ପୁନର୍ବାସ ପକ୍ଷରୁ ଡାଇଲଗ୍ ଅନ୍ ଡିଜାବିଲିଟି- ୨ ଅନୁଷ୍ଠିତ

blank
କେନ୍ଦ୍ରାପଡା ୭/୨- କେନ୍ଦ୍ରାପଡା ଜିଲ୍ଳାରେ ଭିନ୍ନକ୍ଷମଙ୍କ ଥେରାପି ସେବା,ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ଅନୁଷ୍ଠାନ ପୁନର୍ବାସ ପକ୍ଷରୁ ଡାଇଲଗ ଅନ୍ ଡିଜାବିଲିଟି ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ପୁନର୍ବାସର ମିନି ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ଉପଦେଷ୍ଟା ବିରଜା ରାଉତରାୟଙ୍କ ସଂଚାଳନରେ ଏହି ଡାଇଲଗ ସିରିଜର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଓ ଡିଜାବିଲିଟି ସେଲର ନିର୍ଦେଶକ ଡ଼ ତନ୍ୱୀ ଶାମ୍ସ ଯୋଗଦେଇ ନୂତନ ଭିନ୍ନକ୍ଷମ ଆଇନର ବିବିଧ ଧାରା ଓ ପରିସର ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ ଆଇନରେ କିପରି ଶିକ୍ଷା ଓ ତାଲିମ, ନିଯୁକ୍ତି,ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ, ନାୟିକ ବିଚାର ପରି ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ସୁନିଶ୍ଚିତ କରାଯାଇଛି ସେସବୁ ଦିଗଗୁଡିକୁ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଓକିଲ ସଙ୍ଘର ସମ୍ପାଦକ ନୃସିଂହ ଚରଣ ରାଉତ, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ନାୟକ, ଶେଷଦେବ ଦାସ, ସୁଶ୍ରୀ ନାୟକ, ହରିବନ୍ଧୁ ସିଂ, ବିଷ୍ଣୁ ପ୍ରସାଦ ଜେନା, ଅମୀୟ ଜେନା ପ୍ରମୁଖ ଅଂଶଗ୍ରହଣ କରି ଏହି ନୂତନ ଭିନ୍ନକ୍ଷମଙ୍କ ଅଧିକାର ସମ୍ପର୍କିତ ଆରପିଡବ୍ଲୁଡି ଆକ୍ଟ, ୨୦୧ ସମ୍ପର୍କିତ ବିଭିନ୍ନ ପ୍ରଶ୍ନମାନ ଉଥାପନ କରିଥିଲେ। ପୁନର୍ବାସ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଭ୍ୟ ଆଇନଜୀବୀ ଜ୍ୟୋତିରଞ୍ଜନ ନାୟକ, ସଂଜୀବ କୁମାର ଜେନା, କେଦାରନାଥ ବାରିକ, ରାଜେନ୍ଦ୍ର ମହାପାତ୍ର ଓ ଧରଣୀଧର ସେଠି ପ୍ରମୁଖ ପରିଚାଳନା କରିଥିଲେ।

Next Post

ସତସଙ୍ଗ ଗଙ୍ଗା ନଦୀରେ ସ୍ନାନ କରିବା ସଦୃଶ : ବାବା ବଳିଆଙ୍କ ମାର୍ଗଦର୍ଶନ

Sat Feb 7 , 2026
କେନ୍ଦ୍ରାପଡ଼ା ୭.୨: ଯେଉଁ ସନ୍ଧ୍ୟାରେ ଆମେ ପବିତ୍ର ସତସଂଗ ଭଳି ପବିତ୍ର ତୀର୍ଥ ପାଉ । ଏହା ଆମେ ଅନୁଭବ କରୁ । ଯେଉଁଠି ସତସଂଗ ହୁଏ ସେଠିକି ତିର୍ଥ ଆସିଥାନ୍ତି । ସତସଙ୍ଗ ଯେଉଁଠାରେ ହୁଏ ସେଠାକୁ ଦେବତା ଆସିଥାନ୍ତି । ଯେଉଁ ଅଞ୍ଚଳରେ ସତସଂଗ ହୁଏ ସେହି ଅଞ୍ଚଳର ଅତୃପ୍ତ ଆତ୍ମା ଏହି ସ୍ଥାନକୁ ଆସି ମୋକ୍ଷ ପ୍ରାପ୍ତି ହୋଇଥାନ୍ତି । ଫୁଲ ଚନ୍ଦନ ଦ୍ୱାରା ଦେବତା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading