
କେନ୍ଦ୍ରାପଡ଼ା,୨୯ା୬: କେନ୍ଦ୍ରପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କର ୩୦ ତମ ବାର୍ଷିକ ଉତ୍ସବ ଏବଂ ସାଧାରଣ ସଭା ଉଦୟନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ଜୁନ ୨୯ ତାରିଖରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀୟୁ, ସମବାୟର ଆନ୍ଦୋଳନର ମୁଖ୍ୟ ପୁରଧା ମଧୁବାବୁ ଏବଂ ବ୍ୟାଙ୍କର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଫଟୋରେ ପୁଷ୍ପମାଳ ଦେଇ ଓ ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା । ପ୍ରଥମେ ବ୍ୟାଙ୍କର ପ୍ରତିଷ୍ଠତା ନିଦ୍ଧେଶକ ଓ ପୂର୍ବତନ ନିଦ୍ଧେଶକମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ତା ପରେ ବ୍ୟାଙ୍କର ପ୍ରତିଷ୍ଠା ସମୟରେ ପ୍ରଥମ ୧୦ଜଣ ସଦସ୍ୟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଦ୍ଧିତ କରାଯାଇଥିଲା । ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀମତୀ ଭାଗ୍ୟ ଲକ୍ଷ୍ମୀ ପଣ୍ଡା ବିଗତ ବର୍ଷର ବିବରଣୀ ପାଠ କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା । ସଭାପତି ବ୍ୟାଙ୍କର ପ୍ରଗତି ଉପରେ ଆଲୋକପାତ କରି କହିଥିଲେ ଯେ ବ୍ୟାଙ୍କର ଆର୍ଥୀକ ସ୍ଥିତି ଯଥା ଜମା ଗ୍ରହଣ ଋଣ ଲଗାଣ ଓ ଅନାଦେୟ ଋଣ ଆଦାୟରେ ଯଥେଷ୍ଟ ଉନ୍ନତି ଘଟିଛି । ଯମା ପରିମାଣ ଟଙ୍କା ୧୮୬କୋଟିରୁ ୧୯୯କୋଟିରେ ପହଞ୍ଚଥିବା ବେଳେ ଋଣ ଲଗାଣରେ ମଧ୍ୟ ଟଙ୍କା ୧୧୬ କୋଟିରୁ ୧୨୯କୋଟିରେ ପହଞ୍ôଚପାରିଛି । ବ୍ୟାଙ୍କର ନେଟ ଲାଭ ଟଙ୍କା ୨୭ଲକ୍ଷ୍ୟରୁ ବୃଦ୍ଧି ପାଇ ଟଙ୍କା ୭୬ଲକ୍ଷ୍ୟରେ ପହଞ୍ôଚପାରିଛି । ସେହିଭଳି ଅନାଦାୟ ଋଣ ପରିମାଣ୧୮.୪୨ କୋଟିରୁ ହ୍ରାସ ପାଇ ୧୬.୩୪ କୋଟିରେ ପହଞ୍ଚିପାରିିଁଛି ଏବଂ ନିଟ ଏନପିଏ ମଧ୍ୟ ଶୁନ ଲାଭାଶଂରେ ପହଞ୍ôଚ ପାରିଛି । ବ୍ୟାଙ୍କର ଆର୍ଥୀକ ସ୍ଥିତିରେ ଉନ୍ନତି ଘଟିଥିବାରୁ ନିକଟ ଅତିତରେ ଆରବିଆଇ ବ୍ୟାଙ୍କ ଉପରେ ଦୀର୍ଘ ୧୦ବର୍ଷ ଧରି ଲଗାଯାଇଥିବା ସମସ୍ତ କଟକଣାକୁ ପ୍ରତ୍ୟାହାର କରିନେଇଛନ୍ତି । ଯଦ୍ଦ୍ୱାରା କି ବ୍ୟାଙ୍କ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ଶତକଡା ୬ଭାଗ ଲାଭାଶଂ ବଣ୍ଟନ କରିବାକୁ ସମର୍ଥ ହୋଇଛି । ଏଥି ସହିତ ବ୍ୟାଙ୍କ ଆରବିଆଇର ଆଉ ଏକ ମାନଦଣ୍ଡକୁ ଛୁଇଁ ପାରିଛି । ତାହାହେଲା ବ୍ୟାଙ୍କ ବର୍ତ୍ତମାନ ଫାଇନାନସିଆଲ ସାଉଣ୍ଡ ୱେଲ ମ୍ୟାନେଜମେଣ୍ଟ ବ୍ୟାଙ୍କ ହିସାବରେ ଆରବିଆଇଠାରୁ ସିକୃତି ପାଇବାକୁ ଯାଇଛି । ଯାହାକି ସମଗ୍ର ଓଡିଶାରେ ଏକ ଗୌରବ କେବଳ ଆମ ବ୍ୟାଙ୍କକୁ ମିଳିବାକୁ ଯାଉଛି । ଏହାକୁ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା କରତାଳି ଦେଇ ସ୍ୱାଗତ କରିଥିଲେ । ଏହାପରେ ଏ ବର୍ଷ କେନ୍ଦ୍ରାପଡା ଜିଲ୍ଲରେ ମ୍ୟାଟ୍ରିକ ଟପ୍ପର ହୋଇଥିବା ଛାତ୍ର ଶୁଭମ ଜ୍ୟୋତି ରାଉତଙ୍କୁ ବ୍ୟାଙ୍କ ତରଫରୁ ସମ୍ବଦ୍ଧିତ କରାଯାଇଥିଲା । ନିୟମିତ ଋଣ ନେଇ ସଠିକ ସମୟରେ ପରଶୋଦ କରିଥିବା ସେକ ଅଦୁଲ କାଲିମଙ୍କୁ ବ୍ୟାଙ୍କ ସମ୍ବଦ୍ଧିତ କରିଥିଲା । ବ୍ୟାଙ୍କର ସଭ୍ୟସଭ୍ୟାମାନେ ବ୍ୟାଙ୍କ ଉନ୍ନତି ପାଇଁ ସୁ ଚିନ୍ତିତ ମତାମତ ଦେଇଥିଲେ । ସେ ମଧ୍ୟରେ କେନ୍ଦ୍ରାପଡାର ବିଧାୟକ ଗଣେଶ୍ୱର ବେହେରା ବ୍ୟାଙ୍କ ଉନ୍ନତି ପାଇଁ ପରିଚାଳନା ପରିଷଦକୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ନୂତନ ଶାଖା ସଂପ୍ରସାରଣ ପାଇଁ ପରାମର୍ଶ ଦେଇଥିଲେ । ଅନାନ୍ୟ ସଭ୍ୟସଭ୍ୟାମାନେ ଯଥା ଡା ବିଶ୍ୱପ୍ରକାଶ କାନୁନଗୋ, ଡ. ସିପ୍ରା ମଲ୍ଲିକ, ହଳଧର ସେଠୀ, ଆକବର ଅଲ୍ଲୀ, ପ୍ରଫୁଲ୍ଲକୁମାର ସାହୁ, ପ୍ରଦୀପ କୁମାର ମହାନ୍ତି, ଭାଗୀରଥି ଜେନା, ଫକିର ଚରଣ ଖଟୁଆ, ସୁସିଲ ସାମଲ,ଶକ୍ତିକାନ୍ତ ପାତ୍ର, ବାବୁଲି ବେହେରା, ମୁକ୍ତାର ଖାନ, ବିଧାନ ଚନ୍ଦ୍ର ସାମଲ, ପରେଶ ଚନ୍ଦ୍ର ଦାସ, ନାରାୟଣ ପତି ଅବଧୁତ ରାଉତ, ସବେଶ୍ୱର ସେଠୀ ଓ ପ୍ରଫୁଲ୍ଲ କୁମାର ରାଉତ ପ୍ରମୁଖ ବିଭିନ୍ନ ସୁ ଚିନ୍ତିତ ମତାମତ ଦେଇଥିଲେ । ଏକ୍ତ ସଭାରେ ବ୍ୟାଙ୍କର ନିଦ୍ଧେଶକ ମଣ୍ଡଳୀ ମଧ୍ୟରୁ ଉପସଭାପତି କବୟିତ୍ରୀ ଅପର୍ଣ୍ଣା ମହାନ୍ତି,ଲଷ୍ମୀନାରାୟଣ ଦାସ,ପ୍ରଫୁଲ୍ଲ ସାହୁ,ମହେନ୍ଦ୍ର ପରିଡା, ଶ୍ରୀକାନ୍ତ ନାୟକ,ଅମୁଲ୍ୟ ପ୍ରଧାନ,ଶ୍ରୀଦ୍ଧାର୍ଥ ଶଙ୍କ ଜେନା,ଆଇନଜୀବୀ ବିଦୁଭୂଷଣ ମହାପାତ୍ର, ସୁଧାଶୁଂ ଶେଖର ପ୍ରତାପ,ଶୁକାନ୍ତ କୁମାର ଦିବେଦୀ, ରଶ୍ମିରଞ୍ଜନ ଚୌଧୁରୀ, ଏବଂ କଳ୍ପତରୁ ମହାପାତ୍ର ଉପସ୍ଥିତ ଥିଲେ । ଏକ୍ତ ସଭାକୁ ବ୍ୟାଙ୍କର କର୍ମଚାରୀ ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡା, ରବିନ୍ଦ୍ର ପାତ୍ର, ଅଜିତ ପତି, ଲଲାଟେଣ୍ଡୁ ଦାସ, ହିମାଂଶୁ ଲେଙ୍କା, ଭଞ୍ଜ କିଶୋର ଜେନ. ଆଦିତ୍ୟ ଶତପଥି ଏବଂ ମିନାକ୍ଷୀ ପାଣୀ ଇତ୍ୟାଦି ପରିଚାଳନା କରିଥିଲେ । ଶେଷରେ ଉପସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।
