ପ୍ରାଣୀ ଚିକିତ୍ସାଳୟରେ ପାଣି ପଶି ଅଫିସ କାର୍ଯ୍ୟ ଅଚଳ

blank

କେନ୍ଦ୍ରାପଡା ୭/୭ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାଣୀ ଚିକିତ୍ସାଳୟ ବର୍ଷା ପାଣି ଜମି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣି ଭର୍ତି ହୋଇ ଡାକ୍ତରଖାନା ପରିସରରେ ଅଧାଆଣ୍ଠୁ ପାଣି ରହିଥିବା ବେଳେ ଅଫିସ ମଧ୍ୟରେ ଅପରିଷ୍କାର ଜଳ ପ୍ରବେଶ କରି ପଶୁ ଚିକିତ୍ସାରେ ବାଧା ସୃଷ୍ଟି କରୁଛି । ପଶୁ ଡାକ୍ତରଖାନା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଜଳ ନିଷ୍କାସନ ପଥ ବନ୍ଦ ହୋଇଯାଇଛି । ଫଳରେ ଉଦବୃତ ବର୍ଷାଜଳ ପଶୁ ଚିକିତ୍ସାଳୟରେ ଲହରିଭାଙ୍ଗୁଛି । ଡାକ୍ତର, କର୍ମଚାରୀ ଓ ସାଧାରଣ ଲୋକମାନେ ନାହିଁ ନଥିବା ଦୁର୍ଦଶା ଭୋଗ କରୁଛନ୍ତି ।

ପଟ୍ଟାମୁଣ୍ଡାଇ ଅଂଚଳର ଗୃହ ପାଳିତ ପଶୁ ମାନଙ୍କୁ ଉତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପଟ୍ଟାମୁଣ୍ଡାଇ ସଦର ମହକୁମାରେ ଏକ ପଶୁ ଡାକ୍ତର ଖାନା ପ୍ରତିଷ୍ଠା କରାଯାଇଛି । ଏହା ଅଧୀନରେ ବଡ଼ପଡା, ନପଙ୍ଗ, ଅଣ୍ଢରା,ଅଠରବାଟିଆ ଆଦି କେତୋଟି ସବସେଂଟର ରହିଛି । ବିଶେଷ କରି ବର୍ଷା ଦିନେ ପଶୁ ମାନଙ୍କର ବିଭିନ୍ନ ସଂକ୍ରାମକ ରୋଗ ଦେଖା ଦେଇଥାଏ ।ଯାହା ଫଳରେ ପଶୁ ଚିକିତ୍ସା ପାଇଁ ସାଧାରଣ ଲୋକମାନେ ନିଜ ନିଜର ଗାଈ, ବଳଦ, କୁକୁର, ଛେଳି, ମେଣ୍ଢା ସମେତ ପଶୁ ପକ୍ଷୀ ଧରି ଚିକିତ୍ସା ପାଇଁ ଆସିଥାନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ପଶୁ ଡାକ୍ତରଖାନା ଘର ପ୍ରାୟ ୩୦/୪୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା । ସମ୍ପ୍ରତି ଡାକ୍ତର ଖାନା ସମ୍ମୁଖ ରାସ୍ତା ଉଚ୍ଚା ହେବା ଫଳରେ ଡାକ୍ତରଖାନା ରାସ୍ତା ଠାରୁ ନିମ୍ନ ଭାଗରେ ରହିଛି । ଫଳରେ ସାମାନ୍ୟ ବର୍ଷାହେଲେ ପାଣି ଜମୁଛି । ଏବେ ପଶୁ ଡାକ୍ତରଖାନା ନୂତନ ଗୃହ ନିର୍ମାଣ ଚାଲିଛି । ତଥାପି ଗୃହ ନିର୍ମାଣ ସଂପୂର୍ଣ୍ଣ ପର୍ଯ୍ୟନ୍ତ ପୁରାତନ ଡାକ୍ତରଖାନାରୁ ଜଳ ନିଷ୍କାସନ ବ୍ୟବସ୍ଥା କରି ପଶୁ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Next Post

ରାହୁଲଗାନ୍ଧୀଙ୍କ ଭୂବନେଶ୍ୱର ଗସ୍ତକୁ ନେଇ କେନ୍ଦ୍ରାପଡା କଂଗ୍ରେସର ପ୍ରସ୍ତୁତି , ଜୁଲାଇ ୧୧ରେ ଯିବେ ତିନିହଜାରରୁ ଉର୍ଦ୍ଧ କର୍ମୀ

Mon Jul 7 , 2025
କେନ୍ଦ୍ରାପଡା ୭/୭- ସମ୍ବିଧାନ ବଞ୍ଚାଅ ସମାବେଶ ଓ ନ୍ୟାୟବାଦୀ ନେଇ ଏକ ପ୍ରସ୍ତୁତି ବୈଠକ ପ୍ରବେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା ସଂଯୋଜକ ପ୍ରଫୁଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜୁଲାଇ ୧୧ ସମାବେଶରେ ଭାରତବର୍ଷର ଯୁବମାନସର ପ୍ରତୀକ ଲୋକସଭାର ବିପକ୍ଷ ନେତା ରାହୁଲୁ ଗାନ୍ଧୀ, ନିଖୀଳଭାରତ କଂଗ୍ରେସ କମିଟି ସଭାପତି ରାଜ୍ୟସଭାର ବିପକ୍ଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading