
ପଟ୍ଟାମୁଣ୍ଡାଇ ତା୧୬/୪-ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିକ୍ଷା ସଚେତନତା ରଥ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରବେଶ ଦ୍ଵାର ବଡ଼ମୂଳ ବସନ୍ତ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇ ବ୍ଲକର ସମସ୍ତ ପଞ୍ଚାୟତ ଓ କ୍ଲଷ୍ଟର ସ୍କୁଲ ପରିକ୍ରମା କରି ପଟ୍ଟାମୁଣ୍ଡାଇ ବ୍ଲକର ଶେଷ ସୀମାରେ ଅବସ୍ଥିତ ମା’ଛୁଆଳିଆ ପୀଠ ସନ୍ନିକଟ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଉଦଯାପିତ ହୋଇଯାଇଛି।
ଏହି ଉପଲକ୍ଷେ ଲୋକନାଥ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶୁଭା°ଶୁ କୁମାର ଦାସଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟଅତିଥି, ବ୍ଲକ ଵି.ଆର.ସି.ସି ପ୍ରେମଵାଳା ମହାପାତ୍ର ମୁଖ୍ୟବକ୍ତା ସହକାରୀ ବ୍ଲକ ଶିକ୍ଷାଧିକାରୀଣୀ ସୁନୀତି ଦାଶ, ସି ଆର ସି ସି ମଳୟ ଜେନା, ସଂଘମିତ୍ରା ନାୟକ ଓ ରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ରଥ ପରିକ୍ରମାର ଲକ୍ଷ୍ୟ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ଗଙ୍ଗାରାମପୁର ପଞ୍ଚାୟତ ନାଏବ ସରପଞ୍ଚ ସଞ୍ଜୟ ନାୟକ, ସ୍କୁଲ ପରିଚାଳନା କମିଟି ସଭାପତି ସ୍ୱରୂପ ଜେନା,ସି.ଆର.ସି.ସି ନମିତା ସାହୁ, ସ୍କୁଲ ପରିଚାଳନା କମିଟି ସଭ୍ୟା ଲକ୍ଷ୍ମୀପ୍ରିୟା ବେହେରା ,ଝୂନୁପ୍ରିୟା ଜେନା,ଶତ୍ରୁଘ୍ନ ମଳିକ ପ୍ରମୁଖ ଯୋଗ ଦେଇ ରଥକୁ ସ୍ୱାଗତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଲୋକନାଥପୁର ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଦୀପ୍ତିରେଖା ବେହେରା, ସସ୍ମିତା ଦଳାଇ, ସ୍ନେହଲତା ଦାସ, ସଙ୍ଘମିତ୍ରା ସାମନ୍ତ, ସ୍ନିଗ୍ଧା ସୂଚରୀତା ସାହୁ, ଶିକ୍ଷକ ରାଜେଶ କୁମାର ପଣ୍ଡା, ନେତ୍ରମଣି ଖଟୁଆ, ନିହାରିକା ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଡ୍ରମ, ଘଣ୍ଟଘଣ୍ଟା, ଏହି ହୁଳହୁଳି,ଶଙ୍ଖ ନାଦ ସହିତ ଫୁଲ ଚନ୍ଦନ ଓ ନୈବେଦ୍ୟ ସହ ଗୀତ ନୃତ୍ୟର ତାଳେତାଳେ ପରିକ୍ରମା ରଥକୁ ସ୍ୱାଗତ କରିଥିଲେ ।
