ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ ନିର୍ବାଚନ : ସଭାପତି ଭାବେ ନିର୍ବାଚିତ ହେଲେ ସୂର୍ଯ୍ୟ ରଞ୍ଜନ ରାଉଳ

blank
ପଟ୍ଟାମୁଣ୍ଡାଇ ୨୭/୩- ୨୦୨୬-୨୭ବର୍ଷ ପାଇଁ ଶନିବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି। ବାର ଆସୋସିଏଶନ ସଭାପତି ପଦ ପାଇଁ ୩ଜଣ ପ୍ରତିଦ୍ୱନ୍ଦିତା କରୁଥିବାବେଳେ, ଦୁଇଜଣଙ୍କୁ ପଛରେ ପକାଇ ପୁଣି ସୂର୍ଯ୍ୟ ରଞ୍ଜନ ରାଉଳ ବାଜିମାତ୍ କରିଛନ୍ତି। ସାଧାରଣ ସମ୍ପାଦକ ଭାବେ ରବିନ୍ଦ୍ର ଦାଶ ମଧ୍ୟ ନିର୍ବାଚିତ ହୋଇଛନ୍ତି।

ସେହିପରି ଉପ ସଭାପତି ଭାବେ ଗୋପିନାଥ ତ୍ରିପାଠୀ ଏବଂ ସହ ସଂପାଦକ ଭାବେ କୁମାର ସତ୍ୟନାରୟଣ ନାୟକ ର୍ନିବାଚିତ ହୋଇଛନ୍ତି। ପୁର୍ବରୁ କୋଷାଧକ୍ଷ ଭାବେ ଗିତାଞ୍ଜଳୀ ପୁଷ୍ଟି ଓ ଲାଇବେରିଆନ ଭାବେ ଶିନାରାଣୀ ଓଝା ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ନିର୍ବାଚନକୁ ବରିଷ୍ଠ ଆଇନଜୀବୀ ଭିମସେନ ପ୍ରଧାନ, ରାମକୃଷ୍ଣ ଦାଶ, ସୁମନ୍ତ ମାଝି, ମନୋଜ ନାୟକ ପରିଚାଳନା କରିଥିଲେ। ନବ ନିର୍ବାଚିତ କର୍ମକର୍ତାଙ୍କୁ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ଅଧିକାରୀ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରାପଡା ଜିଲାର ଏକ ଗୁରୁତ୍ୱପୂର୍ଣ୍ଣ ବାର ଆସୋସିଏଶନ ଭାବେ ପଟ୍ଟାମୁଣ୍ଡାଇ ବାର ଆସୋସିଏଶନ। ତେଣୁ ଅନେକ ସମୟରେ ଏହି ବାର ଆସୋସିଏଶନ ନିର୍ବାଚନ କଡ଼ା ମୁକାବିଲା ହୋଇଥାଏ। ଆଜି ମଧ୍ୟ କିଛି କର୍ମକର୍ତା କଡ଼ା ମୁକାବିଲାରେ ବିଜୟୀ ହୋଇଛନ୍ତି ।

ସକାଳ ୭ଟା ୩୦ରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା। ଏନେଇ ବାର ଆସୋସିଏଶନ ଠାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଆସୋସିଏଶନର ସଦସ୍ୟମାନେ ଆସି ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ସନ୍ଧ୍ୟା ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।

Next Post

ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ

Sat Mar 28 , 2026
ପଟ୍ଟାମୁଣ୍ଡାଇ ୨୭/୩ – ପଟ୍ଟାମୁଣ୍ଡାଇ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ହୋଇ ଉଦଯାପିତ ହୋଇଯାଇଛି । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading