ଫୁଲପାଟଣା ବାସନ୍ତୀ ଦୂର୍ଗା ପୂଜା ମଣ୍ଡପ ବୁଲିଲେ ବିଜେପି ନେତ୍ରୀ

blank
ପଟ୍ଟାମୁଣ୍ଡାଇ ତା ୨୭/୩- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା ଠାରେ ବାସନ୍ତୀ ଦୂର୍ଗା ପୂଜା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଛି । ବହୁ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଯୋଗ ଦେଇ ମା ଙ୍କ ପୂଜାର ସମସ୍ତ ରୀତି ନୀତି ସମ୍ପନ୍ନ କରିଛନ୍ତି । ୪ଦିନ ବ୍ୟାପି ଆୟୋଜିତ ଏହି ପୂଜା ଉତ୍ସବରେ ପ୍ରତ୍ୟେକ ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ମା ଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।  ପୂଜାର ବିଭିନ୍ନ ଦିବସରେ ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଓ ସମାଜ ସେବୀ ସାମିଲ ହୋଇଛନ୍ତି । କେନ୍ଦ୍ରାପଡ଼ା ବିଜେପି ବିଧାୟିକା ପ୍ରାର୍ଥୀ ଗୀତାଞ୍ଜଳି ସେଠୀ, ଆଳି ବିଜେପି ନେତା କୃଷ୍ଣ ଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ପ୍ରିୟ ଦର୍ଶନୀ ତରାଇ, ସିଂହଗାଁ ସମିତି ସଭ୍ୟ ଅଭୟ ସ୍ୱାଇଁ, ବଲୁରିଆ ପୂର୍ବତନ ସରପଞ୍ଚ ସୁଜାତା ନାୟକ ଯୁବନେତା ଭାରତ ଭୂଷଣ ନାୟକ କହେଁଇ ନାୟକ,ରଂଜିତ ଦାସ, ଚକ୍ରଧର ଦାସ, ସଞ୍ଜୟ ଦାସ, ଶାନ୍ତନୁ ଦାସ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକ ପ୍ରତିନିଧି ସାମିଲ ହୋଇଥିଲେ ।

Next Post

ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ

Fri Mar 27 , 2026
କେନ୍ଦ୍ରାପଡ଼ା,୨୭ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ହଜାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading