ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗର ବେହାଲ ,ମଦନପୁର କଟ୍ ପ୍ରକଳ୍ପ ଅଧୁରା,ଚିରସ୍ଥାୟୀ ସମାଧାନ ଦାବିରେ ଜନମଂଚ

blank

ପଟ୍ଟାମୁଣ୍ଡାଇ ୨୭/୮ କଳ୍ପତରୁ ନାୟକ-ଚଳିତ ବ୍ରାହ୍ମଣୀ ନଦୀର ବନ୍ୟା କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ, ଆଳି ଏବଂ ରାଜନଗର ବ୍ଲକର ଧୋୟାଂଚଳରେ ଅଭୂତପୂର୍ବ ତାଣ୍ଡବ ରଚିଛି। ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ୟା ଜଳ ଲଗାତାର ଲାଗି ରହିବା ଫଳରେ ଏହି ଅଂଚଳର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ଜଳ ହେକ୍ଟର ହେକ୍ଟର ଚାଷଜମିରେ ଲହଡ଼ି ଭାଙ୍ଗୁଛି । ଧାନ ଫସଲ ସହ ବ୍ୟାପକ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଚାଷୀକୂଳର ଆର୍ଥୀକ ମେରୁଦଣ୍ଡ ଭାଙ୍ଗିଯାଇଛି। ମାତ୍ର ଏହି ଆଂଚଳିକ ସମସ୍ୟାର କୌଣସି ଚିରସ୍ଥାୟୀ ସମାଧାନ ନହେବା ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଥିବା ମଦନପୁର କଟ୍ ପ୍ରକଳ୍ପ ଅଧାରୁ ବନ୍ଦ ରହିବାକୁ ନେଇ ଏକ ବୈଠକରେ ଜନମଂଚ ପକ୍ଷରୁ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

