
ପଟ୍ଟାମୁଣ୍ଡାଇ ତା୬/୧-ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ଓ କେନ୍ଦ୍ରାପଡ଼ା ଉଠାଜଳସେଚନ ନିଗମ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଉଠାଜଳସେଚନ ନିଗମ ଉପଖଣ୍ଡ ସନ୍ନିକଟ ମଙ୍ଗଳା ମଣ୍ଡପରେ ବିଭାଜନସ୍ତରୀୟ ପାଣି ପଚାଂୟତ ପକ୍ଷ ପାଳିତ ହୋଇଯାଇଛି । କେନ୍ଦ୍ରାପଡ଼ା ଉଠାଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଇଂ ପ୍ରଦୀପ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପାଣି ପଚାଂୟତର ଭୂମିକା ଓ ଏହାର ସୁପରିଚାଳନା ଉପରେ ଚାଷୀମାନଙ୍କୁ ସଚେତନ କରିଥିଲେ । କୃଷି ବିଭାଗ ଦ୍ୱାରା ପୁରସ୍କୃତ ସଫଳ କୃଷକ ଅଜୟ କୁମାର ଜେନା, ଉଠାଜଳସେଚନ ସଂଘ ନେତା ବ୍ରଜବନ୍ଧୁ ଦାଶ, ବଡପଡା ପଚାଂୟତ ପୂର୍ବତନ ସରପଞ୍ଚ କୈଳାସ ସିଂହ , ରାଜନଗର ଆତ୍ମା କମିଟି ପ୍ରାକ୍ତନ ସଭ୍ୟ ପାରେଶ୍ୱର ନାୟକ,ଗରଦପୁରର ଅଗ୍ରଣୀ ଚାଷୀ ହେମନ୍ତ ଦାସ, ବରିଷ୍ଠ ଚାଷୀ ଅଧିର କୁମାର ସାହୁ, ଅଗ୍ରଣୀ ଚାଷୀ ଅକ୍ଷୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉଠାଜଳସେଚନ ବିଭାଗ ସରକାରୀ ଯନ୍ତ୍ରୀ ନିମାଇଁ ଚରଣ ସେଠୀ ସଂଯୋଜନା କରିଥିଲେ । ପଟ୍ଟାମୁଣ୍ଡାଇ ଉପଖଣ୍ଡ ଉଠା ଜଳ ସେଚନ ବିଭାଗ ସହକାରୀଯନ୍ତ୍ରୀ ଇଂ. ପ୍ରଦୀପ କୁମାର ନାୟକ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଅଶୋକ କୁମାର ବେହେରା ଅତିଥିପରିଚୟ ପ୍ରଦାନ କରିଥିଲେ । ପାଣି ପଂଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶେଷରେ ରାକେଶ ସେନାପତି ଧନ୍ୟବାଦ ଦେଇଥିଲେ ।
