
କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନୀତି ପଂଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛିି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ଆଜି ଅପରାହ୍ନରେ ଘଡଘଡି ସହ ବର୍ଷା ପବନ ହୋଇ ବଜ୍ରପାତ ହୋଇଥିଲା। ଅଞ୍ଜନା ଘର ପାଖରେ କାମ କରୁଥିବା ବେଳେ ବଜ୍ରଘାତ ଲାଗିଥିଲା । ଫଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ତହସିଲଦାର ଶିବ ମଲିକଙ୍କୁ ପଚାରିବାରେ ତଦନ୍ତ ପରେ ଆଇନ ଅନୁସାରେ ସରକାରୀ ସହାୟତା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
