ଜିଲ୍ଲାର ୧୫ ରାଜସ୍ୱ କର୍ମଚାରୀଙ୍କ ବଦଳି

blank
କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜସ୍ୱ କର୍ମଚାରୀଙ୍କର ଏକ ଅଦଳବଦଳ କରାଯାଇଛି। ପ୍ରଶାସନିକ ଆବଶ୍ୟକତା ଏବଂ ଜିଲ୍ଲାର ଦୈନନ୍ଦିନ କାର୍ଯ୍ୟାଳୟ ପରିଚାଳନାକୁ ଅଧିକ ସୁଚାରୁ ଓ ଗତିଶୀଳ କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା -୧୬୬୪, ତା ୯.୯.୨୦୨୬ରିଖରେ ଏକକାଳୀନ ୧୫ ଜଣ ରାଜସ୍ୱ କର୍ମଚାରୀଙ୍କୁ ବଦଳି କରାଯାଇଛି। କଟକ ରାଜସ୍ୱ ବିଭାଗୀୟ କମିଶନର (ଆରଡିସି)ଙ୍କ ପୂର୍ବ ଅନୁମୋଦନ କ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ୍‌, ତହସିଲ, ଆଇସିଡିଏସ୍ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୧୫ ଜଣ କର୍ମଚାରୀଙ୍କୁ ବଦଳି କରିଛନ୍ତି ଜିଲ୍ଲାପାଳ ରଘୁରାମ ଆର. ଆୟାର। ଏହି ବଦଳି ତାଲିକାରେ ଜଣେ ସେକ୍ସନ ଅଫିସର, ୧୦ ଜଣ ବରିଷ୍ଠ ରାଜସ୍ୱ ସହାୟକ (ଏସଆରଏ) ଏବଂ ୪ ଜଣ କନିଷ୍ଠ ରାଜସ୍ୱ ସହାୟକ (ଜେଆରଏ) ସାମିଲ ଅଛନ୍ତି। ଏହି ବଦଳି ତାଲିକାରେ ଡେରାବିଶ ବ୍ଲକର ସେକ୍ସନ ଅଫିସର ମୀନାକ୍ଷୀ ବାରିକଙ୍କୁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟକୁବଦଳି କରାଯାଇଛିି।ସେହିପରି ଜିଲ୍ଲାର ୧୦ ଜଣ ବରିଷ୍ଠ ରାଜସ୍ୱ ସହାୟକ (ଏସଆରଏ) ଙ୍କୁ ବିଭିନ୍ନ ତହସିଲ ଓ ବ୍ଲକକୁ ବଦଳି କରାଯାଇଛି। ଏହି ୧୦ ବରିଷ୍ଠ ରାଜସ୍ୱ ସହାୟକଙ୍କ ମଧ୍ୟରେ କନିକା ତହସିଲରୁ ରୀନା ନାଥଙ୍କୁ ପଟ୍ଟାମୁଣ୍ଡାଇ ତହସିଲ, ସସ୍ମିତା ରାଉତଙ୍କୁ ରାଜନଗର ଆଇ.ସି.ଡି.ଏସ୍‌. କାର୍ଯ୍ୟାଳୟରୁ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ,ଦୁଷ୍ମନ୍ତ ପାତ୍ରଙ୍କୁ ପଟ୍ଟାମୁଣ୍ଡାଇ ବ୍ଲକରୁ ଆଳି ବ୍ଲକ କାର୍ଯ୍ୟାଳୟ, ସିଲି ବେହେରାଙ୍କୁ କନିକା ତହସିଲରୁ ଗରଦପୁର ତହସିଲ, ସଲମା ମାଝୀଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ମାର୍ଶାଘାଇ ତହସିଲ, ପ୍ରଜ୍ଞା ପରମିତା ଜେନାଙ୍କୁ କେନ୍ଦ୍ରାପଡ଼ା ତହସିଲରୁ କନିକା ତହସିଲ, ପ୍ରଦୀପ କୁମାର ଦାଶଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ଗରଦପୁର ତହସିଲ, ପ୍ରିୟଙ୍କା ସାହାଣୀଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ କନିକା ତହସିଲ, ସତ୍ୟବ୍ରତ ଗିରିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରାଜନଗର ଆଇ.ସି.ଡି.ଏସ୍‌.କୁ ଓ ନିରଞ୍ଜନ ବାରିକଙ୍କୁ ଡେରାବିଶ ବ୍ଲକରୁ ରାଜନଗର ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଜିଲ୍ଲାର ୪ ଜଣ କନିଷ୍ଠ ରାଜସ୍ୱ ସହାୟକ (ଜେଆରଏ)ଙ୍କ ମଧ୍ୟରୁ କେଶବାନନ୍ଦ ସେଠୀଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ ରାଜନଗର ତହସିଲ, ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ତହସିଲରୁ ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ, ଆଲୋକ ରଞ୍ଜନ ରାଉତଙ୍କୁ ପଟ୍ଟାମୁଣ୍ଡାଇ ତହସିଲରୁ ମହାକାଳପଡ଼ା ତହସିଲ ଓ କିରଣ କୁମାରଙ୍କୁ ମହାକାଳପଡ଼ା ତହସିଲରୁ ମାର୍ଶାଘାଇ ତହସିଲ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ତେବେ ଏହି ସରକାରୀ ନିର୍ଦ୍ଦେଶନାମାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ଚେତାବନୀ ମଧ୍ୟ ଦିଆଯାଇଛି। ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ବଦଳି ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଆସନ୍ତା ୧୮ ତାରିଖ ସୁଦ୍ଧା କାର୍ଯ୍ୟରୁ ଅବ୍ୟାହତି ବା ରିଲିଭ୍ କରିବାକୁ ହେବ। ଯଦି କୌଣସି କାରଣରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କୁ ରିଲିଭ୍ କରାନଯାଏ ତେବେ ୧୯ ତାରିଖରୁ ସେମାନେ ସେଣ୍ଟ୍ରାଲି ଭାବେ ରିଲିଭ୍ ହୋଇଥିବା ଧରି ନିଆଯିବ ଏବଂ ସେମାନଙ୍କୁ ତୁରନ୍ତ ନୂତନ କାର୍ଯ୍ୟାଳୟରେ ଯୋଗଦେବାକୁ ପଡ଼ିବ। ଏହି ଆଦେଶରେ କୌଣସି ପ୍ରକାରର ଅବହେଳା କିମ୍ବା ଖିଲାପକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।

Leave a Reply

Next Post

ଶିବାନନ୍ଦ ଜୟନ୍ତୀ

Thu Sep 10 , 2026
କେନ୍ଦ୍ରାପଡ଼ା,୯ା୯:କେନ୍ଦ୍ରାପଡା ବ୍ଲକର ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ସ୍ୱାମୀ ଶିବାନନ୍ଦ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଶ୍ୱଶାନ୍ତି ପାଇଁ ରୁଦ୍ରାଭିଷେକ, ପ୍ରାତଃ ପ୍ରାର୍ଥନା, ଜପ, ଧ୍ୟାନ ସହିତ ନଗର ପରିକ୍ରମା ପ୍ରଭୃତି କରାଯାଇଥିଲା। ଭକ୍ତମାନଙ୍କ ଦ୍ୱାରା ଶ୍ରୀଗୁରୁ ପାଦପୂଜା କରାଯିବା ସହ ସ୍ୱାମିଜୀଙ୍କ ଜୀବନଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ଏଥିରେ ଶ୍ରୀମାଙ୍କ ସମେତ ଡ. କାଳିପ୍ରସନ୍ନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading