ଭୂତଳସ୍ଥ କେବୁଲ ବିଛା ପାଇଁ କେନ୍ଦ୍ରାପଡା ସହରରେ ୫ଘଣ୍ଟା ବିଦ୍ୟୁତ ସରବରାହ ବନ୍ଦ

blank
କେନ୍ଦ୍ରାପଡ଼ା,୧ା୮:ଟିପିସିଓଡିଏଲ ପକ୍ଷରୁ ଭୂତଳସ୍ଥ (ୟୁଜି) କେବୁଲ ବିଛାଇବା କାର୍ଯ୍ୟ ଚାଲିଥିବା ପରିପ୍ରେକ୍ଷୀରେ ଆସନ୍ତାକାଲି ଅର୍ଥାତ୍ ୨ ଅଗଷ୍ଟ ୨୦୨୬ (ରବିବାର) ସକାଳ ୯.୦୦ ଘଟିକାରୁ ଅପରାହ୍ନ ୨.୦୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୌରାଞ୍ଚଳର ୪ ନମ୍ବରରୁ ୨୧ ନମ୍ବର ୱାର୍ଡ ଏବଂ କପାଳେଶ୍ୱର ଓ ଗୁଲନଗର ପଞ୍ଚାୟତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସାମୟିକ ଭାବେ ବନ୍ଦ ରହିବ। ଟିପିସିଓଡିଏଲ ପକ୍ଷରୁ ଜଣାଯାଇଛି ଯେ ଭୂତଳସ୍ଥ କେବୁଲ ବିଛାଇବା କାର୍ଯ୍ୟକୁ ସୁରକ୍ଷିତ ଓ ସୁଚାରୁରୂପେ ସମ୍ପାଦନ କରିବା ନିମନ୍ତେ ଏହି ଅସ୍ଥାୟୀ ବିଦ୍ୟୁତ୍ ବନ୍ଦ ବ୍ୟବସ୍ଥା କରାଯାଇଛି। ଏହି ସମୟ ମଧ୍ୟରେ ପ୍ରଭାବିତ ଅଞ୍ଚଳର ଗ୍ରାହକମାନଙ୍କୁ ସମ୍ଭାବ୍ୟ ଅସୁବିଧାକୁ ଏଡ଼ାଇବା ପାଇଁ ଆବଶ୍ୟକୀୟ ପୂର୍ବ ପ୍ରସ୍ତୁତି ଗ୍ରହଣ କରିବା ସହ ବିଦ୍ୟୁତ୍ ବ୍ୟବହାର ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।କାର୍ଯ୍ୟ ସମାପ୍ତ ହେବା ପରେ ଯଥାଶୀଘ୍ର ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରାଯିବ ବୋଲି ଟିପିସିଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମୟିକ ଅସୁବିଧା ପାଇଁ ଟିପିସିଓଡିଏଲ ଦୁଃଖ ପ୍ରକାଶ କରିବା ସହ ସମସ୍ତ ଗ୍ରାହକଙ୍କ ସହଯୋଗ କାମନା କରିଛି।

Leave a Reply

Next Post

ବନ୍ୟା ରିଲିଫ ବାଦକୁ ୱାର୍ଡ ପିଛା ମିଳିଲା ୫୦ କେଜି ଚୂଡ଼ା ପ୍ରଶାସନିକ ସହାୟତା ପ୍ରତି ପ୍ରହସନ ଉଗ୍ର ହେଉଛି ଜନଅସନ୍ତୋଷ

Sat Aug 1 , 2026
ପଟ୍ଟାମୁଣ୍ଡାଇ ୧/୮– ବ୍ରାହ୍ମଣୀ ନଦୀର ବନ୍ୟାଜଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି ପଂଚାୟତ ଓ ପୌରାଂଚଳର ୧୧ଟି ୱାର୍ଡ ଜଳମଗ୍ନ ହୋଇ ଶହ ଶହ ପରିବାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଲୋକଙ୍କ ଘରଭିତରେ ପାଣି ପସିଯାଇଥିବା ବେଳେ ରନ୍ଧାବଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ସଙ୍କଟଜନକ ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ ସହାୟତାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଆକ୍ରୋଶ ଓ ଜନଅସନ୍ତୋଷ ସୃଷ୍ଟି ହୋଇଛି। ବନ୍ୟାଂଚଳ ବାସୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading