କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

blank
କେନ୍ଦ୍ରାପଡା,୧୦ା୪: କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଗୋପସ୍ଥିତ ରାମମନ୍ଦିରରେ ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂଘର ପ୍ରଥମ ସଭାପତି ସ୍ୱର୍ଗତ ଇଂ ମନ୍ମଥ ରାଉତ, ସଭ୍ୟ ସ୍ୱର୍ଗତ ଗୋଖେଇ ପାତ୍ର ଓ ସ୍ୱର୍ଗତ ଗୋଲଖ ଚନ୍ଦ୍ର ସାହୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତତ୍‌ପରେ ବାର୍ଷିକ ଉତ୍ସବର ସମୀକ୍ଷା କରାଯାଇଥିଲା । ଭବିଷ୍ୟତର କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ସଂଗଠନର କଳେବର ବୃଦ୍ଧି ପାଇଁ ପ୍ରସ୍ତାବ ଆଗତ କରାଗଲା ଓ ସର୍ବସମ୍ମତି କ୍ରମେ ଗୃହୀତ ହୋଇ ସଂଗଠନର କାର୍ଯ୍ୟକର୍ତ୍ତା ପୁନଃ ଚୟନ କରାଗଲା । ପୁନଃଗଠିତ କାର୍ଯ୍ୟକର୍ତ୍ତାମାନେ ହେଲେ ଯଥା – ଉପଦେଷ୍ଟା ଅଜୟ କୁମାର ସାମଲ, ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନ, କାଯ୍ୟକାରୀ ସଭାପତି ଡଃ ଦିଲ୍ଲୀପ କୁମାର ମିଶ୍ର, ଉପସଭାପତି ଗୋଲଖ ମହାଭୋଇ ଓ ନିମାଇଁ ଚରଣ ମହାନ୍ତି, ସମ୍ପାଦକ କରୁଣାକର ଦାସ, ସଂଗଠନ ସମ୍ପାଦକ ବୈଷ୍ଣବ ଚରଣ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଶ୍ରୀନିବାସ ପରିଡା ଓ ଶ୍ରୀକାନ୍ତ ସାହୁ, କୋଷାଧ୍ୟକ୍ଷ ସୁରେଶ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ମଧୁସୂଦନ ବାରିକ ଓ ବଳରାମ ସାହୁ, ବାର୍ତ୍ତା ସମ୍ପାଦକ ନୃସିଂ ଚରଣ ତ୍ରିପାଠୀ କାର୍ଯ୍ୟକାରୀ କମିଟିରେ ସର୍ବଶ୍ରୀ ଅଜିତ୍ ରାଉତ, କୃଷ୍ଣଚନ୍ଦ୍ର ଜେନା, ପ୍ରସନ୍ନ ସାହାଣୀ, ମଦନ ରାଉତ, ପ୍ରତାପ ନାୟକ, ପ୍ରତାପ ଲେଙ୍କା, ଧୀରେନ୍ ବେହେରା, ଶ୍ରୀଚରଣ ସାମଲ, ବେଣୁଧର ଶତପଥୀ, ଉପେନ୍ଦ୍ର ନାଥ ସ୍ୱାଇଁ, ଅକ୍ଷୟ ନାୟକ, ଗୌରାଙ୍ଗ ସାହୁ, ଅଧିକାରୀ ରାଧାକାନ୍ତ ଦାଶ, ପ୍ରଭାକର ସାମଲ ଓ ଦୟାନିଧି ପାତ୍ର । ପ୍ରସ୍ତାବରେ ଦିନତମାମ ବିଦ୍ୟୁତ୍ ଖୁଣ୍ଟରେ ବଲ୍ ଜଳି ଶକ୍ତି ଅପଚୟ ହେଉଥିବାରୁ ଏହାର ପ୍ରତିକାର ନିମନ୍ତେ କେନ୍ଦ୍ରାପଡା ପୌରସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ବିହିତ ପଦକ୍ଷେପ ନେବାପାଇଁ ଅନୁରୋଧ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଆସନ୍ତା ୨୦.୪.୨୫ ରବିବାର ଦିନ ଗୋପଛକ ନିକଟସ୍ଥ କେନାଲ ପୋଲ ନିକଟରେ ଜଳଛତ୍ର ଉଦ୍‌ଘାଟନ କରିବା ଓ ପଶୁପକ୍ଷୀମାନଙ୍କର ତୃଷା ନିବାରଣ ନିମନ୍ତେ ନିଜ ନିଜର ବାସଗୃହ ସମ୍ମୁଖ ଓ ଛାତ ଉପରେ ପାନୀୟ ଜଳର ସୁବନ୍ଦୋବସ୍ତ କରିବା । ଶେଷରେ ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Next Post

ଭୀଷ୍ମ ମହାନ୍ତି ହେଲେ ଜିଲା ପରିଷଦ ଉପାଧ୍ୟକ୍ଷ

Fri Apr 11 , 2025
Kendrapara/ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି । ଏହି ପଦ ପାଇଁ ନିର୍ବାଚନ ପରେ ଆଳି ଜୋନ ଅନ୍ତର୍ଗତ ୪ ନମ୍ବର ବିଜେଡିର ଜିଲା ପରିଷଦ ସଭ୍ୟ ଭୀଷ୍ମ ମହାନ୍ତି ଶପଥ ଗ୍ରହଣ କରିଛନ୍ତି । ନିର୍ବାଚନରେ ସେ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଥିଲେ । ପୂର୍ବାହ୍ନ ୧୦ଟା ୪୨ ମିନିଟରେ ସେ ନିର୍ବାଚନ ପ୍ରାର୍ଥୀ ପତ୍ର ଦାଖଲ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading