ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ଶ୍ରାଦ୍ଧୋତ୍ସବ

ପଟ୍ଟାମୁଣ୍ଡାଇ ,୧୭/୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ (ବିଜୁ ବାବୁ)ଙ୍କ ୨୮ତମ ଶ୍ରାଦ୍ଧଦିବସ ଗୁରୁବାର ପଟ୍ଟାମୁଣ୍ଡାଇ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଯାଇଛି। ସକାଳୁ ସ୍ଥାନୀୟ ବାଇପାସ ଛକଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।ସଂନ୍ଧ୍ୟାରେ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତରେ ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବରିଷ୍ଠ ବିଜେଡି ନେତା ବିଜୟ କେତନ ସ୍ୱାଇଁ, ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ବରିଷ୍ଠ ନେତା ନିମାଇଁ କର, ବିଜେଡି ମହିଳା ସଂଗଠନକ ଲାସ୍ୟମୟୀ ସାହୁ, ଖଗେଶ୍ୱର ଲେଙ୍କା ପ୍ରମୁଖ ଯୋଗ ଦେଇ ପ୍ରବୀଣ ସାଧୀନତା ସଂଗ୍ରାମୀ, ଜନ ନାୟକ,ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନିର୍ଭିକତା,କଳିଙ୍ଗକୁ ଭଲ ପାଇବା ଆଦି ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।
ନିଜ ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କ ଓଡ଼ିଆ ଜାତି, ଓଡ଼ିଶା ରାଜ୍ୟ ପ୍ରତି ଥିବା ସ୍ନେହ ଓ ରାଜ୍ୟକୁ ସର୍ବାଙ୍ଗୀନ ବିକାଶ କରାଇବାର ସ୍ୱପ୍ନ ସମ୍ପର୍କରେ ଆଲୋଚନା କରି ନୂଆ ଭାଜପା ସରକାର ଆସିବା ପରଠୁଁ ବିଜୁବାବୁଙ୍କ ସମସ୍ତ ସ୍ମୃତିକୁ ଲିଭେଇଦେବା ଆଭିମୁଖ୍ୟକୁ କଡା ସମାଲୋଚନା କରିଥିଲେ । ବିଜେଡି ନେତାମାନେ କିହିଥିଲେ ଗତ କାଲି ବଲାଙ୍ଗୀର ପାଟଣାଗଡ଼ରେ ବିଜୁଙ୍କ ପ୍ରତିମୂର୍ତିକୁ ଜାଳିଦେଲେ । ବିରୋଧ କରିବାରୁ ସମ୍ୱଲପୁରରେ ପୋଲିସର ଦମନଲୀଳା ଚାଲିଲା । ଏପରି କରି ଭାଜପା ସରକାର ଓଡ଼ିଶାର ସ୍ୱାଭିମାନକୁ କୁଠାରଘାତ କରାଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲାଣି । ଭାଜପା ସରକାର ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରୁଛି ବୋଲି ମାଂଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ ।
ଆହୁରିମଧ୍ୟ କହିଥିଲେଯେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ଥିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲକ୍ଷ୍ୟ। ତାଙ୍କ ସ୍ୱପ୍ନ ସାକାର କରିବା ଲାଗି ଜାରି ରହିଛି ଉଦ୍ୟମ। ବିଜୁବାବୁଙ୍କ ସମୟରେ ଓଡ଼ିଶା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିଲା। ବିଜୁ ବାବୁ ଓଡିଆ ସଂସ୍କୃତିକୁ ଦେଶବିଦେଶରେ ପ୍ରଚାରପ୍ରସାର କରାଇବାରେ ତାଙ୍କ ଭୂମିକା ଅତୁଳନୀୟ । ଆଧୁନିକ ଓଡିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଓ ତାଙ୍କ ଆଦର୍ଶରେ ଓଡିଶାର ସମୃଦ୍ଧି ଏବଂ ଆଗାମୀର ଆହ୍ୱାନ ବିଷୟ ପାଲଟିଥିଲା ।
ବର୍ତ୍ତମାନ ଇତିହାସକୁ ବଦଳାଇବା ଲାଗି ଚାଲିଛି ହୀନ ଉଦ୍ୟମ। ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପତି କି ପ୍ରଧାନମନ୍ତ୍ରୀ ହୋଇଥାନ୍ତେ । ତାଙ୍କ ଷଡ଼ଯନ୍ତ୍ରକାରୀ ଏହା କରାଇ ଦେଇନଥିଲେ । କିନ୍ତୁ ସେ ସମସ୍ତଙ୍କୁ କ୍ଷମା କରି ଦେଇଛନ୍ତି । ଭାଜପା ସରକାର ତାଙ୍କ ନାଁକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ନାଁର ଯୋଜନାକୁ ଲିଭାଇଦେବାକୁ ଉଦ୍ୟମ କରୁଛନ୍ତି । ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ିବାକୁ ପଛାଉ ନାହାନ୍ତି। ସୁନାକୁ ଯେତେ ପୋଡ଼ିଲେ ସେ ଚମକିବ । ବିଜୁ ପଟ୍ଟନାୟକଙ୍କୁ ଲୋକଙ୍କ ମନରୁ ଲିଭେଇ ପାରିବେନି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ନଗର ଯୁବ ବିଜୁ ଜନତା ଦଳର ସଭାପତି ଅଶୋକ ଧଳ ସଂଯୋଜନା କରିଥିଲେ। ଏଥିରେ ଦଳର ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା, ପଂଚାୟତ ଓ ଜିଲ୍ଲା ପରିଷଦ ପ୍ରତିନିଧି, କାଉନସିଲ ଉପସ୍ଥିତ ଥିଲେ।
