ବାତ୍ୟା ଆଶ୍ରୟସ୍ଥଳୀ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତିଲେ ସ୍କୁଲ ପିଲା

blank
ପଟ୍ଟାମୁଣ୍ଡାଇ ୨୩/୭ -ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଡିଅଂଟା ସ୍କୁଲ ନିକଟରେ ଥିବା ବିପଦପୂର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। କୋଠାର ଛାତରୁ ହଠାତ୍ ସିମେଂଟ ପ୍ଲାଷ୍ଟର ଖସିପଡ଼ିବା ବେଳେ ସେଠାରେ ଖେଳୁଥିବା କୁନିକୁନି ସ୍କୁଲ ଛାତ୍ରୀଛାତ୍ରମାନେ ଅଳ୍ପକେ ବର୍ତିଯାଇଛନ୍ତି। ହଠାତ ସିମେଂଟ ଖଣ୍ଡ ଖସିଲା ବେଳେ ପିଲାମାନେ ସେଠାରୁ କିଛି ଦୂରକୁ ଚାଲି ଯାଇଥିବାରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ହେଲେ ଏହି ଘଟଣା ପରେ ସ୍କୁଲ ପିଲା, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇିଛି।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୃହପାଳିତ ପ୍ରାଣୀ ଓ ଜନସାଧାରଣଙ୍କୁ ନିରାପଦ ଆଶ୍ରୟ ଦେବା ନିମନ୍ତେ ୧୯୯୯ ମହାବାତ୍ୟା ପରେ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ସଂପ୍ରତି ବିପର୍ଯ୍ୟସ୍ତ ହୋଇପଡିଛି। କୋଠାର କାନ୍ଥ ଓ ଛାତରୁ ଲୁହା ରଡ୍‌ଗୁଡ଼ିକ ବାହାରକୁ ଦିଶୁଥିବା ବେଳେ କବାଟ-ଝରକା ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି। ବର୍ଷା ଦିନେ ଛାତରୁ ପାଣି ଗଳୁଥିବା ବେଳେ ଗୃହଟି ସମ୍ପୂର୍ଣ୍ଣ ଅବ୍ୟବହୃତ ଓ ଅସୁରକ୍ଷିତ ହୋଇପଡ଼ିଛି। ପାଖରେ ଥିବା ଖଡିଆଂ ସ୍କୁଲର ଶହ ଶହ ଛାତ୍ରଛାତ୍ରୀ ପ୍ରତିଦିନ ଏହି ବାତ୍ୟା ଆଶ୍ରୟସ୍ଥଳୀ ନିକଟ ଦେଇ ଯାତାୟାତ କରନ୍ତି। କ୍ରୀଡ଼ା ଓ ଖେଳକୁଦ ସମୟରେ ପିଲାମାନେ ଏହି ବିପଦପୂର୍ଣ୍ଣ କୋଠା ନିକଟକୁ ଚାଲିଯାଉଛନ୍ତି। କୌଣସି ସମୟରେ କୋଠାର କଂକ୍ରିଟ୍ ଅଂଶ ଖସିପଡ଼ି ପିଲାଙ୍କର ବଡ଼ ଧରଣର ଦୁର୍ଘଟଣା ନଘଟିବ ତାହା କହିହେବ ନାହିଁ । ବାରମ୍ବାର ଦାବି ସତ୍ୱେ ପ୍ରଶାସନ ପକ୍ଷରୁ କୌଣସି ମରାମତି କିମ୍ବା ସୁରକ୍ଷାମୂଳକ ପଦକ୍ଷେପ ନିଆଯାଉ ନଥିବାରୁ ଗୁରୁବାର ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ କୌଣସି ବଡ଼ ଧରଣର ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଜିଲା ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ବିଭାଗ ଓ ସ୍ଥାନୀୟ ବ୍ଲକ୍ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଚିତରଞ୍ଜନ ସାମଲ, ଅଜୟ ନାୟକ, ପ୍ରକାଶ ମହାନ୍ତି, ସ୍ମୁତିରଞ୍ଜନ ମଲ୍ଲିକ, ମନୋଜ ପାତ୍ର, ଅଲୋକ ସେଠୀ, ଦିପକ ସେଠୀଙ୍କ ପ୍ରମୁଖ ଦାବି କରିଛନ୍ତିି। ଗୁରୁବାର ସକାଳେ ସିମେଂଟ ପ୍ରଲାଷ୍ଟର ଖସିପଡିବାରୁ ଭାଗ୍ୟବଶତଃ ପିଲାମାନେ ଅଳ୍ପକେ ବଂଚିଗଲେ । ହେଲେ କାଲି ଯଦି କିଛି ଅଘଟଣ ଘଟେ ତେବେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ । ତୁରନ୍ତ ଏହି ଭଙ୍ଗା ଆଶ୍ରୟସ୍ଥଳୀର ମରାମତି କରାଯାଉ ନଚେତ୍ ସୁରକ୍ଷା ଦୃଷ୍ଟିରୁ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଂଚଳ ଘୋଷଣା କରି ବାରିକେଡ୍ ବ୍ୟବସ୍ଥା କରାଯାଉ ବୋଲି ସେମାନେ ଦାବୀ କରିଛନ୍ତି ।ଏନେଇ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟରଙ୍କୁ ଘଟଣା ସମ୍ପର୍କରେ ଜଣାଇବାରୁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

Leave a Reply

Next Post

ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ରେନକଟ ଯୋଗାଯୋଗ ବିଛିନ୍ନ ସମ୍ଭାବନା!

Thu Jul 23 , 2026
ପଟ୍ଟାମୁଣ୍ଡାଇ ତା ୨୩/୭- ପଟ୍ଟାମୁଣ୍ଡାଇ (ନରେନ୍ଦ୍ର ଧଳ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳ ଦେଇ ଯାଇଥିବା ଅଳପୁଆ-ବଲୁରିଆ ପୂର୍ତ୍ତ ବିଭାଗ ରାସ୍ତାରେ ସୃଷ୍ଟି ହୋଇଛି ଗଭୀର ରେନକଟ। ପ୍ରବଳ ବର୍ଷା ଜଳ ଓ ଭାରିଯାନ ଚଳାଚଳ ପ୍ରଭାବରେ ରାସ୍ତାର ମାଟି ଧୋଇଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ, ଯେକୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହେବାର ଆଶଙ୍କା ଦେଖାଦେଇଛି। ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା ପରିସ୍ଥିତି ଯୋଗୁଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading