
ପଟ୍ଟାମୁଣ୍ଡାଇ ତା ୧୨/୮- କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ତ୍ରିଭୁବନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାଟକୁ ନିଆଯାଇଛି । ମାସାଧିକ କାଳ ଆୟୋଜିତ ଏହି ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗତ ମାସ ୧୧ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଉଦଘାଟନ କରିଥିଲେ । ବଡ଼ମୋହନପୁର ପଂଚାୟତ ନୀଳକଣ୍ଠପୁର ସମେତ ଆଖପାଖ ବିଭିନ୍ନ ଅଂଚଳରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମର ୧ମାସ ପରେ ଗତକାଲି ୧୧ତାରିଖରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପନ କରାଯାଇଥିଲା । ଏହି ଉପଲକ୍ଷେ ତ୍ରିଭୁବନ ସମ୍ପାଦକ କୁମର ବାୟୀଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ମୁଖ୍ୟଅତିଥି, ଏସ ଡ଼ି ପି ଓ ଜ୍ୟୋତିରଞ୍ଜନ ଗୌଡ଼ା ମୁଖ୍ୟବକ୍ତା,ଫରେଷ୍ଟର ରାଜେଶ ପଟନାୟକ, ଆଡ଼ଭୋକେଟ ସଞ୍ଜୟ ଜେନା ଓ ରମଣୀ ରଞ୍ଜନ ରାଉତରାୟ ସମ୍ମାନିତଅତିଥି ଭାବେ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ତ୍ରିଭୁବନ ସଂଗଠନ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଏଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତପ୍ରକାଶ କରି ସମସ୍ତେ ଏ ଦିଗରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ପ୍ରକୃତିବନ୍ଧୁ କବି ଅନ୍ତର୍ଯ୍ୟାମୀ ବେଜ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୂର୍ବତନ ସରପଞ୍ଚ ଧରଣୀଧର ଭୂୟାଁ, ସମାଜସେବୀ ବାଣୀଭୂଷଣ ନାୟକ, ବନମାଳି ମହାପାତ୍ର ଓ ସୁରଥ ସେଠୀ ବରିଷ୍ଠ ନାଗରିକ ଧନେଶ୍ୱର ଜେନା, ସାମ୍ବାଦିକ ନାମବ୍ରହ୍ମ କର ବୈରାଗୀ ସେଠୀ, ବଳିପାଳ ସମିତି ସଭ୍ୟ ବ୍ରଜ ସୁନ୍ଦର ରାଉତ ସମାଜସେବୀ ଅଲେଖ ନାଥ, ଦୀପକ ସେଠୀ ରମେଶ ବାୟୀ ପ୍ରଦୀପ ସେଠୀ ବିଚିତ୍ର ବାୟୀ ଅମର ଦଳାଇ ନିରାକାର ଦାସ ରବୀନ୍ଦ୍ର ଦଳାଇ,ପ୍ରକାଶ ସିଂ ପ୍ରେମାନନ୍ଦ ନାୟକ ସନ୍ତୋଷ ବାରିକ ବିଘ୍ନେଶ୍ୱର ବାୟୀଙ୍କୁ ଚାରା ଗଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ଅତିଥିମାନେ ଫୁଲ,ଫଳ ଓ ଔଷଧୀୟ ବୃକ୍ଷରୋପଣ କରିଥିଲେ । ଶେଷରେ ପ୍ରକୃତିପ୍ରେମୀ ସୁରେଶ ଚନ୍ଦ୍ର ବାୟୀ ଧନ୍ୟବାଦ ଦେଇଥିଲେ ।
