ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା ଓକିଲ ସଂଘ

blank
କେନ୍ଦ୍ରାପଡା,୧୦ା୧୦: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ମାନେ ସଂଘର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଆଇନଜୀବୀ ମାନେ କହିଥିଲେ ପୁରୁଣା କୋର୍ଟ ପରିସରରେ ଥିବା ସଂଘର କାର୍ଯ୍ୟାଳୟରେ ପାନୀୟ ଜଳ ବ୍ୟବସ୍ଥା ନାହିଁ । ଯାହା ଫଳରେ ଆଇନଜୀବୀ, ମୋହରିର, ମହକିଲମାନେ ପିଇବା ପାଇଁ ପାଣି ପାଉନାହାନ୍ତି ଏବଂ ପରିସ୍ରାଗାରା ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ଅଦାଲତକୁ ଲାଗିଥିବା ଟ୍ରାନସ୍ ପୋର୍ଟ ନାମରେ ଥିବା ସ୍ଥାନକୁ ପାର୍କିଂ କରିବାପାଇଁ ଦେବାକୁ ଏବଂ କୋର୍ଟ ସମୟରେ ଦିନ ୧୦ ଘଟିକାରୁ ୫ ଘଟିକା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଭିଡ ରହିଥିବାରୁ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ତହସିଲରେ କାର୍ଯ୍ୟ କରୁଥିବା ଆଇନଜୀବୀଙ୍କ ପାଇଁ ସ୍ୱତନ୍ତ୍ର ରୁମ ଏବଂ ପରିସ୍ରାଗାରା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିଲା । କେନ୍ଦ୍ରାପଡାର ମାନ୍ୟବର ବିଧାୟକ ତାଙ୍କ ପାଣ୍ଠିରୁ ଦେଇଥିବା ଅନୁଦାନ ଲାଇବ୍ରେରିର ଉନ୍ନତି କରଣ ପାଇଁ ଦୀର୍ଘଦିନରୁ କେନ୍ଦ୍ରାପଡା ପୈାରସଂସ୍ଥାରେ ପଡି ରହିଥିବାରୁ ଓକିଲ ସଂଘର କର୍ମକର୍ତ୍ତାମାନେ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ମାନ୍ୟବର ଜିଲ୍ଲାପାଳ ଖୁବ୍‌ଶୀଘ୍ର ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଜିଲ୍ଲାପାଳ ଅଫିସ୍‌କୁ ଲାଗି ଆଜବେଷ୍ଟ ଗୃହ ଏବଂଯୋଗାଣ ଅଧିକାରିଙ୍କ ଅଫିସ ଭାଙ୍ଗି ତିନି ମହଲା କରିବାକୁ ଦାବି କରିଥିଲେ । ଉକ୍ତ ଆଲୋଚନା ସମୟରେ ସଂଘର ସଭାପତି ଗୋବର୍ଦ୍ଧନ ରାଉତ, ସମ୍ପାଦକ ନୃସିଂହ ଚରଣ ସାହୁ, କୋଷାଧ୍ୟକ୍ଷ ବିଭୁତି ଭୁଷଣ କର, ବରିଷ୍ଠ ଆଇନଜୀବୀ ଧୃବଚରଣ ଜେନା, ଭୀମସେନ ଭୁୟାଁ, ଗୈାର ପ୍ରସାଦ ମହାପାତ୍ର, ଧିରେନ୍ କୁମାର ସାହୁ, ନେହେରୁ କୁମାର ସାହୁ, କୁଞ୍ଜ ବିହାରୀ ପରିଡା, ଶାନ୍ତି ସ୍ୱରୁପ ଭୁୟାଁ, ଗୋକୁଳ ବିହାରୀ ଦାସ, ଦୀନେଶ କୁମାର ସିଂ, ବିଜୟ କୁମାର ପରିଡା, ଅନନ୍ତ ବଲ୍ଲଭ ଶତପଥି, ବିଜୟ କେତନ ପାଲ, ପ୍ରଫୁଲ କୁମାର ସାହୁ, ନିସିଥି ଚକ୍ରବର୍ତ୍ତୀ, ନିହାରିକା ଦାସ ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।

Next Post

ଭାଇଚାରାର ଅନନ୍ୟ ନିଦର୍ଶନ କେନ୍ଦ୍ରାପଡାର ଗଜଲକ୍ଷ୍ମୀ ପୂଜା,

Fri Oct 10 , 2025
ପ୍ରତି ମେଢକୁ ମିଳିବ ୫୦ ହଜାର ଟଙ୍କା: ସଂସ୍କୃତିମନ୍ତ୍ରୀ   କେନ୍ଦ୍ରାପଡ଼ା,୧୦ା୧୦:କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଭାଇଚାରାର ଅନନ୍ୟ ନିଦର୍ଶନ। ଏଠାରେ ସବୁ ସଂପ୍ରଦାୟର ଲୋକମାନେ ପୂଜାରେ ନିଜକୁ ସାମିଲ କରିଥାନ୍ତି। କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ପ୍ରତିମେଢ ପାଇଁ ୫୦ ହଜାର ଟଙ୍କା ସରକାରୀ ଅନୁଦାନ ପ୍ରଦାନ କରାଯିବ ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମତବ୍ୟକ୍ତ କରିଛନ୍ତି। ନୂଆବସଷ୍ଟାଣ୍ଡରେ ଥାନପତି ପୂଜା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading