
କେନ୍ଦ୍ରାପଡ଼ା,୨୭ା୪: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବସପୁର-କେନ୍ଦ୍ରାପଡା ପୂର୍ତ୍ତବିଭାଗ ରାସ୍ତାର ଶ୍ୟାମସୁନ୍ଦରପୁର ଗ୍ରାମ ନିକଟରେ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତବ୍ୟକ୍ତିଙ୍କ କୈାଣସି ପରିଚୟ ମିଳିପାରିନାହିଁ। ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। କିନ୍ତୁ ପରିଚୟ ମିଳିପାରିନଥିବାରୁ ମୃତଦେହକୁ ଚିହ୍ନଟ ପାଇଁ ୩ଦିନ ଶବ ସଂରକ୍ଷଣ ଗୃହରେ ରଖାଯିବ ବୋଲି ପୋଲିସ କହିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଶ୍ୟାମସୁନ୍ଦରପୁର ଗଡା ପାଖ ଶାଖା କେନାଲ ନିକଟରେ ଏକ ଦୋକାନ କରିଥିଲେ। ରବିବାର ଅପରାହ୍ନରେ ସେ ବାଇକ ଯୋଗେ କୈାଣସି ସ୍ଥାନକୁ ଯାଉଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।