blank
ପଟ୍ଟାମୁଣ୍ଡାଇ ଶ୍ରୀ ଅରବିନ୍ଦ ବିଦ୍ୟାଳୟ ଠାରେ ଗୁରୁବାର ଜନମଂଚର ବରିଷ୍ଠ ସଦସ୍ୟ ଗୋକୁଳ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅବାହକ ଅଧ୍ୟାପକ ଦୁର୍ଯ୍ୟଧନ ପରିଡା ଯୋଗ ଦେଇ କହିଥିଲେ ଯେ, ବନ୍ୟା ଆସିଲେ କେବଳ ରିଲିଫ୍ ବାଂଟିବା ପ୍ରଶାସନର ମୁଖ୍ୟ କାର୍ଯ୍ୟ ହେବା ଉଚିତ୍ ନୁହେଁ। ୧୯୬୨ର ଅଧୁରା ମଦନପୁର କଟ୍ ପ୍ରକଳ୍ପକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରାଯାଇ ବ୍ରାହ୍ମଣୀ ନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଥାୟୀ ଜଳନିଷ୍କାସନ ପଥ  ଓ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉ। ୧୯୬୨ ମସିହାରେ ବ୍ରାହ୍ମଣୀ ଓ ଏହାର ଶାଖା ନଦୀଗୁଡ଼ିକର ବନ୍ୟା ଦାଉରୁ ଏହି ପ୍ରଶସ୍ତ ଧୋୟାଂଚଳକୁ ସୁରକ୍ଷା ଦେବା ପାଇଁ ମଦନପୁର କଟ୍ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିଲା। ପ୍ରଶାସନିକ ଆନ୍ତରିକତାର ଅଭାବ ଓ ଅଧାପାନ୍ତରିଆ ଯୋଜନା ଯୋଗୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଟିକୁ ଅଧାରୁ ବନ୍ଦ କରିଦିଆଗଲା। ଫଳସ୍ୱରୂପ, ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବନ୍ୟା ଦୁର୍ଦ୍ଦଶା କମିବା ବଦଳରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିବର୍ଷ ବନ୍ୟା ଆସିଲେ ହଜାର ହଜାର ପରିବାର ଜଳବନ୍ଦୀ ହୋଇ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଚଳିତ ବନ୍ୟା ଜଳ ଦୀର୍ଘ ଏକ ମାସ ଧରି ନିଷ୍କାସିତ ନହୋଇ ରହିବା ଫଳରେ ଏହିସବୁ ଅଂଚଳର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟାସ୍ଥ ହୋଇପଡ଼ିନ୍ତିି। ହେକ୍ଟର ହେକ୍ଟର ଜମିରେ ଛିଡ଼ା ହୋଇଥିବା ଧାନ ଫସଲ ସହ ବ୍ୟାପକ ପନିପରିବା ଚାଷ ଜଳମଗ୍ନ ହୋଇ ନଷ୍ଟ ହୋଇଯାଇଥିବାରୁ ଚାଷୀକୂଳ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି।
ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ, ଅଳପୁଆ, ତରଡିପାଳ, ପେଣ୍ଠପାଳ, ସିଂହଗାଁ, ଅଣ୍ଢରା, ଅମୃତମଣୋହି, ଏବଂ ବଲୁରିଆ ସହିତ ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଂଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ୧୧ଟି ୱାର୍ଡରେ ବନ୍ୟା ଜଳ ପଶିଯିବାରୁ ଲୋକେ ଗୃହବନ୍ଦୀ ହୋଇରହିଛନ୍ତି। ବହୁ ଚାଷଜମିର ୨ ଫସଲି ସମ୍ପୂର୍ଣ୍ଣ ନଷ୍ଠ ହୋଇଯାଇଛି । ସେହିପରି ଭେଡା ଅଞ୍ଚଳବାସୀ ମଧ୍ୟ ନଦୀବନ୍ଧ ଘଳିଆ ଏବଂ ଘାଇ ସୃଷ୍ଟି ହେବା ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।   ଅପରପକ୍ଷରେ, ଆଳି ବ୍ଲକର ନରେନ୍ଦ୍ରପୁର, ପତରପୁର ଏବଂ ରାଜନଗର ବ୍ଲକର ବନ୍ଧପଡା, ଓସ୍ତିଆ, ବେଲପାଳ ପଂଚାୟତ ସମେତ କେନ୍ଦ୍ରାପଡ଼ା ଘଗରା ଭଳି ସମସ୍ତ ଧୋୟାଂଚଳ ଗ୍ରାମଗୁଡ଼ିକ ଏବେ ବି ବିଚ୍ଛିନ୍ନ ହୋଇରହିଛନ୍ତି। କେଉଁଠି ଗ୍ରମୀଣ ରାସ୍ତା ମୁଖ୍ୟ ରାସ୍ତାଗୁଡ଼ିକ ଉପରେ ୪ରୁ ୫ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ପାନୀୟ ଜଳ, ଗୋଖାଦ୍ୟ ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଚରମ ଅଭାବ ଦେଖାଦେଇଛି। ଏହି ବନ୍ୟା ସମସ୍ୟାର କୌଣସି ଚିରସ୍ଥାୟୀ ସମାଧାନ ହୋଇପାରୁ ନଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅନୁଷ୍ଠିତ ଜନମଂଚ ବୈଠକରେ ଏହାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ସରକାର ଓ ପ୍ରଶାସନ ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲାଫ୍ ଓ କ୍ଷତିପୂରଣ ଯୋଗାଇଦେବା ସହ ମଦନପୁର କଟ୍ ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜନମଂଚ ପକ୍ଷରୁ ସଦସ୍ୟ ରବିନ୍ଦ୍ର ପରିଡା,ଗୌରହରି ସଠୀ,ଯଦୁନାଥ ନାୟକ, ସରୋଜ ବିଶ୍ୱାଳ,ସରୋଜ ନାୟକ ବେଲାଳସେନ ପରିଡା, ସର୍ବେଶ୍ୱର ସେଠୀ, ପ୍ରଦୀପ ସାମନ୍ତରାୟ, ଶଶିଭୁଷଣ କୁଣ୍ଡ, ପ୍ରମୋଦ ଦାସ, ମନୋଜ ମୁଦୁଲି, କୃପାସିନ୍ଧୁ ସାମଲ ସାରତ ବିଶ୍ୱାଳ ପ୍ରମୁଖ ଭାଗ ନେଇ ବନ୍ୟା ସମସ୍ୟାର ସ୍ଥାୟୀ ସାମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦବୀପତ୍ର ପ୍ରଦାନ କରାଯିବାକୁ ହେି ବୈଠକରେ ନିଷ୍ପତି ହୋଇଥିଲା ।

Leave a Reply

Next Post

ପଟ୍ଟାମୁଣ୍ଡାଇ ବନ୍ୟାଂଚଳରେ ଭାଜପା ନେତ୍ରୀ ସୁଜାତା ବାରିକଙ୍କ ଶୁଖିଲା ଖାଦ୍ୟ ବଂଟନ

Thu Aug 27 , 2026
ପଟ୍ଟାମୁଣ୍ଡାଇ, ୨୭/୮ -ଚଳିତ ବର୍ଷର ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଟ୍ଟାମୁଣ୍ଡାଇ ପୌରାଂଚଳର ବହୁ ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟାଜଳ ଯୋଗୁଁ ପୌରାଂଚଳର ୧୧ଟି ୱାର୍ଡ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକଙ୍କର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘରଦ୍ୱାର ସହ ରାସ୍ତାଘାଟରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନେକ ପରିବାର ରନ୍ଧନ ସାମଗ୍ରୀ ଓ ପାନୀୟ ଜଳ ଅଭାବରୁ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading