ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ , ଜ୍ଞାନବିଜ୍ଞାନ ଓ କଣ୍ଢେଇ ମେଳା

blank

ପଟ୍ଟାମୁଣ୍ଡାଇ ତା ୨୨/୧୨-ପଟ୍ଟାମୁଣ୍ଡାଇ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିରରେ ଦ୍ୱାଦଶ ବାର୍ଷିକ ଜ୍ଞାନ ବିଜ୍ଞାନ ଓ କଣ୍ଢେଇ ମେଳା ଅନୁଷ୍ଠିତ ହୋଇ ଯାଇଛି ।  ଏହି ମେଳାକୁ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ଉଦଘାଟନ କରିଥିଲେ। ଆଡ଼ଭୋକେଟ ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ମୁଖ୍ୟଅତିଥି ସି ଆର ସି ସି ସଂଘମିତ୍ରା ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଜ୍ଞାନବିଜ୍ଞାନ ମେଳା କୋମଳମତି ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶରେ ସହାୟକ ହୋଇ ପାରିଛି ବୋଲି ମତପ୍ରକାଶ କରିଥିଲେ।  ପ୍ରାକ୍ତନ ପ୍ରଧାନଶିକ୍ଷକ ଧବଳେଶ୍ଵର ଖଣ୍ଡାୟୀ ପ୍ରକଳ୍ପ ଵିଚାରକ ଭାବେ ଯୋଗ ଶ୍ରେଷ୍ଠ ପ୍ରକଳ୍ପ ଚୟନ କରି ଥିଲେ । ପ୍ରଧାନଆଚାର୍ଯ୍ୟ ପ୍ରଭୁଦତ୍ତ ଦାଶ ସ୍ୱାଗତଭାଷଣ ଓ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜଭୂଷଣ ନାୟକ ଅତିଥିପରିଚୟ ପ୍ରଦାନ କରିଥିଲେ ।  ସହକାରୀ ଆଚାର୍ଯ୍ୟା ସୁଲୋଚନା ମିଶ୍ର ଧନ୍ୟବାଦ ଦେଇଥିଲେ ।  ସୁଜ୍ଞାନୀ ପାଢ଼ୀ, ସଂଗୀତା ପ୍ରଧାନ ଲିପ୍ସା ସାହୁ ସ୍ଵାଗତିକା ସ୍ୱାଇଁ, ମମତା ଦେ, ମୋନାଲିସା କର ଓ ଅପସରା ଦାଶ ପ୍ରକଳ୍ପ ଗାଇଡ଼ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଜ୍ଞାନବିଜ୍ଞାନ ଓ କଣ୍ଢେଇ ମେଳାକୁ ସହକାରୀ ଆଚାର୍ଯ୍ୟ ମୃତ୍ୟୁଞ୍ଜୟ ସୂତାର ପ୍ରଭାକର ସାହୁ,ସୌମ୍ୟ ରଞ୍ଜନ ଦାସ, ଚିନ୍ମୟୀ ବିଶ୍ୱାଳ ସ୍ମିତା ଦାସ, ସୁଚିତ୍ରା ମହାନ୍ତି, କଳ୍ପନା ସେନାପତି ରଶ୍ମିରେଖା ଦାଶ, ଜ୍ୟୋତ୍ସ୍ନାରାଣୀ ପ୍ରଧାନ ପରିଚାଳନା କରିଥିବା ବେଳେ ତନିଶା ବିଶ୍ୱାଳ, ସାଗରୀକା ଦାଶ, କଳ୍ପନା ବାରିକ, ସଂଗୀତା ନାୟକ ବିଶ୍ବରୂପା ବିଶ୍ୱାଳ ମୋନାଲିସା ଦାସ, ସସ୍ମିତା ନନ୍ଦୀ, ରଶ୍ମିତା ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ୧୦୨ ଷ୍ଟଲ ସ୍ଥାନ ପାଇଥିଲା ।

Next Post

ମନରେଗା ଯୋଜନାରୁ ମହାତ୍ମାଗାନ୍ଧୀଙ୍କ ନାମ ବାଦ ଦିଆଯିବା ଯୋଗୁଁ ଜିଲ୍ଲା କଂଗ୍ରେସର ବିକ୍ଷୋଭ

Mon Dec 22 , 2025
କେନ୍ଦ୍ରାପଡ଼ା,୨୨ା୧୨: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାକୁ ଦୁର୍ବଳ କରି କେନ୍ଦ୍ର ସରକାର ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଏବଂ ଗ୍ରାମୀଣ ବାସିନ୍ଦାଙ୍କ ନିଯୁକ୍ତିର ଆଇନଗତ ଅଧିକାରକୁ ଉଚ୍ଛେଦ କରିବାର କଥିତ ଷଡ଼ଯନ୍ତ୍ରର ପ୍ରତିବାଦରେ କେନ୍ଦ୍ରାପଡା କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲିରେ ବାହାରି କର୍ମୀମାନେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିର ତୀବ୍ର ପ୍ରତିବାଦ କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading