ଦୁର୍ଘଟଣାର ୩ ସପ୍ତାହ ପରେ ବି ଚେତା ଫେରୁନି! ଚା ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବକକୁ ସହାୟତା ପାଇଁ ନିବେଦନ

blank
ପଟ୍ଟାମୁଣ୍ଡାଇ ୩୦/ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅମୃତମଣୋହି ଗ୍ରାମର କାହ୍ନୁ ଚରଣ ସେଠୀ ଜଣେ ଅତ୍ୟନ୍ତ ଗରିବ ଲୋକ ଓ ଦାଦନ ଶ୍ରମିକ ଭାବରେ ସେ ରାଜ୍ୟ ବାହାରେ କାମ କରନ୍ତି । ରଜ ଉତ୍ସବ ପାଳିବା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରେ ଗାଁକୁ ଆସିଥିଲେ। ମାତ୍ର ଗତ ୮ତାରିଖରେ ଆଳି ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲେ। ବିଳମ୍ବିତ ରାତିରେ ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ହସ୍ପିଟାଲ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେବାରୁ ପରିବାର ଲୋକମାନେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । କାଁହୁ ଙ୍କ ବାପା ଅଶୋକ ସେଠୀ ଗାଁରେ ମାଛ ବ୍ୟାବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଅଶୋକଙ୍କ ଏକମାତ୍ର ପୁତ୍ର କାହ୍ନୁଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଅସ୍ତ୍ରୋପଚାର ଦ୍ୱାରା ଭଲ କରିବା ପ୍ରଚୁର ଅର୍ଥର ଆବଶ୍ୟକ ରହିଛି ଯାହାକି ଗରିବ ଅଶୋକଙ୍କ ପକ୍ଷେ ଅସମ୍ଭବ । ଫଳରେ ପୁଅକୁ ବଂଚାଇବା ପାଇଁ ଅଶୋକ ନିରୁପାୟ ହୋଇ ଗାଁକୁ ଗାଁ ବୁଲି ସାହାଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା କାଁହୁଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ସହିତ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି ।

Next Post

ଆନ୍ତର୍ଯାତିକ ସମବାୟ ବର୍ଷ ୨୦୨୫ ପାଳନ ଓ କର୍ମଶାଳା

Tue Jul 1 , 2025
କେନ୍ଦ୍ରାପଡା ୧/୭: କେନ୍ଦ୍ରାପଡା ନିୟନ୍ତ୍ରୀତ ବଜାର କମିଟି ଆନୁକୁଲ୍ୟରେ ଆନ୍ତର୍ଯାତିକ ସମବାୟ ବର୍ଷ ୨୦୨୫  ପାଳନ କରାଯାଇଥିଲା । ଏହି ଅବସରରେ କେନ୍ଦ୍ରାପଡା ଉପନିବନ୍ଧକ ସମବାୟ ସମିତି ସମୁହଙ୍କ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ. ପ୍ରଭଞ୍ଜନ କବି ସହକାରୀ ମତ୍ସ୍ୟ ଅଧିକାରୀ ମୋନାଲିସା ମଣ୍ଡଳ, ପାଟକୁରା ଶାଖା ପରିଚାଳକ ଦୁର୍ଗା ମାଧବ ନନ୍ଦ ଉପସ୍ଥିତ ରହି ଏନସିଇଏଲ, ଏନସିଓଏଲ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading