଗ୍ରାମରେ ଥିବା ମା’ଦକ୍ଷିଣକାଳୀଙ୍କ ମନ୍ଦିରରୁ ଚୋରଦଳ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି କରିନେଇଛନ୍ତି। ଏନେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟ ଶିବପ୍ରସାଦ ଦାସ ଓ ପୂଜକ ଗୋବିନ୍ଦ ଚନ୍ଦ୍ର ମିଶ୍ର ସଦର ଥାନାରେ ଏତଲା ଦେଇଛନ୍ତି। ଏତଲାଦେବା ପରେ ସଦରଥାନାଧିକାରୀ ପଦ୍ମାଳୟା ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସଦରଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କ ନିବେଦନ କ୍ରମେ ଜିଲ୍ଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading